ETV Bharat / international

Sri Lanka Economic Crisis: ସମସ୍ତ ୨୬ କ୍ୟାବିନେଟ ମନ୍ତ୍ରୀ ଦେଲେ ଇସ୍ତଫା

author img

By

Published : Apr 4, 2022, 9:07 AM IST

ଗୁରୁତର ଆର୍ଥିକ ଦୁରାବସ୍ଥା ଭିତରେ ଶ୍ରୀଲଙ୍କାରେ ଦେଖା ଦେଇଛି ରାଜନୈତିକ ସଂଙ୍କଟ । ମହିନ୍ଦା ରାଜପକ୍ଷଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୂହ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୁହ ଇସ୍ତଫା
ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୁହ ଇସ୍ତଫା

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦିନକୁ ଦିନ ଦେଶରେ ସ୍ଥିତି ଜଟିଳ ହେବାକୁ ଲାଗୁଛି । ଦେଶରେ ଖାଦ୍ୟାଭାବ ଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ଶ୍ରୀଲଙ୍କାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ୩୬ ଘଣ୍ଟିଆ କର୍ଫ୍ୟୁ ପରେ ବି ଲୋକେ ବିକ୍ଷୋଭ କରୁଛନ୍ତି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ମଧ୍ୟ ଦେଖା ଦେଇଛି। ଏହାରି ଭିତରେ ଦେଶକୁ ଝଟକା ପରେ ଝଟକା ଲାଗିଛି । ଗୁରୁତର ଆର୍ଥିକ ଦୁରାବସ୍ଥା ଭିତରେ ଶ୍ରୀଲଙ୍କାରେ ଦେଖା ଦେଇଛି ରାଜନୈତିକ ସଂଙ୍କଟ ।

ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ପତ୍ର ଦେଇଥିବା ଖବର ସାମନାକୁ ଆସିଥିଲା । ରାତି ନ ପାହୁଣୁ ଆଜି ମହିନ୍ଦା ରାଜପକ୍ଷଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୂହ ଇସ୍ତଫା ଦେଇଛନ୍ତି ।

ରବିବାର ରାତି କଲମ୍ବୋରେ ବସିଥିବା ବୈଠକ ପରେ ସରକାରର ସମସ୍ତ ସଦସ୍ୟ ଏକକାଳୀନ ଇସ୍ତଫା ଦେଇଛନ୍ତି । ଏହାପରେ ସମସ୍ତେ ନିଜ ନିଜ ପଦରୁ ଇସ୍ତଫା ଦେଇଥିବା କଥା ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରୀ ଦୀନେଶ ଗୁଣବର୍ଦ୍ଧେନ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଓ ତାଙ୍କ ବଡ଼ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଛାଡ଼ି ଆଉ ସମସ୍ତ ୨୬ ଜଣ ମନ୍ତ୍ରୀ ସମୁହ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କା ସରକାରରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ପୁଅ ନମଲ ମଧ୍ୟ ରହିଥିଲେ। ସେ ଦେଶର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପାଇଥିଲେ। କିନ୍ତୁ ଏବେ ସେ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...Sri Lanka Economic Crisis: ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା, ଗ୍ରହଣ କରି ନାହାନ୍ତି ରାଷ୍ଟ୍ରପତି

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ପ୍ରଧାନମନ୍ତ୍ରୀ ରାଜପକ୍ଷ ମଧ୍ୟ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଏହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଏହି ଖଣ୍ଡନର କିଛି ସମୟ ପରେ ହିଁ ଶ୍ରୀଲଙ୍କାର ସବୁ କ୍ୟାବିନେଟ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.