ETV Bharat / international

Snake on Plane: ମଝି ଆକାଶରେ କକପିଟ୍‌ରେ ବାହାରିଲା ସାପ, ଭୟ ନକରି ପାଇଲଟଙ୍କ ସୁରକ୍ଷିତ ଲ୍ୟାଣ୍ଡିଂ - ବିମାନରେ ସାପ

ମଝି ଆକାଶରେ କକ୍‌ପିଟରେ ବାହାରିଲା ବିଷଧର ସାପ । ଭୟଭୀତ ନ ହୋଇ ସୁରକ୍ଷିତ ଅବତରଣ କଲେ ଦକ୍ଷିଣ ଆଫ୍ରିକୀୟ ପାଇଲଟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 6, 2023, 4:53 PM IST

ଜୋହାନ୍ସବର୍ଗ: ସାଧାରଣତଃ ପାଇଲଟମାନଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ଲାଗି ତାଲିମ ଦିଆଯାଇଥାଏ । ହେଲେ ଯଦି ମଝି ଆକାଶରେ କକପିଟ୍‌ରେ ବିଷଧର ସାପ ବାହାରେ ତେବେ ସେଭଳି ସ୍ଥିତିରେ ପାଇଲଟ ଜଣକ କଣ କରିବ ? ଏଭଳି ସମାନ ଘଟଣା ଘଟିଥିବା ବେଳେ ପାଇଲଟ ଜଣକ ସାପ ଉପରେ ଧ୍ୟାନ କେନ୍ଦ୍ରିତ ନ କରି ସୁରକ୍ଷିତ ଭାବେ ବିମାନ ଚଳାଇବା ସହିତ ସୁରକ୍ଷିତ ଲ୍ୟାଣ୍ଡିଂ ମଧ୍ୟ କରିଛନ୍ତି । ଏହି ସାଉଥ ଆଫ୍ରିକାନ ପାଇଲଟଙ୍କୁ ଏଭଳି ଦୁଃସାହସକି କାର୍ଯ୍ୟ ଲାଗି ଭୁରି ଭୁରି ପ୍ରଶଂସା କରାଯାଇଛି ।

ଏହି ଦକ୍ଷିଣ ଆଫ୍ରିକୀୟ ପାଇଲଟଙ୍କ ନାମ ହେଉଛି ରୁଡଲ୍ଫ ଏରାସମସ । ଯିଏକି ପ୍ରାୟ ୫ବର୍ଷ ଧରି ବିମାନ ଚଳାଚଳ କରିଆସୁଛନ୍ତି । ଯେତେବେଳେ ମଝି ଆକାଶରେ ସେ ନିଜ ସିଟ୍‌ ପାଖରେ ବିଷଧର କୋବ୍ରାକୁ ଦେଖିବାକୁ ପାଇଥିଲେ, ସେତେବେଳେ ସେ ଭୟଭୀତ ନ ହୋଇ ଧୈର୍ଯ୍ୟର ସହିତ ଏହାର ସାମ୍ନା କରିଥିଲେ । କାରଣ ତାଙ୍କର ଗୋଟିଏ ପଦକ୍ଷେପ ଦ୍ବାରା ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ସେ ଭୟଭୀତ ନ ହୋଇ ଦୁଃସାହସର ସହିତ ବିମାନ ଚାଳନା ଜାରି ରଖିଥିଲେ । ଏହି ପାଇଲଟ ଜଣକ ଗତ ସୋମବାର ସକାଳେ ୪ଜଣ ଯାତ୍ରୀଙ୍କୁ ନେଇ ଏକ ଛୋଟ ବିଚକ୍ରାଫ୍ଟରେ ଉଡାଣ ଭରିଥିଲେ ।

ଏହା ବି ପଢନ୍ତୁ- Donald Trump Row: ଗିରଫ ପରେ ଟ୍ରମ୍ପଙ୍କୁ ଜାମିନ, କୋର୍ଟରେ କହିଲେ ମୁଁ ନିର୍ଦ୍ଦୋଷ

