ହାଇଦ୍ରାବାଦ: ବିଶ୍ବର ଲୋକପ୍ରିୟ ମାଇକ୍ରୋ ବ୍ଲିଗିଂ ସାଇଟ ଟ୍ବିଟରର ମାଲିକାନା ଏଲନ ମସ୍କଙ୍କ ହାତକୁ ଗଲା ପରେ ଏକାଧିକ ପୂର୍ବ ସର୍ତ୍ତାବଳୀ ଓ ଫିଚରରେ ପରିବର୍ତ୍ତନ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁଜର୍ସଙ୍କ ବଡ ଖବର ସାମ୍ନାକୁ ଆସିଛି । ଏଣିକି ଲମ୍ବା ଟ୍ବିଟ କରିପାରିବେ ୟୁଜର୍ସ । ଟ୍ବିଟ କରିବା ପାଇଁ ଥିବା କ୍ୟାରେକ୍ଟର ବା ଅକ୍ଷର ସଂଖ୍ୟାକୁ ପ୍ରାୟ 4ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ସଂସ୍ଥା । ପୂର୍ବରୁ ଏହି ସଂଖ୍ୟା ମାତ୍ର 280 ଥିବା ବେଳେ ଏବେ ଏହାକୁ ଏକ ହଜାର କ୍ୟାରେକ୍ଟର ବିଶିଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି ।
ପ୍ରଥମେ ଟ୍ବିଟରରେ କ୍ୟାରେକ୍ଟର ସଂଖ୍ୟା ସର୍ବାଧିକ 140 ରହିଥିଲା । ପରବର୍ତ୍ତୀ ସମୟରେ 2017 ରେ ଏହାକୁ 280କୁ ବୃଦ୍ଧି କରାଯାଇଥିଲା । ଏବେ ଏହି ସଂଖ୍ୟାକୁ ପ୍ରାୟ 4ଗୁଣା ବୃଦ୍ଧି କରିବାକୁ ସଂସ୍ଥା ନିଷ୍ପତ୍ତି ନେଇଛି । ଏହି ସଂଖ୍ୟା ବର୍ତ୍ତାମାନ ଏକ ହଜାର ହେବାକୁ ଯାଉଛି । ଏଲନ ମସ୍କଙ୍କ ହାତକୁ ସଂସ୍ଥାର ମାଲିକାନା ଆସିବା ପରେ ଏକାଧିକ ପରିବର୍ତ୍ତନ ହେବାରେ ଲାଗିଛି । ବ୍ଲ୍ୟ-ଟିକ ପାଇଁ ଅର୍ଥ ପଇଠ କରିବା ନିଷ୍ପତ୍ତି ପରେ ଏବେ ସଂସ୍ଥା ନିଜର ଟ୍ବିଟର କ୍ୟାରେକ୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଯାଉଛି । ଏବେ ପ୍ରତ୍ୟେକ ଟ୍ବିଟରେ ପୂର୍ବାପେକ୍ଷା ପ୍ରାୟ 4ଗୁଣା ଅଧିକ କ୍ୟାରେକ୍ଟର ସହ ଲମ୍ବା ଟ୍ବିଟ କରିବାର ଲାଭ ପାଇବେ ୟୁଜର୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