ETV Bharat / international

କରାଚି ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ, ୫ ଆତଙ୍କୀ ମୃତ

କରାଚି ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଆତଙ୍କୀ ନିହତ ହୋଇଛନ୍ତି । ଏଥିରେ ଜଣେ ପୋଲିସ କର୍ମୀ ସମେତ ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ତେହରିକ-ଇ-ତାଲିବାନ ଏହି ଆକ୍ରମଣ କରିଥିଲା । ଅଧିକ ପଢନ୍ତୁ

author img

By

Published : Feb 18, 2023, 9:54 AM IST

କରାଚି ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ
କରାଚି ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ

ଇସଲାମବାଦ: ପୁଣିଥରେ ବଡଧରଣର ଆତଙ୍କୀ ଆକ୍ରମଣରେ ଥରିଲା ପାକିସ୍ତାନ । ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନର କରାଚି ପୋଲିସ ମୁଖ୍ୟାଳୟ ଉପରେ ତେହରିକ-ଇ-ତାଲିବାନ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ପାଖାପାଖି ୮ରୁ ୧୦ ଜଣ ଆତଙ୍କୀ ପୋଲିସ ମୁଖ୍ୟାଳୟରେ ପ୍ରବେଶ କରି ଆଖିବୁଜା ଗୁଳିମାଡ କରିଛନ୍ତି । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଛି । ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ଏହି ଗୁଳି ବିନିୟମରେ ୫ ଜଣ ଆତଙ୍କୀ ନିପାତ ହୋଇଥିବା ବେଳେ ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଗତକାଲି ସନ୍ଧ୍ୟା ୭ଟା ୧୦ ମିନିଟ ବେଳେ ୮ରୁ ୧୦ ଜଣ ସଶସ୍ତ୍ର ଆତଙ୍କବାଦୀ ଦୁଇଟି କାରରେ ଶରାହ ଏ ଫୈସଲ ଅଞ୍ଚଳରେ ଥିବା କରାଚି ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ । ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ସାମଗ୍ରୀ ରହିଥିଲା । ସମସ୍ତେ ପୋଲିସ ପୋଷାକ ପିନ୍ଧି ମୁଖ୍ୟାଳୟ ଭିତରେ ପଶିବାରେ ସଫଳ ହୋଇଥିଲେ ଏବଂ କେହି କିଛି ବୁଝିବା ଆଗରୁ ସେମାନେ ଅତର୍କିତ ଗୁଳିମାଡ ଏବଂ ଗ୍ରେନେଡ ମାଡ କରିଥିଲେ । ପ୍ରାୟ ଅଧା ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ତେବେ ଆତଙ୍କୀବାଦୀମାନେ ପୋଲିସ ମୁଖ୍ୟାଳୟ ନିକଟରେ ଥିବା ସଦର ପୋଲିସ ଷ୍ଟେସନ ଉପରେ ବି ଗୁଳିମାଡ କରିଥିଲେ । ଆକ୍ରମଣ ପରେ କରାଚି ପୋଲିସ ଓ ରେଞ୍ଜର ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ।

ଏହାମଧ୍ୟ ପଢନ୍ତୁ: କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ଗୁଳିକାଣ୍ଡ ଜାରି

ପୋଲିସ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ଆତଙ୍କୀଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମୀଙ୍କ ସମେତ ୪ ସାଧାରଣ ଲୋକ ଆଖି ବୁଜିଛନ୍ତି ଏବଂ ୧୮ ଜଣ ଆହତ ହୋଇଥିବା ସୂତ୍ରରୁ ଜଣାପଡିଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରାୟ ୪ ଘଣ୍ଟା ଧରି ପୋଲିସ ମୁଖ୍ୟାଳୟରେ ଅପରେସନ ଚାଲିଥିଲା । ଶେଷରେ ରାତି ପ୍ରାୟ ୧୦ଟା ୫୦ ମିନିଟ ସମୟରେ ଅପରେସନ ଶେଷ ହୋଇଥିବା ସୂଚନା ମିଳିଛି ।

ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, ''ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଜାରି ରହିଥିବା ଏହି ସଂଘର୍ଷରେ ୩ ଜଣ ଆତଙ୍କୀ ନିହତ ହୋଇଥିଲେ । ଆଉ ଦୁଇ ଜଣ ନିଜକୁ ଉଡାଇ ଦେଇଥିଲେ । ଏହାଦ୍ବାରା ୫ ମହଲା ବିଶିଷ୍ଟ ପୋଲିସ ମୁଖ୍ୟାଳୟର ଗୋଟିଏ ମହଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.