ସେ ୱରସିଷ୍ଟରର ନେଲ୍ସପ୍ରୁଟକୁ ଯାତ୍ରା କରୁଥିଲେ । ପାଇଲଟଙ୍କ କହିବାନୁସାରେ ଯେତେବେଳେ ସେ ସୋମବାର ସକାଳେ ଉଡାଣ ଲାଗି ପ୍ରାକ ପ୍ରକ୍ରିୟା ଆରମ୍ଭ କରିଥିଲେ ତାଙ୍କୁ କିଛି ଲୋକ କହିଥିଲେ ଯେ ରବିବାର ଅପରାହ୍ନରେ ବିମାନର ୱିଙ୍ଗ ତଳେ ଏକ କୋବ୍ରାକୁ ଦେଖିଥିଲେ । ସେମାନେ ତାକୁ ଧରିବା ଲାଗି ଉଦ୍ୟମ କରିଥିଲେ, ମାତ୍ର ଏହି ବିଷଧର ସାପଟି ଇଞ୍ଜିନ ଭିତରେ କେଉଁଠି ରହିଯାଇଥିଲା । ସାପ ଖବର ଶୁଣିବା ପରେ ଉଡାଣ ଭରିବା ପୂର୍ବରୁ ବିମାନର ଭଲ ଭାବେ ଯାଞ୍ଚ କରାଯାଇଥିଲା । ମାତ୍ର ସାପ କେଉଁଠି ମିଳିନଥିଲା । ଏହାପରେ ସମସ୍ତେ ଭାବି ନେଇଥିଲେ ଯେ ସାପଟି ହୁଏତ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଛି ।

ହେଲେ ମଝି ଆକାଶରେ ସେ ଅନୁଭବ କରିଥିଲେ ଯେ କୋବ୍ରା ତାଙ୍କ ସିଟ୍‌ ତଳେ ରହିଛି । ସେ ପ୍ରଥମେ ପୁରା ଚୁପ୍‌ ହୋଇଯାଇଥିଲେ । ଯାତ୍ରୀମାନଙ୍କୁ ଏନେଇ ସୂଚନା ଦେବେ କି ନାହିଁ ଚିନ୍ତା କରୁଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଯାତ୍ରୀମାନଙ୍କୁ ଏ ନେଇ ସୂଚନା ଦେଇଥିଲେ । ସେତେବେଳେ ବିମାନଟି ଭୂମିପୃଷ୍ଠରୁ ପ୍ରାୟ ୧୧ ହଜାର ଫୁଟ ଉପରେ ଉଡୁଥିଲା । ଏହି ସମୟରେ ସେ ୱେଲକମ ବିମାନବନ୍ଦର ନିକଟରେ ରହିଥିଲେ । ଏହାପରେ ସେ ଜରୁରୀକାଳୀନ ଅବତରଣ ଲାଗି ଘୋଷଣା କରିଥିଲେ । ବିମାନ ଅବତରଣ କରିବା ପରେ ସେମାନେ ତତକ୍ଷଣାତ ବିମାନ ମଧ୍ୟରୁ ବାହାରିଆସିଥିଲେ ।

ଏହାପରେ ସାପକୁ ଉଦ୍ଧାର କରିବା ଲାଗି ସ୍ନେକ ହେଲ୍ପଲାଇକୁ ଯୋଗାଯୋଗ କରାଯାଇଥିଲା । ତେବେ ପାଇଲଟ ଏରାସମସଙ୍କ ଏଭଳି ଦୁଃସାହସିକ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ଆଭିଏସନ ସ୍ପେଶାଲିଷ୍ଟ ତଥା ସାଉଥ ଆଫ୍ରିକା ଏୟାର ଶୋ' କମେଣ୍ଟେଟର ବ୍ରିୟାନ ଏମିନିସ ଏ ନେଇ କହିଛନ୍ତି ଯେ ସେ ଗତ ୩୮ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ହେଲେ ଏଭଳି ଘଟଣାକୁ ସାମ୍ନା କରିନଥିଲେ । ସେ ପାଇଲଟ ଏରାସମସଙ୍କୁ ହିରୋ ବୋଲି ସମ୍ବୋଧନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଯଦି ପାଇଲଟ ଏରାସମସ ଭୟଭୀତ ହୋଇପଡ଼ିଥାନ୍ତେ ତେବେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା । ସେ ଭୟଭୀତ ହୋଇ ବିମାନକୁ ଆଉ ନିଜ ନିୟନ୍ତ୍ରଣକୁ ନେଇପାରିନଥାନ୍ତେ । ଖରାପ ପାଗ ଯୋଗୁଁ ସେ ଭୂମିପୃଷ୍ଠକୁ ଦେଖିବାରେ ଅକ୍ଷମ ରହିଥାନ୍ତେ । ବିମାନଟି ତଳକୁ ଖସିପଡ଼ିବା ସହ କ୍ରାସ ହୋଇଥାନ୍ତା । ତଳେ ଚାଲିଥିବା ଏକ ଶୋ' ଉପରେ ସେମାନେ ଖସିପଡିଥାନ୍ତେ । ପାଇଲଟ, ୪ଜଣ ଯାତ୍ରୀଙ୍କ ସହିତ ଭୂମିପୃଷ୍ଠରେ ଥିବା ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥାନ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.