ETV Bharat / international

UK PM Boris Johnson Resigns: ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ - ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ପଦ ଛାଡିଛନ୍ତି ଜନସନ । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

author img

By

Published : Jul 7, 2022, 5:18 PM IST

ଲଣ୍ଡନ: ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ (UK PM Boris Johnson Resign) । ମନ୍ତ୍ରୀମଣ୍ଡଳରୁ ୫୦ରୁ ଅଧିକ ମନ୍ତ୍ରୀ ଇସ୍ତଫା ଦେବା ପରେ ଜନସନ ପଦ ଛାଡିଛନ୍ତି । ଆଜି ସେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି । ଜନସନଙ୍କ ପରେ କଞ୍ଜରଭେଟିଭ ପାର୍ଟି (Conservative Party)ରୁ କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଯଦିଓ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ, ହେଲେ ପ୍ରଧାନମନ୍ତ୍ରୀ ଦୌଡରେ ସର୍ବାଗ୍ରେ ଭାରତର ବିଶିଷ୍ଟ ଶିଳ୍ପପତି ନାରାୟଣ ମୂର୍ତ୍ତୀଙ୍କ ଜ୍ବାଇଁ ଋଷି ସୁନାକ ରହିଛନ୍ତି ।

ଜନସନଙ୍କ ସରକାରରେ ପ୍ରଥମେ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ (Sajid Javid) ଓ ଅର୍ଥମନ୍ତ୍ରୀ ଋଷି ସୁନାକ ପଦରୁ ଇସ୍ତଫା ଦେଇଥିଲେ । ସରକାରରେ ଏକାଧିକ ଦୁର୍ନିତୀ ଯୋଗୁଁ ସେମାନେ ରହିବାକୁ ଚାହୁଁ ନଥିବା ସିଧାସଳଖ କହିଥିଲେ ଦୁଇ ମନ୍ତ୍ରୀ । କିନ୍ତୁ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ପଦ ଛାଡିବେ ନାହିଁ ବୋଲି ଜନସନ ଦମ୍ଭର ସହ କରିଥିଲେ । ହେଲେ ଏହାପରେ ମନ୍ତ୍ରୀମଣ୍ଡଳରେ ଇସ୍ତଫାର ସୁଅ ଛୁଟିଥିଲା । ବୋରିସ ଜନସନଙ୍କ ଗୋଟିଏ ପରେ ଗୋଟିଏ ଅନୁଗତ ହାତ ଛାଡି ଦେଇଥିଲେ ଏବଂ ସେମାନେ ଜନସନ ସରକାରରୁ ଆସ୍ଥା ହରାଇଥିବା କହିଥିଲେ । ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ବାଧ୍ୟ ହୋଇ ବୋରିସ ଜନସନ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.