ETV Bharat / international

୧୦୦ ବିଲିୟନ୍‌ ଡଲାର କ୍ଷତି ସହିଲେଣି, ତଥାପି ବିଶ୍ବର ଶୀର୍ଷ ବିତ୍ତଶାଳୀ ଏଲନ୍‌ ମସ୍କ

author img

By

Published : Nov 23, 2022, 6:22 PM IST

ପୁଣି ଏଲନ୍‌ ମସ୍କ ଆଲୋଚନାର ସରବ୍ୟରେ ରହିଛନ୍ତି । ଚଳିତ ଆର୍ଥିକ ବର୍ଷ ବର୍ତ୍ତମାନ ସୁଦ୍ଧା ୧୦୦ ବିଲିୟନ୍‌ ଡଲାର କ୍ଷତି ସହିଲେଣି ଏଲନ୍‌ ମସ୍କ । ଏହାସତ୍ତ୍ବେ ସେ ବିଶ୍ବର ଏକ ନମ୍ବର ବିତ୍ତଶାଳୀ ଭାବରେ ଶୀର୍ଷରେ ରହିଛନ୍ତି । ଅଧିକ ପଢ଼ନ୍ତୁ

Tesla Co founder Elon Musk still richest person after loss more than hundred Billion dollar
୧୦୦ ବିଲିୟନ୍‌ ଡଲାର କ୍ଷତି ସହିଲେଣି, ତଥାପି ବିଶ୍ବର ଶୀର୍ଷ ବିତ୍ତଶାଳୀ ଏଲନ୍‌ ମସ୍କ

ହାଇଦ୍ରାବାଦ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଏବେ ଲଗାତାର ଚର୍ଚ୍ଚାରେ ରହି ଆସିଛନ୍ତି ଟେସ୍‌ଲା ମାଲିକ ଏଲନ୍‌ ମସ୍କ୍‌ । ଏବେ ଆଉ ଏକ ତଥ୍ୟକୁ ନେଇ ଏଲନ୍‌ ମସ୍କ ଆଲୋଚନାର ସରବ୍ୟରେ ରହିଛନ୍ତି । ଚଳିତ ଆର୍ଥିକ ବର୍ଷ ବର୍ତ୍ତମାନ ସୁଦ୍ଧା ୧୦୦ ବିଲିୟନ୍‌ ଡଲାର କ୍ଷତି ସହିଲେଣି ଏଲନ୍‌ ମସ୍କ । ଏହାସତ୍ତ୍ବେ ସେ ବିଶ୍ବର ଏକ ନମ୍ବର ବିତ୍ତଶାଳୀ ଭାବରେ ଶୀର୍ଷରେ ରହିଛନ୍ତି ।

ଟେସ୍‌ଲା କୋଫାଉଣ୍ଡର(ସହ ପ୍ରତିଷ୍ଠାତା) ଏଲନ୍‌ ମସ୍କ୍‌ ୧୬୯. ୮୦ ବିଲିୟନ ମମ୍ପତ୍ତି ସହ ବିଶ୍ବର ଶୀର୍ଷ ବିତ୍ତଶାଳୀ ହୋଇ ରହିଛନ୍ତି । ଗତ ନଭେମ୍ବର ୨୧ ତାରିଖରେ ଏଲନ୍‌ ମସ୍କଙ୍କ ସେୟାର ମୂଲ୍ୟ ଗୋଟିଏ ଦିନରେ ୮.୬ ବିଲିୟନ ଡଲାର ଖସଥିଲା । ଏହିଭଳି ବର୍ତ୍ତମାନ ସୁଦ୍ଧା ତାଙ୍କ ସେୟାର ମୂଲ୍ୟ ୧୦୦.୫ ବିଲିୟନ ଡଲାର ତଳକୁ ଖସିଲାଣି । କେବଳ ଗୋଟିଏ ବର୍ଷ ପୂର୍ବରୁ ଏଲନ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ୩୪୦ ବିଲିୟନ ଡଲାର ଆକଳନ କରାଯାଇଥିଲା ।

କୋଭିଡ କଟକଣା ଯୋଗୁଁ ଚୀନ ଓ ଆମେରିକା ଭଳି ମାର୍କେଟ୍‌ରେ ବିତ୍ୟୁତ୍‌ ଚାଳିତ ଯାନର ଚାହିଦା ହ୍ରାସ ପାଇଛି । ଏହାର ଫଳ ସ୍ବରୂପ ବିଦ୍ୟୁତ ଚାଳିତ ଯାନ ନିର୍ମାଣକାରୀ ସଂସ୍ଥା ଟେସ୍‌ଲାକୁ ବହୁ କ୍ଷତିତ ସହିବାକୁ ପଡ଼ିଛି । ଖାଲି କୋଭିଡ କଟକଣା ନୁହେଁ ବୈଷୟିକ ସମସ୍ୟା ଯୋଗୁଁ ଟେକ୍ସାସ୍‌ରେ ୩ ଲକ୍ଷ ଟେସ୍‌ଲା କାର୍‌କୁ ରିକଲ୍‌ କରିବାକୁ ପଡ଼ିଥିଲା । ଏହାଦ୍ବାରା ସପ୍ଲାଇ ଚେନ୍‌ ମଧ୍ୟ ପ୍ରଭାବିତ ହୋଇଛି । ତାସହିତ ବର୍ତ୍ତମାନ ଟେସ୍‌ଲାକୁ କଞ୍ଚାମାଲ୍‌ ପାଇଁ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ।

ସେପଟେ ଟ୍ବିଟର୍‌ ଏଲନ୍‌ ମସ୍କଙ୍କ ନିୟନ୍ତ୍ରଣକୁ ଯିବାପରେ ୬୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଏହାକୁ ନେଇ ଏଲନ୍‌ ମସ୍କଙ୍କ କମ୍ପାନୀରେ ନିବେଶ କରିଥିବା ନବେଶକ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ପ୍ରତିଟି ହାଇପ୍ରୋଫାଇଲ୍‌ କ୍ଷେତ୍ରରେ ମସ୍କ ବୋଧହୁଏ ନିଜ ପ୍ରତିପତ୍ତି ଜାହିର କରିବାକୁ ଚେଷ୍ଟା କରୁଥିବା ସେମାନେ ଅନୁମାନ କରିଛନ୍ତି ।

ଏଲନ୍‌ ମସ୍କଙ୍କ ସମ୍ପତ୍ତି ହ୍ରାସ ନେଇ ନେଇ ଜଣେ ନିବେଶକ କହଛନ୍ତି, "ଟସ୍‌ଲା ପ୍ରତି ଏଲନ୍‌ ମସ୍କ ସର୍ବଦା ଗୁରୁତ୍ବପୂର୍ଣ୍ଣ ଦେଇ ଆସିଛନ୍ତି । କିନ୍ତୁ ସମସ୍ତ ସମୟ ସେ କେବେ ଟେସ୍‌ଲା ପାଇଁ ଦେଇ ନାହାନ୍ତି ।" ମସ୍କଙ୍କ ଉପରେ ଟେସ୍‌ଲାର ନିର୍ଭରଶୀଳତା କମ୍ପାନୀକୁ ବିପଦରେ ପକାଇ ପାରେ ବୋଲି ଆଶଙ୍କା କରିଛନ୍ତି ନିବେଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.