ETV Bharat / international

New Zealand Shooting: ମହିଳା ଫିଫା ବିଶ୍ବକପ ପୂର୍ବରୁ ଗର୍ଜିଲା ବନ୍ଧୁକ, ସୁଟର ସମେତ 2 ମୃତ

ମହିଳା ଫିଫା ବିଶ୍ବକପ ପୂର୍ବରୁ ନ୍ୟୁଜିଲାଣ୍ଡରେ ଗୁଳିକାଣ୍ଡ । 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Auckland Gunman Shootout
Auckland Gunman Shootout
author img

By

Published : Jul 20, 2023, 10:00 AM IST

ୱେଲିଙ୍ଗଟନ: ଚଳିତ ବର୍ଷ ମହିଳା ଫିଫା ବିଶ୍ବକପର ଆୟୋଜନ କରୁଛି ନ୍ୟୁଜିଲାଣ୍ଡ । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ନ୍ୟୁଜିଲାଣ୍ଡରେ ଖେଳାଯିବ ନବମ ସଂସ୍କରଣର ପ୍ରଥମ ମ୍ୟାଚ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡରେ ଗର୍ଜିଛି ବନ୍ଧୁକ । ଦୁର୍ବୃତ୍ତଙ୍କ ଅତର୍କିତ ଗୁଳି ମାଡରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ଘଟଣା ଥିବା ସୁଟର ଓ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ଅକଲାଣ୍ଡରେ ଖେଳାଳି ମାନେ ରହିଥିବା ଏକ ହୋଟେଲ ନିକଟରେ ଏହି ଗୁଳିକାଣ୍ଡ ଘଟିଛି ।

ଏନେଇ ପୋଲିସ କହିଛି ଯେ, ପୋଲିସ ଅଧିକାରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଆହତଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । କିନ୍ତୁ ସେମାନେ ଗୁଳିକାଣ୍ଡରେ ଆହତ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନି ।

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ କହିଛନ୍ତି, ‘ଏହି ଘଟଣା ମହିଳା ଫିଫା ବିଶ୍ବକପ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଖେଳ ସୂଚୀ ମଧ୍ୟ ପରିବର୍ତ୍ତନ ହେବନି । ପୂର୍ବସୂଚୀ ମୁତାବକ ଆଜି ସନ୍ଧ୍ୟା ସମୟରେ ଆରମ୍ଭ ହେବ ପ୍ରଥମ ମ୍ୟାଚ। ଅକଲ୍ୟାଣ୍ଡର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଆଜି ସକାଳେ ଫିଫା ଆୟୋଜକଙ୍କ ସହ ଆଲୋଚନା କରାଯାଇଛି । ଯୋଜନା ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ଚାଲିବ । ମୁଁ ଦୋହରାଇବାକୁ ଚାହୁଁଛି ଯେ, ଏହି ଘଟଣା ଜଣେ ବ୍ୟକ୍ତି ଘଟାଇଛନ୍ତି । ତେଣୁ କାହାର ଭୟ କରିବା ଆବଶ୍ୟକ ନାହିଁ ।’ ଗୁଳିକାଣ୍ଡ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସୁଟର ଜଣଙ୍କ କିଏ ଓ କାହିଁକି ଗୁଳିକାଣ୍ଡ ଘଟାଇଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-Shooting in US: ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ଯୁବତୀ, ପ୍ରାଣ ହରାଇଥିଲେ 9 ଜଣ

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳ ସମୟରେ ସୁଟର ଜଣଙ୍କ ଲୋୟର କୁଇନ ନାମକ ଏକ ସ୍ଥାନରେ ଗୁଳିମାଡ କରିଥିଲା । ଏକ ବିଲ୍ଡିଂ ଉପରେ ଥିବା ବେଳେ ଲିଫ୍ଟ ଦ୍ବାରା ତଳକୁ ଆସିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ପୋଲିସ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ସେ ଗୁଳିଚାଳନା କରିବାରୁ ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଥିଲା । ଏହାର କିଛି ସମୟ ପରେ ସୁଟରର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ଗୁଳିରେ ସୁଟରରର ମୃତ୍ୟୁ ହୋଇଛି ନା ସେ ନିଜେ ନିଜକୁ ଗୁଳିଚାଳନା କରିଛି ତାହା ବର୍ତ୍ତମାନ ଜଣାପଡିନାହିଁ । ମହିଳା ଫିଫା ବିଶ୍ବକପ ପାଇଁ ଫୁଟବଲ ଦଳ ଏବଂ ପ୍ରଶଂସକମାନେ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚି ଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଆଜି ସନ୍ଧ୍ୟାର ନ୍ୟୁଜିଲ୍ୟାଣ୍ଡ ଏବଂ ନରୱେ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.