ETV Bharat / international

School gym roof collapse: ଚୀନରେ ଭୁଶୁଡିଲା ସ୍କୁଲ ଜିମ ଛାତ, 10 ମୃତ

author img

By

Published : Jul 24, 2023, 9:13 AM IST

ଚୀନରେ ଏକ ସ୍କୁଲର ଜିମ ଛାତ ଭୁଶୁଡି 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

school gym roof collapses in China
school gym roof collapses in China

ବେଜିଂ: ଚୀନରେ ଅଭାବନୀୟ ଘଟଣା । ସ୍କୁଲର ଜିମ ଛାତ ଭୁଶୁଡି 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତର-ପୂର୍ବ ଚୀନ୍‌ର ହିଲୋଙ୍ଗଜିଆଙ୍ଗ ପ୍ରଦେଶର କ୍ୟୁକିହର ସହର ଲୋଙ୍ଗଶା ଜିଲ୍ଲାରେ ଥିବା 34 ନମ୍ବର ମିଡିଲ ସ୍କୁଲରେ ଏହି ଘଟଣା ଘଟିଛି । ସ୍କୁଲ ଜିମର ଛାତ ଭୁଶୁଡିବା ସମୟରେ ଘଟଣାସ୍ଥଳରେ 19 ଜଣ ଲୋକ ଥିଲେ । 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଏବେ ମଧ୍ୟ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଆରମ୍ଭ ଜାରି ରହିଛି ।

ଭାରତୀୟ ସମୟ ଆନୁସାରେ ଆଜି(ଜୁଲାଇ 24) ଭୋର 3ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସ୍କୁଲ ଜିମ ଛାତ ଭୁଶୁଡିଥିବା ଖବର ପାଇଁ ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଜିମ ଛାତ ଭୁଶୁଡିବା ସମୟରେ ଘଟଣାସ୍ଥଳରେ 19 ଜଣ ଲୋକ ଉପସ୍ଥିତ ଥିଲେ । ସେଥି ମଧ୍ୟରୁ 4 ଜଣ ଘଟଣାସ୍ଥଳରୁ ପଳାଇ ଦୌଡି ପଳାଇଥିଲେ ଓ 15 ଜଣ ଚାପି ହୋଇଯାଇଥିବା ମ୍ୟୁନିସିପାଲ ସର୍ଚ୍ଚ ଓ ଉଦ୍ଧାରକାରୀ ଟିମ କହିଛି ।

ଏହା ମଧ୍ୟ ପଢନ୍ତୁ-ନିର୍ମାଣଧୀନ ଛାତ ଭୁଶୁଡି ଜଣେ ମୃତ, 10ରୁ ଅଧିକ ଆହତ

ଅନ୍ୟପଟେ ସ୍ଥାନୀୟ ଏକ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ଯେ, ଜିମ ଛାତ ଭୁଶୁଡିବା ଘଟଣାରେ ବର୍ତ୍ତମାନ ସୁଦ୍ଧା 14 ଜଣଙ୍କୁ ଉଦ୍ଧାର କରାଯାଇଛି ଓ 6 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ-ରେସ୍ତୋରାଁରେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ; ୩୧ ମୃୃତ

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଜିମ ନିକଟରେ ଆଉ ଏକ ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ଚାଲିଥିଲା । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନେ ଏକ ପେରେଲାଇଟ ଜିମର ଛାତ ଉପରେ ରଖି ଦେଇଥିଲେ । ପ୍ରବଳ ବର୍ଷା ହେବା କାରଣରୁ ପେରେଲାଇଟ ଓଦା ହେବାରୁ ଏହାର ଓଜନ ବଢିଯାଇଥିଲା । ଫଳରେ ଜମିର ଛାତ ଚାହୁଁ ଚାହୁଁ ଭୁଶୁଡି ପଡିଥିଲା । ଏହି ଘଟଣାରେ ପୋଲିସ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଗତ ଜୁନ 21 ତାରିଖରେ ଚୀନର ଏକ ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଉତ୍ତର-ପଶ୍ଚିମ ଚୀନର ନିଙ୍ଗସିଆରେ ଥିବା ବାରବିକ୍ୟୁ ରେସ୍ତୋରାଁରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ବିସ୍ଫୋରଣ ହେବାରୁ ୩୧ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.