ETV Bharat / international

Turkey Rally Fallout: ଇସ୍ରାଏଲକୁ ଯୁଦ୍ଧ ଅପରାଧୀ କହିଲା ତୁର୍କୀ, କୂଟନୈତିଜ୍ଞଙ୍କୁ ଫେରାଇ ଆଣିଲା ଇସ୍ରାଏଲ - ଇସ୍ରାଏଲ ହମାସ ଆକ୍ରମଣ

ଇସ୍ରାଏଲର ଆକ୍ରମଣକୁ ଯୁଦ୍ଧ ଅପରାଧ କହିଲେ ତୁର୍କୀ ରାଷ୍ଟ୍ରପତି । କୂଟନୈତିଜ୍ଞଙ୍କୁ ଫେରାଇ ଆଣିଲା ଇସ୍ରାଏଲ । ଇସ୍ରାଏଲକୁ ଯୁଦ୍ଧ ଅପରାଧୀ ଘୋଷଣା କରିବାକୁ ତୁର୍କୀର ପ୍ରସ୍ତୁତି । ଅଧିକ ପଢନ୍ତୁ

Turkey rally fallout:ଇସ୍ରାଏଲର ଆକ୍ରମଣରୁ ଯୁଦ୍ଧ ଅପରାଧ କହିଲା ତୁର୍କୀ, କୂଟନୈଜିଜ୍ଞଙ୍କୁ ଫେରାଇ ଆଣିଲା ଇସ୍ରାଏଲ

author img

By ETV Bharat Odisha Team

Published : Oct 29, 2023, 6:42 AM IST

ହାଇଦ୍ରାବାଦ: ଇସ୍ରାଏଲ ଗାଜାରେ ଜାରି ରଖିଥିବା ଆକ୍ରମଣକୁ ଯୁଦ୍ଧ ଅପରାଧ କହିଲା ତୁର୍କୀ । ଏନେଇ ତୁର୍କୀ ରାଷ୍ଟ୍ରପତି ସିଧା ସଖଳ ଇସ୍ରାଏଲକୁ ବିରୋଧ କରିବା ସହ ଦଖଲକାରୀ ଓ ଏହାକୁ ଯୁଦ୍ଧ ଅପରାଧ ବୋଲି କହିଛନ୍ତି । ଇସ୍ତାନବୁଲରେ ପାଲେଷ୍ଟାଇନ ପତାକା ସହ ଏକତ୍ରୀତ ହୋଇଥିବା ହଜାର ହଜାର ଜନତାଙ୍କୁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି ଯେ ଇସ୍ରାଏଲ 22 ଦିନ ଧରି ଖୋଲାଖୋଲି ଭାବେ ଯୁଦ୍ଧ ଅପରାଧ କରୁଛି । କିନ୍ତୁ ପାଶ୍ଚାତ୍ୟ ନେତାମାନେ ଇସ୍ରାଏଲକୁ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ମଧ୍ୟ ଚାପ ସୃଷ୍ଟି କରୁନାହାନ୍ତି । ସମଗ୍ର ବିଶ୍ୱ ଜାଣେ ଯେ ଇସ୍ରାଏଲ ଯୁଦ୍ଧ ଅପରାଧୀ । ଆମେ ଏଥିପାଇଁ ପ୍ରସ୍ତୁତ ହେଉଛୁ । ଆମେ ଇସ୍ରାଏଲକୁ ଯୁଦ୍ଧ ଅପରାଧୀ ଘୋଷଣା କରିବୁ ବୋଲି ସେ କହିଛନ୍ତି । ଏର୍ଡୋଗାନଙ୍କ ଏହି ମନ୍ତବ୍ୟ ପରେ ଇସ୍ରାଏଲ ଓ ତୁର୍କୀ ମଧ୍ୟରେ କୂଟନୈତିକ ତିକ୍ତତା ମଧ୍ୟ ଆରମ୍ଭ ହୋଇସାରିଛି ।

ତେଲ ଅଭିବ ଆଙ୍କାରାରେ ଥିବା ନିଜ କୂଟନୈଜିଜ୍ଞଙ୍କୁ ଫେରାଇ ଆଣିଲା ଇସ୍ରାଏଲ । ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଲି କୋହେନ ଶନିବାର ତୁର୍କୀର କୂଟନୈତିକ ପ୍ରତିନିଧୀଙ୍କୁ ଇସ୍ରାଏଲ ଫେରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏକ୍ସରେ ଟ୍ବିଟ୍‌ କରି ସେ କହିଛନ୍ତି,"ତୁର୍କୀରୁ ଆସୁଥିବା ଗମ୍ଭୀର ବିବୃତ୍ତିକୁ ଦେଖି ମୁଁ ଇସ୍ରାଏଲ୍‌ ଏବଂ ତୁର୍କୀ ମଧ୍ୟରେ ଥିବା ସମ୍ପର୍କକୁ ପୁନର୍ବାର ମୂଲ୍ୟାଙ୍କନ କରିବା ପାଇଁ ସେଠାରେ କୂଟନୈତିକ ପ୍ରତିନିଧିମାନଙ୍କୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦେଇଛି ।" ତୁର୍କୀର ରାଷ୍ଟ୍ରପତି ତାଇପ ଏର୍ଡୋଗାନଙ୍କ ମନ୍ତବ୍ୟ ପରେ ଇସ୍ରାଏଲ ଏହି ପଦକ୍ଷେପ ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ :- Cash for Query Row: ହୀରାନନ୍ଦାନୀଙ୍କୁ ସଂସଦ ଓ୍ବେବସାଇଟ୍‌ ଲଗଇନ୍‌ ଡିଟେଲ୍ସ ଦେଇଥିଲେ ମୋଇତ୍ରା !

ଇସ୍ରାଏଲର ଅଭିଯୋଗ ଅନୁସାରେ, ଏବେ ମଧ୍ୟ ହମାସର କିଛି ଆଡ୍ଡା ସକ୍ରିୟ ରହିଛି । ପ୍ରାୟ 229 ଇସ୍ରାଏଲୀ ନାଗରିକ ବନ୍ଧକ ଭାବେ ଏବେ ମଧ୍ୟ ହମାସ ଗୋଷ୍ଠୀର କବଜାରେ ରହିଛନ୍ତି । ହମାସ ସଂଗଠନର ଶେଷ ଆତଙ୍କୀକୁ ନିପାତ କରିବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ଅପରେସନ ‘ଆଇରନ ସୋର୍ଡ’ ଜାରି ରଖିବ । 7 ତାରିଖରେ ପ୍ରଥମେ ହମାସର ଅତର୍କିତ ରକେଟ୍‌ ମାଡ଼ରେ ଇସ୍ରାଏଲରେ ପ୍ରାୟ 14 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ 3ଶହରୁ ଅଧିକ ଯବାନ ଥିଲେ । କିଛି ସାଧାରଣ ଇସ୍ରାଏଲୀଙ୍କୁ ହମାସ ଅପହରଣ ମଧ୍ୟ କରିନେଇଥିଲା । ଏହା ପରେ ତୁରନ୍ତ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ସହ ପ୍ରଚଣ୍ଡ ରକେଟ ମାଡ ସହ ଏୟାର ଷ୍ଟ୍ରାଇକ କରିଥିଲା ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.