ETV Bharat / international

ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଇମ୍ରାନ ଖାନ୍‌, ମଝି ଆକାଶରୁ ଫେରିଲା ବିମାନ

author img

By

Published : Sep 11, 2022, 5:37 PM IST

ମଝି ଆକଶରୁ ଫେରିଲା ଇମ୍ରାନ ଖାନଙ୍କ ବିମାନ (Imran Khan escapes plane crash)। ଯାନ୍ତ୍ରିକ ତ୍ରୁଟି ନା ଖରାପ ପାଗ ତାକୁ ନେଇ ଏବେବି ଲାଗି ରହିଛି ସସପେନ୍ସ । ପାକିସ୍ତାନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରସାରିତ । ଅଧିକ ପଢନ୍ତୁ

ବର୍ତ୍ତିଲେ ଇମ୍ରାନ ଖାନ: ମଝି ଆକାଶରୁ ଫେରିଲା ବିମାନ, ଯାନ୍ତ୍ରିକ ତ୍ରୁଟି ନା ଖରାପ ପାଗ ହୋଇନି ସ୍ପଷ୍ଟ

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଯାଉଥିବା ବିମାନଟି ମଝି ଆକାଶରୁ ଫେରିଛି (Imran Khan escapes plane crash)। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଜରୁରୀକାଳୀନ ଅବତରଣ କରିଥିବା କିଛି ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାବେଳେ ଆଉ କିଛି ଗଣମାଧ୍ୟମର ରିପୋର୍ଟରେ ଏହାକୁ ଖରାପ ପାଗ ଜନିତ ଜରୁରୀ ଅବତରଣ ବୋଲି କୁହାଯାଇଛି (Imran Khan plane emergency landing)। ଗତକାଲି (ଶନିବାର) ଇମ୍ରାନ ଏହି ବିମାନରେ ଯାତ୍ରା କରୁଥିବାବେଳେ ବିମାନଟି ମଝି ଆକାଶରୁ ଫେରିଆସିଥିଲା । ପରେ ଏହା ସୁରକ୍ଷିତ ଜରୁରୀ ଅବତରଣ କରିଥିବା ପାକିସ୍ତାନ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ସ୍ଥାନୀୟ ପାକ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପାଇଁ ଏହି ସ୍ବତନ୍ତ୍ର ବିମାନରେ ଇମ୍ରାନ ଖାନ ଗୁଜୁରାନଓ୍ବାଲା ଅଭିମୁଖେ ଉଡାଣ ଭରିଥିଲେ । ତେବେ କୌଣସି କାରଣରୁ ଇସଲାମାବାଦ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଯୋଗାଯୋଗ କରି ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ସମ୍ପୃକ୍ତ ବିମାନର ପାଇଲଟ । ପରେ ଏନେଇ ଏଟିସି କ୍ଲିୟରାନ୍ସ ମିଳିବା ସହ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ ମଧ୍ୟ କରିଥିଲା (Imran Khan plane emergency landing)।

ତେବେ ପାକିସ୍ତାନର ଅନ୍ୟ କିଛି ଗଣମାଧ୍ୟମ ସଂସ୍ଥା ଏହାକୁ ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ଖରାପ ପାଗ ଯୋଗୁଁ ଇମ୍ରାନଙ୍କ ବିମାନ ଇସଲାମବାଦ ବିମାନ ବନ୍ଦର ଅଭିମୁଖେ ଫେରି ଆସିଥିବା ଖବର ପ୍ରସାରିତ କରିଛନ୍ତି । ପରେ ଇମ୍ରାନ ସଡକ ପଥରେ ନିର୍ଦ୍ଧାରିତ ସଭାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମରେ ଅଂଶ ମଧ୍ୟ ଗ୍ରହଣ କରିଥିଲେ । ତେବେ ଇମ୍ରାନଙ୍କ ଦଳ ପିଟିଆଇ ମଧ୍ୟ ଯାନ୍ତ୍ରିକ ତ୍ରୁଟି ପାଇଁ ଇମ୍ରାନଙ୍କ ବିମାନ ଜରୁରୀ ଅବତରଣ କରିଥିବା ଖବରକୁ ଖଣ୍ଡନ କରିବା ସହ ଏହା ଖରାପ ପାଗ ପାଇଁ ହୋଇଥିବା ଟ୍ବିଟ କରିଛି (Imran Khan plane emergency landing)।

କ୍ଷମତାରୁ ପଦଚ୍ୟୁତ ହେବା ପରେ ପାକିସ୍ତାନରେ ଇମ୍ରାନଙ୍କ ଅଡୁଆ ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନର ସରିଫ ସରକାର ବିରୋଧରେ ଇମ୍ରାନ ତାଙ୍କ ରଣନୀତି ଜାରି ରଖିଛନ୍ତି । ଦେଶର ବିଭନ୍ନ ସ୍ଥାନରେ ସଭା ସମିତି ଆଯୋଜନ କରି ସରିଫ ସରକାରକୁ ଘେରିବାରେ ଲାଗିଛନ୍ତି ଇମ୍ରାନ । ଏହାରି ମଧ୍ୟରେ ଆଗାମୀ ନିର୍ବାଚନରେ ତାଙ୍କ ଦଳ ପୁଣି ଥରେ ପୂର୍ଣ୍ଣ ବହୁମତରେ କ୍ଷମତାକୁ ଫେରିବା ନେଇ ମଧ୍ୟ ସେ ଦମ୍ଭ ଦେଖାଇଛନ୍ତି । ତାଙ୍କୁ ଗାଦିଚ୍ୟୁତ କରି କ୍ଷମତା ହାତେଇଥିବା ସେହେଓ୍ବାଜ ସରିଫଙ୍କୁ ଜଣେ ଦୁର୍ନୀତିଖୋର ବ୍ୟକ୍ତି ବୋଲି କହିଆସିଛନ୍ତି ଇମ୍ରାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.