ETV Bharat / international

ତାଞ୍ଜାନିଆର ଏକ ଖଣିରେ ଭୂସ୍ଖଳନ, 22 ମୃତ - ତାଞ୍ଜାନିଆରେ ଭୂସ୍ଖଳନ

Tanzania landslide: ତାଞ୍ଜାନିଆର ବାରିଆଡି ଜିଲ୍ଲାର ଏକ ଖଣିରେ ଭୂସ୍ଖଳନ ହେବାରୁ 22 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ତାଞ୍ଜାନିଆରେ ଭୂସ୍ଖଳନ
Tanzania landslide
author img

By ETV Bharat Odisha Team

Published : Jan 15, 2024, 6:57 AM IST

ଡୋଡୋମା: ତାଞ୍ଜାନିଆରେ ଭୂସ୍ଖଳନ । ବାରିଆଡି ଜିଲ୍ଲାର ଏକ ଖଣିରେ ଭୟଙ୍କର ଭୂସ୍ଖଳନ ହେବାରୁ 22 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେତେ ନିଖୋଜ ଅଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଜାନୁଆରୀ 13 ତାରିଖରେ ହଠାତ୍‌ ଖଣିରେ ଭୂସ୍ଖଳନ ହୋଇଥିଲା । 2ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

ଏହା ମଧ୍ୟ ପଢନ୍ତୁ- Sudan Gold Mine Collapsed: ସୁନା ଖଣିରେ ଭୂସ୍ଖଳନ, ୩୮ ମୃତ

ସିମିୟୁ ଆଞ୍ଚଳିକ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମର କମାଣ୍ଡର ଫୌ ଷ୍ଟାଇନ୍ ମିତ୍ତୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ଜାନୁଆରୀ 13ରେ ସ୍ଥାନୀୟ ସମୟ ସକାଳ 11 ଟାରେ ବାରିଆଡି ଜିଲ୍ଲାର ଏକ ଖଣିରେ ଭୂସ୍ଖଳନ ହୋଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । 2 ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ 22 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି, ‘‘ବାରିଆଡି ଜିଲ୍ଲାର ଏକ ଖଣିରେ ଭୂସ୍ଖଳନ ପରେ 22 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଖବର ଶୁଣି ମୁଁ ଦୁଃଖିତ । ଆମର ପ୍ରତିରକ୍ଷା ଏବଂ ସୁରକ୍ଷା ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ବର୍ତ୍ତମାନ ଖଣିଟିକୁ ବନ୍ଦ କରାଯାଇଛି ।’’

ଏହା ମଧ୍ୟ ପଢନ୍ତୁ-Malaysia Landslide: ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି, ସର୍ଚ୍ଚ ଅପରେସନ ଜାରି

ଏହା ମଧ୍ୟ ପଢନ୍ତୁ- ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଗଲାଣି ୬୬ରୁ ଅଧିକ ଜୀବନ

ଅନ୍ୟପଟେ ଶୁକ୍ରବାର ଦିନ କଲମ୍ବିଆର ପାର୍ବତ୍ୟାଞ୍ଚଳରେ ପାହାଡ ଧସିବାରୁ 34 ଜଣଙ୍କର ମୃତ୍ୟୁ ହୋଇଥିଲା । କୁଦିବୋ ଓ ମେଡେଲିନ ସହରର ମଧ୍ୟରେ ଥିବା ଏକ ପାହାଡ ଧସିଥିଲା । ଯାହା ଫଳରେ 34 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 14 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା କଲମ୍ବିଆ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ପ୍ରବଳ ବର୍ଷା ହେବା କାରଣରୁ ପାହାଡ ଧସିଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.