ETV Bharat / international

ବିଶ୍ବ ଦେଖିଲା ଭାରତର ଦମ୍, ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ସ୍ପେସ୍ ଏଜେନ୍ସି

author img

By ETV Bharat Odisha Team

Published : Aug 23, 2023, 9:56 PM IST

ଇତିହାସ ରଚିଲା ଭାରତ । ଯେଉଁଠି ସାରା ବିଶ୍ବ ପହଞ୍ଚି ନଥିଲା, ଆଜି ଭାରତ ସେଠାରେ ପାଦ ଥାପିଲା । ସଫଳ ହେଲା ଚନ୍ଦ୍ର ଯାତ୍ରା । ଭାରତର ଏହି ଅପୂର୍ବ ସଫଳତା ନେଇ ବିଶ୍ବର ବଡ଼ ବଡ଼ ସ୍ପେସ ଏଜେନ୍ସି ଅଭିନନ୍ଦନ ଜଣାଇଛି । ଅଧିକ ପଢ଼ନ୍ତୁ

chandrayaan 3
ଚନ୍ଦ୍ରଯାନ ୩

ହାଇଦ୍ରାବାଦ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ସଫଳ ହେଲା ମିଶନ ମୁନ । ସଫଳ ଚନ୍ଦ୍ର ଅଭିଯାନ ପରେ ଇତିହାସ ରଚିଲା ଭାରତ । ସାରା ବିଶ୍ବ ଏହି ଐତିହାସିକ ମୂହୁର୍ତ୍ତର ମୁକସାକ୍ଷୀ ରହିଲା । ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କଲା । ଦୀର୍ଘ ୫୦ ଦିନର ମହାକାଶ ଯାତ୍ରା ସାରି ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ । ଯାହାକୁ ନେଇ ଚାରିଆଡୁ ଇସ୍ରୋକୁ ବଧେଇ ସୁଅ ଛୁଟୁଛି । ବିଶ୍ବର ବଡ଼ବଡ଼ ସ୍ପେସ ଏଜେନ୍ସି ଇସ୍ରୋର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ।

ଇସ୍ରୋର ସଫଳତା ନେଇ ବଧେଇ ଜଣାଇଲା ନାସା: ନାସା ମୁଖ୍ୟ ବିଲ ନେଲସନ ଇସ୍ରୋକୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇ କହିଛନ୍ତି, "ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିଥିବାରୁ ଇସ୍ରୋକୁ ଅଭିନନ୍ଦନ ଜଣାଉଛୁ । ଏହି ଐତିହାସିକ ସଫଳତା ସହ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବା ନେଇ ବିଶ୍ବର ଚତୁର୍ଥ ରାଷ୍ଟ୍ରରେ ପରିଣତ ହୋଇଥିବାରୁ ଭାରତକୁ ଶୁଭେଚ୍ଛା । ଏହି ମିଶନରେ ଆପଣଙ୍କ ସହଯୋଗୀ ହୋଇ ଆମେ ଆନନ୍ଦିତ ।"

  • Congratulations @isro on your successful Chandrayaan-3 lunar South Pole landing! And congratulations to #India on being the 4th country to successfully soft-land a spacecraft on the Moon. We’re glad to be your partner on this mission! https://t.co/UJArS7gsTv

    — Bill Nelson (@SenBillNelson) August 23, 2023 " class="align-text-top noRightClick twitterSection" data="

Congratulations @isro on your successful Chandrayaan-3 lunar South Pole landing! And congratulations to #India on being the 4th country to successfully soft-land a spacecraft on the Moon. We’re glad to be your partner on this mission! https://t.co/UJArS7gsTv

