ETV Bharat / international

ସ୍ପେନ ରାଷ୍ଟ୍ରପତି ସାନଚେଜ୍ କୋରୋନା ଆକ୍ରାନ୍ତ: ଜି-୨୦ ବୈଠକରେ ହେବେନି ସାମିଲ

author img

By ETV Bharat Odisha Team

Published : Sep 8, 2023, 8:57 AM IST

Updated : Sep 8, 2023, 9:26 AM IST

ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋରୋନା ଆକ୍ରାନ୍ତ । ଜି-୨୦ ବୈଠକରେ ସାମିଲ ହେବେନି । ଅଧିକ ପଢନ୍ତୁ

ସ୍ପେନ ରାଷ୍ଟ୍ରପତି ସାନଚେଜ୍ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ ହେଲେ ସ୍ପେନ ରାଷ୍ଟ୍ରପତି । ଜି-୨୦ ବୈଠକ ପୂର୍ବରୁ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁ କାରଣରୁ ଆସନ୍ତାକାଲି(ଶନିବାର)ଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସେ ସାମିଲ ହୋଇପାରିବେ ନାହିଁ । ଏନେଇ ରାଷ୍ଟ୍ରପତି ସାନଚେଜ୍ X(ପୂର୍ବର ଟ୍ବିଟର) ଜରିଆରେ ସୂଚନା ଦେଇଛନ୍ତି ।

  • Esta tarde he dado positivo en COVID y no podré viajar a Nueva Delhi para asistir a la Cumbre del G-20.

    Me encuentro bien.

    España estará magníficamente representada por la vicepresidenta primera y ministra de Asuntos Económicos y el ministro de Exteriores, UE y Cooperación.

    — Pedro Sánchez (@sanchezcastejon) September 7, 2023 " class="align-text-top noRightClick twitterSection" data=" ">

ସ୍ପେନ ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ଅପରାହ୍ନରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛି । ଏଥିପାଇଁ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଯାଇପାରିବି ନାହିଁ । ମୁଁ ସୁସ୍ଥ ଅନୁଭବ କରୁଛି । ହେଲେ ଭାରତ ଯିବାକୁ ଅସମର୍ଥ । ଶିଖର ସମ୍ମିଳନୀରେ ସ୍ପେନ ପକ୍ଷରୁ ଦେଶର ପ୍ରଥମ ଉପରାଷ୍ଟ୍ରପତି ନାଦିଆ କେଲଭିନୋ ଓ ବୈଦେଶିକ ମନ୍ତ୍ରୀ ଜୋସ୍ ମାନୁଏଲ ଆଲବାରେସ୍ ପ୍ରତିନିଧିତ୍ବ କରିବେ । ତେବେ ଜି-୨୦ ବୈଠକରେ ସାମିଲ ନହେବାରେ ସାନଚିଜ୍ ହେଉଛନ୍ତି ତୃତୀୟ ବିଶ୍ବନେତା । ତାଙ୍କ ପୂର୍ବରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦିଲ୍ଲୀ ଆସିପାରିବେ ନାହିଁ ବୋଲି ସୂଚନା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: G20 summit: ଆଜି ପହଞ୍ଚିବେ ବାଇଡେନ-ସୁନକ, ସ୍ବାଗତ ପାଇଁ ସଜେଇ ହୋଇଛି ଦିଲ୍ଲୀ

ପ୍ରକାଶ ଥାଉକି, ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି(ଗୁରୁବାର) ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଭାରତ ଆସିବା ପୂର୍ବରୁ ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପୁଣିଥରେ ନିଜର କୋରୋନା ଟେଷ୍ଟ କରିଥିବା ବେଳେ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଅଛି । ଏନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: G20 Summit: ପୁଟିନ, ଜିନପିଙ୍ଗଙ୍କ ଅନୁପସ୍ଥିତି ଅର୍ଥନୈତିକ ଏଜେଣ୍ଡାକୁ ପ୍ରଭାବିତ କରିବ !

ପ୍ରଥମ ଥର ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଆସନ୍ତାକାଲିଠୁ ଦୁଇ ଦିନ ଯାଏଁ ପ୍ରଗତି ମୈଦାନର ଭାରତ ମଣ୍ଡପମରେ ଏହି ବିଶ୍ବସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସମ୍ମିଳନୀରେ ଜି-୨୦ ସଦସ୍ୟ ଦେଶର ନେତାଙ୍କ ସମେତ ବାଂଲାଦେଶ, ଇଜିପ୍ଟ, ମରିସସ୍, ନେଦରଲ୍ୟାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ, ୟୁଏଇ ଦେଶର ପ୍ରତିନିଧି ଯୋଗ ଦେବେ । ଆଜି ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କାନାଡା, ବ୍ରିଟେନ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବେ । ଏଥିପାଇଁ ନବବଧୂ ପରି ସଜେଇ ହୋଇଛି ପୁରା ରାଜଧାନୀ ।

Last Updated : Sep 8, 2023, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.