ETV Bharat / international

ଏୟାର ଇଣ୍ଡିଆ ବିମାନରେ ସାପ, ତଦନ୍ତ ନିର୍ଦ୍ଦେଶ - ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ

ଦୁବାଇ ବିମାନବନ୍ଦରରେ ଅବତରଣ କରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର କାର୍ଗୋରୁ ଏକ ସାପ ବାହାରିଥିବା ଦେଖିବାକୁ ମିଳିଛି । ଡିସିଜିଆଇର ତଦନ୍ତ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

snake found in air india express after landing at dubai dcga orders probe
ଏୟାର ଇଣ୍ଡିଆ ବିମାନରେ ସାପ, ତଦନ୍ତ ନିର୍ଦ୍ଦେଶ
author img

By

Published : Dec 11, 2022, 8:39 AM IST

ନୂଆଦିଲ୍ଲୀ: ବିମାନରେ ସାପ । ଶନିବାର ଦୁବାଇ ବିମାନବନ୍ଦରରେ ଅବତରଣ କରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର କାର୍ଗୋରୁ ଏକ ସାପ ବାହାରିଥିବା ଦେଖିବାକୁ ମିଳିଛି । ବିମାନରେ ସାପ ଉଦ୍ଧାର ହେବା ନେଇ ବିମାନ ଚଳାଚଳ ନିୟନ୍ତ୍ରକ ସଂସ୍ଥା ଡିଜିସିଏ ପକ୍ଷରୁ ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, କେରଳର କାଲିକଟରୁ B737-800 ବିମାନ ଦୁବାଇ ଅଭିମୁଖେ ଯାତ୍ରା କରିଥିଲା । ଦୁବାଇ ବିମାନବନ୍ଦରରେ ପହଞ୍ଚିବା ପରେ କର୍ମଚାରୀମାନେ ଯାତ୍ରୀଙ୍କ ଲଗେଜ ବାହାର କରୁଥିଲେ । ଏହି ସମୟରେ ଏକ ସାପ ସେଠାରେ ଥିବା ଦେଖିବାକୁ ପାଇଥିଲେ । ସାପକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି । ଠିକ ସମୟରେ ସାପକୁ ଦେଖି ଉଦ୍ଧାର କରାଯାଇଥିଲା ଏବଂ ବିମାନ କର୍ମଚାରୀମାନେ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରିଥିଲେ । ଏହାପରେ ବିମାନ ଚଳାଚଳ ନିୟନ୍ତ୍ରକ ସଂସ୍ଥା ଡିଜିସିଏ ପକ୍ଷରୁ ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉକି, କ୍ରମାଗତ ଭାବେ ବିମାନସେବା ଗୁଡ଼ିକରେ ତ୍ରୁଟି ହେଉଥିବା ଖବର ସାମ୍ନାକୁ ଆସୁଛି । କେତେବେଳେ ଇଞ୍ଜିନରୁ ଧୂଆଁ ବାହାରୁଛି ପୁଣି କେତେବେଳେ ବୋମା ଆତଙ୍କ । ଯାହାକୁ ନେଇ ତଦନ୍ତ ପାଇଁ ଦାବି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.