ETV Bharat / international

Earthquake hits in Philippines: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ, ତୀବ୍ରତା୬.୧ ରେକର୍ଡ

ଫିଲିଫାଇନ୍ସରେ ଶକ୍ତିଶାଳୀ ଭୂକମ୍ପ ଝଟକା । ବୁଧବାର ରାତିରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ । ଅଧିକ ପଢନ୍ତୁ

author img

By

Published : Feb 16, 2023, 6:54 AM IST

Earthquake
Earthquake

ମାନିଲା: ବଡ ଧରଣର ଭୂକମ୍ପରେ ଥରିଲା ଫିଲିଫାଇନ୍ସ । ଗତକାଲି(ବୁଧବାର) ରାତିରେ ଶକ୍ତିଶାଳୀ ଭୂକମ୍ପରେ ଥରିଛି ଫିଲିଫାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଫିଲିଫାଇନ୍ସର ମାସବେଟ ରିଜଅନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭାରତୀୟ ସମୟ ଅନୁସାରେ ବୁଧବାର ରାତି ପ୍ରାୟ ୧୧ଟା ୪୦ ମିନିଟରେ ଏହି ଭୂକମ୍ପ ହୋଇଥିଲା । ରାତିରେ ଶକ୍ତିଶାଳୀ ଭୂକମ୍ପରେ ଥରିଥିଲା ଫିଲିଫାଇନ୍ସର ମାସବେଟ ରିଜଅନ । ଏହାର ଗଭୀରତା ୨୦.୧କିମି ରହିଥିବା ନେଇ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ସୁନାମି ନେଇ ମଧ୍ୟ ଆଲର୍ଟ ଜାରି କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: ସପ୍ତାହେ ନହେଉଣୁ ପୁଣି ଥରିଲା ତୁର୍କୀ, ତୀବ୍ରତା ୪.୭ ରେକର୍ଡ: ମୃତ୍ୟୁ ସଂଖ୍ୟା ୩୪ ହଜାର ପାର

ପ୍ରକାଶଥାଉକି, ଗତ ୧୦ ଦିନ ପୂର୍ବରୁ ତୁର୍କୀ ଏବଂ ସିରିଆରେ ତାଣ୍ଡବ ରଚିଥିଲା ଭୂକମ୍ପ । ତୁର୍କୀ ଓ ସିରିଆରେ ବଡ ଧରଣର ଭୂକମ୍ପ ହୋଇଥିଲା । ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇଥିଲା ।

ତେବେ ଥରେ କି ଦୁଇ ଥର ନୁହେଁ ସତେ ଯେମିତି ପ୍ରକୃତି କୋପ କରିଲା ଭଳି ଗୋଟିଏ ସପ୍ତାହ ମଧ୍ୟରେ ୫ ଥର ଭୂକମ୍ପ ହୋଇଥିଲା । ତେବେ ଭୂକମ୍ପକୁ ଇତି ମଧ୍ୟରେ ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ଅନେକ କୋଠା ତଳେ ଚାପିହୋଇ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ସୂଚନାଅନୁସାରେ ବୁଧବାର ଅପରାହ୍ନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୧ ହଜାର ପାର କରିଛି । ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଉଦ୍ଧାର କାର୍ଯ୍ୟ ଯେତିକି ବ୍ୟାପକ ହେବାରେ ଲାଗିଛି ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି ।

ତୁର୍କୀର ଏହି ବିପଦ ସମୟରେ ଅନେକ ଦେଶ ସହଯୋଗର ହାତ ବଢାଇଛନ୍ତି । ଲେକମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ, ଏନଡିଆରଫ ଟିମ ପ୍ରଶାସନର ମିଳିତ ପ୍ରୟାସ ଜାରି ରହିଛି । ତେବେ ବାହାରୁ ଯାଇଥିବା ଲୋକମାନଙ୍କୁ ତୁର୍କୀ ଛାଡି ଚାଲିଯିବା ପାଇଁ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଅପିଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.