ETV Bharat / international

ଟ୍ବିଟରର ନୂଆ ନିୟମ, ଏଣିକି ସୀମିତ ସଂଖ୍ୟକ ପୋଷ୍ଟ ପଢିପାରିବେ ୟୁଜର୍ସ - ସୀମିତ ସଂଖ୍ୟକ ପୋଷ୍ଟ ପଢିପାରିବେ ୟୁଜର୍ସ

ଏଣିକି ଟ୍ବିଟରରେ ମନ ଇଚ୍ଛା ପୋଷ୍ଟ ପଢିପାରିବେ ନାହିଁ ୟୁଜର୍ସ । ଗୋଟିଏ ଦିନରେ ସୀମିତ ସଂଖ୍ୟକ ପୋଷ୍ଟ ପଢିପାରିବେ ୟୁଜର୍ସ ।

Twitter limits number of posts
Twitter limits number of posts
author img

By

Published : Jul 2, 2023, 9:00 AM IST

Updated : Jul 2, 2023, 11:45 AM IST

ହାଇଦ୍ରାବାଦ: ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ପରିବର୍ତ୍ତନ ଜାରି ରଖିଛନ୍ତି ଏଲନ ମସ୍କ । ଯାହା ୟୁଜର୍ସଙ୍କୁ ଅନେକ ସମୟରେ ଝଟକା ଦେଉଛି । ଏଣିକି ମନ ଇଚ୍ଛା ପୋଷ୍ଟ ପଢିପାରିବେ ନାହିଁ ୟୁଜର୍ସ । ଟ୍ବିଟର ପୋଷ୍ଟ ଗୁଡିକୁ ୟୁଜର୍ସଙ୍କ ପାଇଁ ସୀମିତ କରାଯାଇଛି । ଗୋଟିଏ ଦିନରେ ସିମିତ ସଂଖ୍ୟକ ପୋଷ୍ଟ ପଢିପାରିବେ ବା ଦେଖି ପାରିବେ ଟ୍ବିଟର ୟୁଜର୍ସ । ଡାଟା ସ୍କ୍ରାପିଂ ଏବଂ ସିଷ୍ଟମ୍ ମାନିପୁଲେସନ୍ ରୋକିବା ପାଇଁ ଏପରି କରାଯାଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ମସ୍କ ।

  • The reason I set a “View Limit” is because we are all Twitter addicts and need to go outside.

    I’m doing a good deed for the world here.

    Also, that’s another view you just used.

    — Elon Musk (Parody) (@ElonMuskAOC) July 1, 2023 " class="align-text-top noRightClick twitterSection" data=" ">

ଭେରିଫାଏଡ, ଅନଭେରିଫାଏଡ ଓ ନିୟୁ ଭେରିଫାଏଡ ୟୁଜର୍ସଙ୍କ ପାଇଁ ପୋଷ୍ଟ ସଂଖ୍ୟା ଭିନ୍ନ ଭିନ୍ନ ରହିଛି । ଭେରିଫାଏଡ ୟୁଜର୍ସ ମାନେ ଦିନକୁ 6000 ପୋଷ୍ଟ ପଢିପାରିବେ, ଅନଭେରିଫାଏଡ ୟୁଜର୍ସ ମାନେ ଦିନରୁ 600 ପୋଷ୍ଟ ପଢିପାରିବେ, ସେହିପରି ନିୟୁ ଭେରିଫାଏଡ ୟୁଜର୍ସ ମାନେ ମାତ୍ର 300 ପୋଷ୍ଟ ଗୋଟିଏ ଦିନରେ ପଢିପାରିବେ । ତେବେ ଖୁବଶୀଘ୍ର ପୋଷ୍ଟ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ।

ଏହା ମଧ୍ୟ ପଢନ୍ତୁ-New Twitter Rule: ଏଣିକି ବିନା ଆକାଉଣ୍ଟରେ ଟ୍ବିଟର ବ୍ରାଉଜିଂ ଆକ୍ସେସ ବନ୍ଦ

ତେବେ କାହିଁକି ପୋଷ୍ଟ ସଂଖ୍ୟାକୁ ୟୁଜର୍ସଙ୍କ ପାଇଁ ସୀମିତ କରାଗଲା ତାର କାରଣ ମଧ୍ୟ କହିଛନ୍ତି ଏଲନ ମସ୍କ। ସେ ଟ୍ବିଟ କରି କହିଛନ୍ତି ଯେ, ଆମେ ସମସ୍ତେ ଟ୍ବିଟର ଅଭ୍ୟସ୍ତ ହୋଇଯାଇଛେ, ତେଣୁ ସମସ୍ତେ ବାହାରକୁ ଯିବା ଆବଶ୍ୟକ । ମୁଁ ଦୁନିଆ ପାଇଁ ଏକ ଭଲ କାମ କରୁଛି ।

ଏହା ମଧ୍ୟ ପଢନ୍ତୁ-Twitter New Feature: ଟ୍ବିଟରରେ ମିଳିବ ଇନଷ୍ଟାଗ୍ରାମ ଭଳି ଫିଚର

  • Rate limits increasing soon to 8000 for verified, 800 for unverified & 400 for new unverified https://t.co/fuRcJLifTn

    — Elon Musk (@elonmusk) July 1, 2023 " class="align-text-top noRightClick twitterSection" data=" ">

ଗତ ଶନିବାରେ ପୁରା ବିଶ୍ବରେ କିଛି ସମୟ ପାଇଁ ଟ୍ବିଟର ଅଚଳ ହୋଇଯାଇଥିଲା। ଟ୍ବିଟର କାମ କରୁନଥିବା ଅନେକ ବ୍ୟବହାରକାରୀ ଅଭିଯୋଗ କରିଥିଲେ। ଡାଉନ୍ ଡିଟେକ୍ଟର କହିବା ଅନୁଯାୟୀ, ହଜାର ହଜାର ଉପଭୋକ୍ତା ମାଇକ୍ରୋ ବ୍ଲଗିଂ ୱେବସାଇଟରେ ପୋଷ୍ଟ ଦେଖିବା ପାଇଁ ବା ପୋଷ୍ଟ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାହା ରିଟ୍ରିଭ ହୋଇପାରିବ ନାହିଁ ବା ଏରର ବୋଲି ମେସେଜ ଆସୁଥିଲା। ଏହାକୁ ନେଇ ୟୁଜର୍ସ ମାନେ ଅଭିଯୋଗ କରିଥିଲେ। ବିଶ୍ବବ୍ୟାପି ଅନେକ ୟୁଜର୍ସ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୪୦ ପ୍ରତିଶତ ୱେବସାଇଟରେ, ୪୫ ପ୍ରତିଶତ ୟୁଜର ଆପ୍‌ରେ ଓ 15 ପ୍ରତିଶତ ୟୁଜର୍ସ ଫିଡରେ ଏଭଳି ସମସ୍ୟା ସମ୍ମୁଖୀନ ହୋଇଥିଲେ । କିନ୍ତୁ ଏହି ସମସ୍ୟାକୁ ଟ୍ବିଟର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବୀକାର କରିନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Last Updated : Jul 2, 2023, 11:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.