ETV Bharat / international

ନିର୍ବାଚନରେ ପରାଜୟ ପରେ ପାର୍ଟି ମୁଖ୍ୟ ପଦରୁ ଇସ୍ତଫା ଦେଲେ ରାଷ୍ଟ୍ରପତି - ଡେମୋକ୍ରାଟିକ୍ ପ୍ରୋଗେସିଭ୍ ପାର୍ଟି

ଡେମୋକ୍ରାଟିକ୍ ପ୍ରୋଗେସିଭ୍ ପାର୍ଟି(DPP)ର ମୁଖ୍ୟ ପଦରୁ ଇସ୍ତଫା ଦେଲେ ରାଷ୍ଟ୍ରପତି ତାଇ ଇଙ୍ଗ ଓ୍ବେନ। ଅଧିକ ପଢନ୍ତୁ

ତାଇ ଇଙ୍ଗ ଓ୍ବେନ
ତାଇ ଇଙ୍ଗ ଓ୍ବେନ
author img

By

Published : Nov 27, 2022, 8:45 AM IST

ତାଇପେଇ: ତାଇଓ୍ବାନରେ ନିର୍ବାଚନ ପାଇଁ ଶନିବାର ରହିଥିଲା ଭୋଟ ଗ୍ରହଣ । ଏଥିରେ ପରାଜୟ ପରେ DPP( Democratic Progressive Party ) ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ ୱେନ । ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ଆଞ୍ଚଳିକ ନିର୍ବାଚନ ପାଇଁ ରଣନୀତି ପରେ ମଧ୍ୟ ପରାଜୟ ହେବାରୁ ପାର୍ଟି ମୁଖ୍ୟ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି ।

ତାଇଓ୍ବାନରେ ସ୍ଥାନୀୟ ଆଞ୍ଚଳିକ ନିର୍ବାଚନ ପାଇଁ ଶନିବାର ମତଦାନ ହୋଇଥିଲା । ଏହି ନିର୍ବାଚନକୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରମୁଖ ରାଜନୀତିକ ଦଳ ନିଜର ପରାକାଷ୍ଠା ଦେଖାଇଥିଲେ । ନିର୍ବାଚନ ପୂର୍ବରୁ DPPର ବିରୋଧି ଦଳ KMT (Kuomintang) 21 ଟି ନଗରପାଳଙ୍କ ମଧ୍ୟରୁ 13ରେ ବିଜୟ ପାଇଁ ଦାବି କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଚୀନକୁ ଝଟକା, ପୁଣି ତାଇୱାନର ରାଷ୍ଟ୍ରପତି ହେଲେ ତାଇ ଇଙ୍ଗ ୱେନ

ତେବେ ନିର୍ବାଚନରେ ପରାଜୟ ପରେ ତାଇଓ୍ବାନ ରାଷ୍ଟ୍ରପତି କହିଥିଲେ ," ନିର୍ବାଚନ ଫଳାଫଳ ଆମର ଆଶାକୁ ଭାଙ୍ଗି ଦେଇଛି । ମୁଁ ପରାଜୟକୁ ସ୍ବୀକାର କରିବା ସହ ତାଇଓ୍ବାନବାସୀଙ୍କ ମତାମତକୁ ସମ୍ମାନ ଜଣାଉଛି । ଏହା ନୁହେଁ ଯେ DPP ଆଗରୁ କେବେ ପରାଜୟ ହୋଇନଥିଲା । କିନ୍ତୁ ଏହି ପରାଜୟ ଶକ୍ତ ଆଘାତ ଦେଇଛି । କିନ୍ତୁ ମୁଁ 2024 ଯାଏଁ ରାଷ୍ଟ୍ରପତି ଦାୟିତ୍ବ ତୁଲାଇବି ।"

ଚୀନ୍‌ର ତାଇୱାନ ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ," ତାଇୱାନବାସୀଙ୍କ ଜନମତ ଶାନ୍ତି, ସ୍ଥିରତା ଏବଂ ଏକ ଉତ୍ତମ ଜୀବନ ପାଇଁ ଥିଲା । ଏହାସହ ଶାନ୍ତିପୂର୍ଣ୍ଣ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବେଜିଂ ତାଇୱାନର ଲୋକଙ୍କ ସହ କାର୍ଯ୍ୟ ଜାରି ରଖିବ।"

ପ୍ରକାଶଥାଉକି, ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ଓ ରିପବ୍ଲିକ୍ ଚାଇନ ପରସ୍ପରର ସଂସ୍କୃତିକୁ ମାନ୍ୟତା ଦିଅନ୍ତି ନାହିଁ । ପରସ୍ପର ନିଜକୁ ଚୀନର ଅଫିସିଆଲ ରିପ୍ରେନେଜଟିଭ୍ ଭାବୁଥିବା ବେଳେ ମେନଲ୍ୟାଣ୍ଡ ଚାଇନା ଓ ତାଇୱାନ ଦ୍ବୀପ ପରସ୍ପର ନିଜକୁ ଅଫିସିଆଲ ଚୀନ ବୋଲି ଭାବନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.