ETV Bharat / international

କିଏ ହେବ ଶ୍ରୀଲଙ୍କା ରାଷ୍ଟ୍ରପତି ? ଆରମ୍ଭ ହେଲା ଭୋଟିଂ

author img

By

Published : Jul 20, 2022, 10:52 AM IST

ଆଜି ଅଶାନ୍ତ ଶ୍ରୀଲଙ୍କାରେ ହେଉଛି ରାଷ୍ଟ୍ରପତି ନିର୍ବାଚନ । କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କ ସମେତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ୩ ସାଂସଦ । ଅଧିକ ପଢନ୍ତୁ

ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ: ଚାଲିଛି ଭୋଟିଂ

କଲମ୍ବୋ: ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ । ଅଶାନ୍ତ ଦ୍ବୀପଦେଶରେ ରାଷ୍ଟ୍ରପତି ପଦ ପାଇଁ ଚାଲିଛି ତ୍ରିମୁଖୀ ଲଢେଇ । ଉଗ୍ର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ମଧ୍ୟରେ ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ପରେ ଦେଶରେ ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ସଂସଦରେ ଏବେ ଭୋଟିଂ ଆରମ୍ଭ ହୋଇଛି । ଶ୍ରୀଲଙ୍କାର ଏକ ଗଣମାଧ୍ୟମ ରିପୋର୍ଟରୁ ଏନେଇ ସୂଚନା ମିଳିଛି । ମଙ୍ଗଳବାର ବିରୋଧିଦଳ ନେତା ସାଜିତ ପ୍ରେମଦାସା ନିର୍ବାଚନରୁ ଓହରିବା ପରେ କାମଚଳା ରାଷ୍ଟ୍ରପତିଙ୍କ ସମେତ ୩ ସାଂସଦ ଏବେ ରାଷ୍ଟ୍ରପତି ଦୌଡରେ ରହିଛନ୍ତି । କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ଅନୁରା କୁମାରା ଜିସାନାୟକ ଓ ଦୁଲାସ ଅହ୍ଲାପେରୁମାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି । ତେବେ ଏହା ହେଉଛି ୪୪ ବର୍ଷ ପରେ ପ୍ରଥମ ଥର, ଯେତେବେଳେ ଶ୍ରୀଲଙ୍କା ସଂସଦ ପ୍ରତ୍ୟେକ୍ଷ ଭାବେ ଜଣେ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବ ।

ଏହାମଧ୍ୟ ପଢନ୍ତୁ: ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ପ୍ରେମଦାସା

ଦେଶବାସୀଙ୍କ ତୀବ୍ର ଆକ୍ରୋଶର ଶିକାର ହୋଇ ଗୋଟାବାୟା ରାଜପକ୍ଷେ ଦେଶ ଛାଡି ଏବେ ବିଦେଶରେ ଆତ୍ମଗୋପନ କରିଛନ୍ତି । ସେ ଇସ୍ତଫା ଦେବା ପରେ ୨୨୫ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ଆଜି ନୂଆ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ହେଉଛି । ଯେଉଁ ସାଂସଦ ୧୧୩ ମ୍ୟାଜିକ ନମ୍ବର ଛୁଇଁବେ ସେ ହିଁ ନିର୍ବାଚନରେ ବାଜିମାତ୍ କରି ରାଷ୍ଟ୍ରପତି ପଦରେ ବସିବେ । ତେବେ ବର୍ତ୍ତମାନ ୭୩ ବର୍ଷୀୟ ରାନିଲ ବିକ୍ରମସିଙ୍ଘେ ରାଷ୍ଟ୍ରପତି ପାଇଁ ବଡ ଚେହେରା ଭାବେ ଦେଖାଯାଉଛନ୍ତି । ତାଙ୍କ ପଛକୁ ଦୁଲାସ ଅହ୍ଲାପେରୁମା ରହିଛନ୍ତି । ଅହ୍ଲାପେରୁମାଙ୍କୁ ବିରୋଧି ଦଳ ପଟୁ ବଡ ସମର୍ଥନ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.