ETV Bharat / international

ଥାଇଲାଣ୍ଡରେ ବୁଡ଼ିଲା ଯୁଦ୍ଧ ଜାହାଜ, 33 ନିଖୋଜ - ଥାଇଲାଣ୍ଡରେ ବଡ଼ ଧରଣର ଅଘଟଣ

ଥାଇଲାଣ୍ଡରେ ବଡ଼ ଧରଣର ଅଘଟଣ । ମଝି ସମୁଦ୍ରରେ ବୁଡ଼ିଗଲା ନୌସେନାର ଯୁଦ୍ଧ ଜାହାଜ । ଏଥିରେ 33 ତଟରକ୍ଷୀ ବାହିନୀ ନିଖୋଜ ଅଛନ୍ତି । ଅଧିକ ପଢ଼ନ୍ତୁ

warship sinks
ମଝି ସମୁଦ୍ରରେ ବୁଡ଼ିଲା ଯୁଦ୍ଧ ଜାହାଜ
author img

By

Published : Dec 19, 2022, 1:07 PM IST

ବ୍ୟାଙ୍ଗକକ୍: ଥାଇଲାଣ୍ଡରେ ଅଘଟଣ । ଥାଇଲାଣ୍ଡ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଏଚଟିଏମ୍‌ଏସ୍‌ ସୁଖୋଥାଇ ଯୁଦ୍ଧ ଜାହାଜ । ଏଥିରେ 73 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ 33 ଜଣ ତଟରକ୍ଷୀ ବାହିନୀ ନିଖୋଜ ଅଛନ୍ତି । ସେନା ହେଲିକପ୍ଟର ଓ ଜାହାଜ ସାହାଯ୍ୟରେ ନିଖୋଜଙ୍କୁ ଖୋଜା ଚାଲିଛି । ଉଦ୍ଧାର କାର୍ଯ୍ୟରେ ନୌସେନାର ତିନୋଟି ଯୁଦ୍ଧ ଜାହାଜ ଓ ହେଲିକପ୍ଟର ମୁତୟନ ହୋଇଛି । ବିଳମ୍ବିତ ରାତିରେ ମଝି ସମୁଦ୍ରରେ ଅଥଳ ଜଳରାଶିରେ ଜାହାଜଟି ବୁଡ଼ିଯାଇଥିଲା ।

ଉପକୂଳଠାରୁ ପ୍ରାୟ 20 ମାଇଲ (20 nautical miles) ଦୂରରେ ଇଞ୍ଜିନ ତ୍ରୁଟି ଦେଖାଦେବାରୁ ହଠାତ୍‌ ଜାହାଜଟି ଓଲଟି ପଡ଼ିଥିଲା। ଏଥିରେ ପ୍ରାୟ 106 ଜଣ ଲୋକ ଥିବା କୁହାଯାଉଛି । ତେବେ ପାଗ ଖରାପ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଏବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.