— Bill Nelson (@SenBillNelson) August 23, 2023 ">

ଚନ୍ଦ୍ରଯାନ-୩ ମିଶନକୁ ପ୍ରଂଶସା କଲା ୟୁକେ ସ୍ପେସ ଏଜେନ୍ସି: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ସଫଳ ଅବତରଣ ନେଇ ଶୁଭେଚ୍ଛା ବାର୍ତ୍ତା ପଠାଇଛି ୟୁକେ ସ୍ପେସ ଏଜେନ୍ସି । ନୂତନ ଜ୍ଞାନକୌଶଳର ଏହି ଚମତ୍କାର ପ୍ରଦର୍ଶନ ପାଇଁ ଭାରତକୁ ଅଭିନନ୍ଦନ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ଏହା ପ୍ରମାଣିତ କରୁଛି ଯେ, ଆମେ ଏକ ନୂଆ ମହାକାଶ ଯୁଗରେ ରହୁଛେ । ଯେଉଁଠି ସାରା ବିଶ୍ବର ସ୍ପେସ ଏଜେନ୍ସି ଚନ୍ଦ୍ର ଉପରେ ଦୃଷ୍ଟି ରଖିଛନ୍ତି ।

ଶୁଭେଚ୍ଛା ଜଣାଇଲା ୟୁରୋପ ମହାକାଶ ଗବେଷଣା ସଂସ୍ଥା ଇସା: ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ୟୁରୋପ ମହାକାଶ ଗବେଷଣା ସଂସ୍ଥା ଇସାର ନିର୍ଦ୍ଦେଶକ ।" ଅବିଶ୍ବସନୀୟ! ଏହି ଐତିହାସିକ ସଫଳତା ପାଇଁ ଇସ୍ରୋ, ଚନ୍ଦ୍ରଯାନ-୩ ଏବଂ ସମଗ୍ର ଭାରତବାସୀଙ୍କୁ ଅଭିନନ୍ଦନ । ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ସଫଳ ହେଲା । ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ । ଚନ୍ଦ୍ରଯାନ-୩ ମିଶନରେ ଇସାର ସମର୍ଥନ ପାଇଁ ସଂସ୍ଥାକୁ ବଧେଇ ଜଣାଉଛି । ଏଥିରୁ ଆମେ ଅନେକ କିଛି ଶିଖିବାକୁ ପାଇଛୁ । ଭାରତର ଆଗାମୀ ଆଦିତ୍ୟ ଏଲ-୧ ସୌର ମିଶନକୁ ସମର୍ଥନ କରିବାକୁ ଆମେ ତତ୍ପର ଅଛୁ ।" ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଆଜିର ଏହି ଐତିହାସିକ ମୂହୁର୍ତ୍ତ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି ସଫଳତା ନେଇ ସାରା ବିଶ୍ବରୁ ଭାରତକୁ ବଧେଇର ସୁଅ ଛୁଟିଛି ।

ହାଇଦ୍ରାବାଦ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ସଫଳ ହେଲା ମିଶନ ମୁନ । ସଫଳ ଚନ୍ଦ୍ର ଅଭିଯାନ ପରେ ଇତିହାସ ରଚିଲା ଭାରତ । ସାରା ବିଶ୍ବ ଏହି ଐତିହାସିକ ମୂହୁର୍ତ୍ତର ମୁକସାକ୍ଷୀ ରହିଲା । ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କଲା । ଦୀର୍ଘ ୫୦ ଦିନର ମହାକାଶ ଯାତ୍ରା ସାରି ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ । ଯାହାକୁ ନେଇ ଚାରିଆଡୁ ଇସ୍ରୋକୁ ବଧେଇ ସୁଅ ଛୁଟୁଛି । ବିଶ୍ବର ବଡ଼ବଡ଼ ସ୍ପେସ ଏଜେନ୍ସି ଇସ୍ରୋର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ।

