ETV Bharat / international

ଟୁନିସିଆ ଉପକୂଳରେ ବୁଡିଲା ଡଙ୍ଗା, 28 ମୃତ

ଟୁନିସିଆ ଉପକୂଳରେ ଡଙ୍ଗା ବୁଡି 28 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Mar 27, 2023, 10:26 AM IST

boats capsize off Tunisia coast
boats capsize off Tunisia coast

ଟୁନିସ: ଟୁନିସିଆ ଉପକୂଳରେ ବୁଡିଲା ଡଙ୍ଗା । ଭୂମଧ୍ୟସାଗର ଦେଇ ଇଟାଲି ଯାଉଥିବା ବେଳେ ଡଙ୍ଗା ବୁଡି 28 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏନେଇ ଇଟାଲୀର ଜଣେ ଅଧିକାରୀ ସୂଚନା ଦେଇଥିବା ଏକ ଗଣମାଧ୍ୟମ ରିପୋର୍ଟ କରିଛି । ସମସ୍ତ ମୃତକ ପ୍ରବାସୀ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଏକାଧିକ ନିଖୋଜ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏନେଇ ଇଟାଲୀ ତଟରକ୍ଷୀ ବାହିନୀ କହିଛି ଯେ, ''ଗତ 48 ଘଣ୍ଟା ମଧ୍ୟରେ 58ଟି ଡଙ୍ଗାରୁ 3,300 ଲୋକଙ୍କୁ ଉଦ୍ଧାର କରାଯାଇଛି। ଟୁନିସିଆରୁ ଲ୍ୟାମ୍ପେଡୁସା ଅଭିମୁଖେ ଯାଉଥିବା ଡଙ୍ଗାରେ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା 60ରୁ ଊର୍ଦ୍ଧ୍ବ ନିଖୋଜ ରହିଥିବା ବେଳେ ଉଦ୍ଧାରକାରୀ ଟିମ ସର୍ଚ୍ଚ ଅପରେସନ ଜାରି ରଖିଛି । କେଉଁ କାରଣରୁ ଡଙ୍ଗାଟି ବୁଡିଲା ସେନେଇ ମଧ୍ୟ ତଦନ୍ତ କରାଯାଉଛି ।''

ଏହା ମଧ୍ୟ ପଢନ୍ତୁ-ବିଦେଶରେ ଖଲିସ୍ତାନୀ ସମର୍ଥକଙ୍କ ଦାଦାଗିରି, ଭାରତୀୟ ଦୂତାବାସ ଉପରେ କଲେ ଆକ୍ରମଣ

ଗତ ମାର୍ଚ୍ଚ 13 ତାରିଖରେ ଆମେରିକାରେ କାର୍ଲିଫର୍ଣ୍ଣିଆ ସମୁଦ୍ରରେ ଦୁଇଟି ମତ୍ସ୍ୟଜୀବୀ ଜାହାଜ ବୁଡିଯାଇଥିଲା । ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏନେଇ ଲାଇଫଗାର୍ଡ ମୁଖ୍ୟ ଜେମ୍ସ ଗାର୍ଟଲ୍ୟାଣ୍ଡ ଏକ ସାମ୍ବାଦିକ ସମ୍ମିଳନୀ କରି ଆମେରିକାର କାର୍ଲିଫର୍ଣ୍ଣିଆରେ ଏହା ସବୁଠାରୁ ଭୟଙ୍କର ଅଘଟଣ ବୋଲି କହିବା ସହ 8ଜଣ ଆତ୍ମୀୟଙ୍କୁ ହରାଇଥିବା ସୂଚନା ଦେଇଥିଲେ ।

ଗତ ଫେବୃଆରୀ ମାସରେ ଦକ୍ଷିଣ ଇଟାଲିର ସମୁଦ୍ରରେ ଏକ ଜାହାଜ ବୁଡ଼ି ଅତି କମରେ 40 ଜଣଙ୍କ ମୃତ୍ୟୁ ହୋଇଥିଲା । କୂଳରେ ଲାଗୁଥିବା ସମୟରେ ଭାରସାମ୍ୟ ହରାଇ ଜାହାଜଟି ବୁଡ଼ି ଯାଇଥିଲା । କାଲବେରିଆ ଉପକୂଳବର୍ତ୍ତୀ ସହର କ୍ରୋଟୋନର ସମୁଦ୍ର କୂଳରେ ଲାଗୁଥିବା ସମୟରେ ହଠାତ୍‌ ଜାହାଜଟି ଭାଙ୍ଗି ଯାଇଥିଲା । ଏଥିରେ 100ରୁ ଅଧିକ ପ୍ରବାସୀ ଥିଲେ । ଲୋକ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଯାହାଜରେ ଥିବା ସମସ୍ତ ପ୍ରବାସୀ ଇରାନ, ଇରାକ, ସିରିଆ, ଆଫଗାନିସ୍ତାନ, ପାକିସ୍ତାନ ଏବଂ ସୋମାଲିଆରୁ ହୋଇଥିବା ଜଣାପଡିଥିଲା ।

ସେହିପରି ଗତବର୍ଷ ବାଂଲାଦେଶରେ ଏକ ଯାତ୍ରୀବାହୀ ଡଙ୍ଗାବୁଡ଼ି 25 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହି ଯାତ୍ରୀବାହୀ ଡଙ୍ଗାରେ ପ୍ରାୟ 70 ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ କୌଣସି କାରଣରୁ ଡଙ୍ଗାଟି ନଦୀ ଗର୍ଭରେ ବୁଡ଼ି ଯାଇଥିଲା । ଫଳରେ ଅଧିକାଂଶ ଯାତ୍ରୀ ନିଖୋଜ ହୋଇଯାଇଥିବା ବେଳେ 25 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.