ETV Bharat / international

Sri Lanka Crisis: ଶ୍ରୀଲଙ୍କାକୁ ଖୁବଶୀଘ୍ର ମିଳିବ ନୂଆ ପ୍ରଧାନମନ୍ତ୍ରୀ

ଚଳିତ ସପ୍ତାହରେ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ନିଯୁକ୍ତ ହେବେ । ସୂଚନା ଦେଲେ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ (Gotabaya Rajapaksa) । ଅଧିକ ପଢନ୍ତୁ

author img

By

Published : May 12, 2022, 8:58 AM IST

Updated : May 12, 2022, 9:17 AM IST

Sri Lanka Crisis: ଖୁବଶୀଘ୍ର ଶ୍ରୀଲଙ୍କାକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଆର୍ଥିକ ସଙ୍କଟରେ ଉବୁଟୁବୁ ଶ୍ରୀଲଙ୍କାକୁ ଚଳିତ ସପ୍ତାହରେ ମିଳିପାରେ ନୂଆ ପ୍ରଧାନମନ୍ତ୍ରୀ । ଖୁବଶୀଘ୍ର ଦେଶରେ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ନିଯୁକ୍ତ କରାଯିବା ନେଇ ସୂଚନା ରହିଛି । ଦେଶବ୍ୟାପୀ ବିକ୍ଷୋଭର ବହ୍ନି ଜଳୁଥିବା ବେଳେ ବୁଧବାର ଏହି ଘୋଷଣା କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ (Gotabaya Rajapaksa) । ନୂଆ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି । ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ମଧ୍ୟ ଅପିଲ୍ କରିଛନ୍ତି ।

ଗୋଟାବାୟା କହିଛନ୍ତି, ''ଦେଶରେ ଅରାଜକତା ରୋକିବାକୁ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରାଯାଉଛି । ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ଦେବା ପରେ ବିନା ସରକାରରେ ଶ୍ରୀଲଙ୍କା ଚାଲିଛି । ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ସପ୍ତାହରେ ନୂଆ ସରକାର ଗଠନ ହେବ । ଦେଶକୁ ଆଗକୁ ବଢାଇବା ପାଇଁ ନୂତନ ପ୍ରଧାନମନ୍ତ୍ରୀଙ୍କୁ ସୁଯୋଗ ଦିଆଯିବ । ମେ 9 ତାରିଖ ଅତ୍ୟନ୍ତ ଦୁର୍ଭାଗ୍ୟର ଦିନ ଥିଲା । ଏହି ଦିନ ହତ୍ୟା, ସରାକାରୀ ସମ୍ପତ୍ତି ଭଙ୍ଗାରୁଜା, ଲୁଟ ଓ ଆକ୍ରମଣ ହୋଇଥିଲା । ହେଲେ ଏବେ କୌଣସି ସ୍ଥିତିରେ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।''

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ଚାରିଆଡେ ଭଙ୍ଗାରୁଜା ପୋଡାଜଳା ଚାଲିଛି । ଲୋକମାନେ ରାସ୍ତାରେ ବିକ୍ଷୋଭ କରୁଛନ୍ତି । ଇତିମଧ୍ୟରେ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଗୋଟାବାୟା ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର୍ ଧରିଛି । ଦେଶରେ କର୍ଫ୍ୟୁ ଓ ଜରୁରୀ ପରିସ୍ଥିତି ସତ୍ତ୍ବେ ସ୍ଥିତି ଅଣାୟତ ହୋଇପଡିଛି । ସ୍ଥିତି ଏପରି ଯେ, ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ଓ ଲୁଟ କରୁଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ସେନା ଓ ପୋଲିସକୁ ନିର୍ଦ୍ଦେଶ ମିଳିଛି ।

Last Updated : May 12, 2022, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.