ଇସ୍ରୋର ସଫଳତା ନେଇ ବଧେଇ ଜଣାଇଲା ନାସା: ନାସା ମୁଖ୍ୟ ବିଲ ନେଲସନ ଇସ୍ରୋକୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇ କହିଛନ୍ତି, "ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିଥିବାରୁ ଇସ୍ରୋକୁ ଅଭିନନ୍ଦନ ଜଣାଉଛୁ । ଏହି ଐତିହାସିକ ସଫଳତା ସହ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବା ନେଇ ବିଶ୍ବର ଚତୁର୍ଥ ରାଷ୍ଟ୍ରରେ ପରିଣତ ହୋଇଥିବାରୁ ଭାରତକୁ ଶୁଭେଚ୍ଛା । ଏହି ମିଶନରେ ଆପଣଙ୍କ ସହଯୋଗୀ ହୋଇ ଆମେ ଆନନ୍ଦିତ ।"

  • Congratulations @isro on your successful Chandrayaan-3 lunar South Pole landing! And congratulations to #India on being the 4th country to successfully soft-land a spacecraft on the Moon. We’re glad to be your partner on this mission! https://t.co/UJArS7gsTv

    — Bill Nelson (@SenBillNelson) August 23, 2023 " class="align-text-top noRightClick twitterSection" data=" ">

ଚନ୍ଦ୍ରଯାନ-୩ ମିଶନକୁ ପ୍ରଂଶସା କଲା ୟୁକେ ସ୍ପେସ ଏଜେନ୍ସି: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ସଫଳ ଅବତରଣ ନେଇ ଶୁଭେଚ୍ଛା ବାର୍ତ୍ତା ପଠାଇଛି ୟୁକେ ସ୍ପେସ ଏଜେନ୍ସି । ନୂତନ ଜ୍ଞାନକୌଶଳର ଏହି ଚମତ୍କାର ପ୍ରଦର୍ଶନ ପାଇଁ ଭାରତକୁ ଅଭିନନ୍ଦନ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ଏହା ପ୍ରମାଣିତ କରୁଛି ଯେ, ଆମେ ଏକ ନୂଆ ମହାକାଶ ଯୁଗରେ ରହୁଛେ । ଯେଉଁଠି ସାରା ବିଶ୍ବର ସ୍ପେସ ଏଜେନ୍ସି ଚନ୍ଦ୍ର ଉପରେ ଦୃଷ୍ଟି ରଖିଛନ୍ତି ।

ଶୁଭେଚ୍ଛା ଜଣାଇଲା ୟୁରୋପ ମହାକାଶ ଗବେଷଣା ସଂସ୍ଥା ଇସା: ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ୟୁରୋପ ମହାକାଶ ଗବେଷଣା ସଂସ୍ଥା ଇସାର ନିର୍ଦ୍ଦେଶକ ।" ଅବିଶ୍ବସନୀୟ! ଏହି ଐତିହାସିକ ସଫଳତା ପାଇଁ ଇସ୍ରୋ, ଚନ୍ଦ୍ରଯାନ-୩ ଏବଂ ସମଗ୍ର ଭାରତବାସୀଙ୍କୁ ଅଭିନନ୍ଦନ । ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ସଫଳ ହେଲା । ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ । ଚନ୍ଦ୍ରଯାନ-୩ ମିଶନରେ ଇସାର ସମର୍ଥନ ପାଇଁ ସଂସ୍ଥାକୁ ବଧେଇ ଜଣାଉଛି । ଏଥିରୁ ଆମେ ଅନେକ କିଛି ଶିଖିବାକୁ ପାଇଛୁ । ଭାରତର ଆଗାମୀ ଆଦିତ୍ୟ ଏଲ-୧ ସୌର ମିଶନକୁ ସମର୍ଥନ କରିବାକୁ ଆମେ ତତ୍ପର ଅଛୁ ।" ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଆଜିର ଏହି ଐତିହାସିକ ମୂହୁର୍ତ୍ତ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି ସଫଳତା ନେଇ ସାରା ବିଶ୍ବରୁ ଭାରତକୁ ବଧେଇର ସୁଅ ଛୁଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.