ETV Bharat / international

ସିରିଆ ଆତଙ୍କୀ ଆକ୍ରମଣ: 11 ମୃତ, ଅନେକ ନିଖୋଜ - କେନ୍ଦ୍ରୀୟ ସିରିଆ ଅଞ୍ଚଳରେ ଆତଙ୍କୀ ହମଲା

କେନ୍ଦ୍ରୀୟ ସିରିଆ ଅଞ୍ଚଳରେ ଆତଙ୍କୀ ଆକ୍ରମଣ । ଅତି କମରେ 11ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ସିରିଆ ଆତଙ୍କବାଦୀଙ୍କ ଆକ୍ରମଣ
attack in central syria
author img

By

Published : Feb 13, 2023, 9:04 AM IST

ଅଙ୍କାରା: ପୁଣି ସିରିଆରେ ଆତଙ୍କୀଙ୍କ ଉତ୍ପାତ । ଭୟଙ୍କର ଆତଙ୍କୀ ଆକ୍ରମଣରେ ଅତି କମରେ 11ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆକ୍ରମଣ ପରେ ଅନେକ ନିଖୋଜ ଅଛନ୍ତି । କେନ୍ଦ୍ରୀୟ ସିରିଆ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ଆଇଏସଆଇଏସ ଏହି ଆକ୍ରମଣ ଘଟାଇଥିବା ସନ୍ଦେହ କରାଯାଉଛି । ଯୁଦ୍ଧ ଉପରେ ନଜର ରଖୁଥିବା ସଂସ୍ଥା ଏହି ଆକ୍ରମଣ ନେଇ ରବିବାର ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସପ୍ତାହେ ନହେଉଣୁ ପୁଣି ଥରିଲା ତୁର୍କୀ, ତୀବ୍ରତା ୪.୭ ରେକର୍ଡ: ମୃତ୍ୟୁ ସଂଖ୍ୟା ୩୪ ହଜାର ପାର

ବ୍ରିଟେନର ଏକ ସଂସ୍ଥା ସିରିଆନ ଆଡଭାଇଜରି ଫର ହ୍ୟୁମାନ ରାଇଟ୍ସ ରିପୋର୍ଟସର ସୂଚନା ଅନୁଯାୟୀ, ଗତ 11 ତାରିଖରେ ହୋମ୍ସର ପୂର୍ବ ଅଞ୍ଚଳରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ପ୍ରାୟ 75 ଜଣ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଆତଙ୍କୀଙ୍କ ଆକ୍ରମଣରେ ଜଣେ ମହିଳା ଏବଂ ସିରିଆ ଶାସକ ଦଳର ସଦସ୍ୟଙ୍କ ସମେତ 10 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Turkey quake: 128 ଘଣ୍ଟା ପରେ କଂକ୍ରିଟ ଗଦା ତଳୁ ଉଦ୍ଧାର ହେଲା ନବଜାତ ଶିଶୁ

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆତଙ୍କୀ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟାକୁ କମାଇ କୁହାଯାଇଛି । ଆତଙ୍କବାଦୀମାନେ ମେସିନ ବନ୍ଧୁକ ସାହାଯ୍ୟରେ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ କେତେକଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଏଥିରେ 10 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି ।

ପ୍ରକାଶ ଥାଉକି, ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ଆଇଏସଆଇଏସ ପୂର୍ବରୁ ମଧ୍ୟ ସିରିଆ ଉପରେ ଆକ୍ରମଣ କରିସାରିଛି । 2021 ମସିହାରେ କେନ୍ଦ୍ରୀୟ ସିରିଆ, ଉତ୍ତର-ପୂର୍ବ, ପୂର୍ବ ଅଞ୍ଚଳରେ ଆକ୍ରମଣ ହୋଇଥିଲା । ଏକ ଗ୍ରାମର 19 ଲୋକଙ୍କୁ ଅପହରଣ କରି ନେଇଯାଇଥିବା ସୂଚନା ରହିଛି ।

ସେହିପରି ଗତବର୍ଷ ଇରାକରେ ମଧ୍ୟ ଆଇଏସଆଇଏସ ଆତଙ୍କୀ ସଂଗଠନ ଆକ୍ରମଣ କରିଥିଲା । କିରକୁକ ସହରର ଏକ ଚେକପଏଣ୍ଟରେ ଆକ୍ରମଣ କରିଥିଲା ଆଇଏସଆଇଏସ । ଆକ୍ରମଣରେ ୧୩ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ଉତ୍ତର ଇରାକର କିରକୁକ ସହର ନିକଟରେ ଆଇଏସଆଇଏସ ଏକ ଚେକପଏଣ୍ଟ ଉପରେ ଆକ୍ରମଣ କରିଥିଲା । କ୍ରମାଗତ ଭାବେ ଇରାକରେ ଆଇଏସଆଇଏସର ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.