ETV Bharat / international

Earthquake: ଘଣ୍ଟାକ ମଧ୍ୟରେ ଦୁଇଥର ଥରିଲା ଇଣ୍ଡୋନେସିଆ

author img

By

Published : Apr 23, 2023, 9:56 AM IST

ଘଣ୍ଟାକରେ ଦୁଇଥର ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ବାତୁରେ ଆଜି ସକାଳୁ ସକାଳୁ ଏହି ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

Earthquake
Earthquake

ଜାକାର୍ତ୍ତା: ସକାଳୁ ସକାଳୁ ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ୧ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର(ଇଏମଏସସି) ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ତେବେ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ପ୍ରଥମେ ୬.୧ ତୀବ୍ରତାର ଏକ ଭୂକମ୍ପ ସଂଗଠିତ ହୋଇଥିବା ବେଳେ ଏହା ପରେ ପୁଣି ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇଣ୍ଡୋନେସିଆର ବାତୁରେ ଆଜି ସକାଳୁ ସକାଳୁ ଏହି ଭୂକମ୍ପ ଅନୁଭୂତ ହୋଇଛି । ଗୋଟିଏ ଘଣ୍ଟା ମଧ୍ୟରେ ହିଁ ବାତୁଲରେ ଏହି ଦୁଇ ଥର ଭୂକମ୍ପ ହୋଇଛି ।

ପ୍ରଥମେ ହୋଇଥିବା ଭୂକମ୍ପର ଗଭୀରତା ୪୩ କିମି ରେକର୍ଡ କରାଯାଇଥିବା ବେଳେ ଦ୍ବିତୀୟ ଥର ହୋଇଥିବା ୫.୮ ତୀବ୍ରତାର ଭୂକମ୍ପର ଗଭୀରତା ୪୦ କିମି ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । ତେବେ ସୁନାମୀ ନେଇ କୌଣସି ବର୍ତ୍ତମାନ ଯାଏଁ କୌଣସି ଆଲର୍ଟ ଜାରି କରାଯାଇନାହିଁ । ତେବେ ଗୋଟିଏ ଘଣ୍ଟାରେ ଦୁଇ ଥର ଭୂକମ୍ପ ହେବା ଫଳରେ ଲୋକେ ଭୟଭୀତ ହୋଇଯାଇଥିବା ଦେଖା ଦେଇଛି । ଆତଙ୍କିତ ଅବସ୍ଥାରେ ଲୋକେ ଘର ବାହାରକୁ ଚାଲି ଆସିଥିଲେ । ତେବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Sudan Fighting: ସୁଦାନରେ ଗଲାଣି 400ରୁ ଅଧିକ ଜୀବନ, ଫସିଛନ୍ତି 3 ହଜାରରୁ ଊର୍ଦ୍ଧ୍ବ ଭାରତୀୟ

ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ତାଲିକାରେ ଆମେରିକାର ବାଣିଜ୍ୟ ସଚିବ, କହିଲେ ମୋଦି ବିଶ୍ବରେ ସବୁଠି ଲୋକପ୍ରିୟ

ପ୍ରକାଶଥାଉକି, ଏହା ପୂର୍ବରୁ ଏପ୍ରିଲ ୧୪ ତାରିଖରେ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ କରାଯାଇଥିଲା । ଇଣ୍ଡୋନେସିଆର ଜାଭା ପ୍ରଦେଶର ଉତ୍ତରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନେଇ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଜାଭା ଦ୍ବୀପ ଉତ୍ତର ସମୁଦ୍ରରେ ଭୂକମ୍ପ ହୋଇଥିଲା ବେଳେ ଏହାର ଗଭୀରତା ୫୯୪ କିଲୋମିଟର ରେକର୍ଡ କରାଯାଇଥିଲା । ତେବେ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ହେବାରେ ଚଳିତ ବର୍ଷ ଏହା ତୃତୀୟ ଘଟଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.