ETV Bharat / international

ଆମେରିକାରେ ସ୍କୁଲ୍‌ ଭିତରେ ଫୁଟିଲା ଗୁଳି: ୩ ମୃତ, ଏକାଧିକ ଆହତ

ଆମେରିକାରେ ଏକ ହାଇସ୍କୁଲରେ ଗୁଳିମାଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

author img

By

Published : Oct 25, 2022, 9:42 AM IST

ଆମେରିକାରେ ସ୍କୁଲ ଭିତରେ ଫୁଟିଲା ଗୁଳି: ୩ ମୃତ

ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି । ଆମେରିକା ମିସୌରୀ(Missouri) ସ୍ଥିତ ଏକ ହାଇସ୍କୁଲରେ ଗୁଳିମାଡ ହୋଇଛି(shooting at US school) । ଜଣେ ବନ୍ଧୁକଧାରୀ ସ୍କୁଲ ଭିତରେ ପଶି ପିଲାମାନଙ୍କ ଉପରେ ଆଖିବୁଜା ଗୁଳିମାଡ କରିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ପରେ ପୋଲିସ ସ୍କୁଲ ପରିସରରେ ହିଁ ବନ୍ଧୁକଧାରୀକୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ ହୋଇଛି । ସୋମବାର ସକାଳ ୯ଟା ସମୟରେ ଏକ ବନ୍ଧୁକଧାରୀ ସ୍କୁଲ ଭିତରେ ପଶି ଅତର୍କିତ ଗୁଳିମାଡ କରିଥିଲା । ଯାହାଫଳରେ ପୁରା ସ୍କୁଲରେ ଆତଙ୍କ ଖେଳି ଯାଇଥିଲା । ଜୀବନ ବିକଳରେ ପିଲାମାନେ ବ୍ୟାରିକେଡ ଡୋର୍ ଏବଂ ଝରକା ଡେଇଁ ବିଲ୍ଡିଂରୁ ଦୌଡି ପଳାଇଥିଲେ । ବନ୍ଧୁକଧାରୀ ଗୁଳିରେ ଜଣେ ଶିକ୍ଷକଙ୍କ ସମେତ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାପରେ ପୋଲିସ ଗୁଳି କରି ବନ୍ଧୁକଧାରୀକୁ ହତ୍ୟା କରିଛି । ତେବେ ଗୁଳିମାଡରେ ଆହତ ହୋଇଥିବା ପିଲାଙ୍କ ମଧ୍ୟରେ ୩ ଜଣ ଛାତ୍ରୀ ଓ ୪ ଜଣ ଛାତ୍ରୀ ରହିଛନ୍ତି ।

ପୋଲିସର ସୂଚନା ମୁତାବକ, ବନ୍ଧୁକଧାରୀର ବୟସ ମାତ୍ର ୨୦ ବର୍ଷ ହୋଇଥିବାବେଳେ ତାହାର ପରିଚୟ ମିଳିପାରିନାହିଁ । କାହିଁକି ସେ ସ୍କୁଲ ପିଲାଙ୍କ ଉପରେ ଗୁଳିମାଡ କଲା ତାହା ମଧ୍ୟ ଜଣାପଡିନାହିଁ । ତେବେ ଅଭିଯୁକ୍ତ ଯୁବକ ସେହି ସ୍କୁଲର ପୁରାତନ ଛାତ୍ର ହୋଇଥିବା କୁହାଯାଉଛି ।

ସେପଟେ ସେଣ୍ଟ ଲୁଇସ ସ୍କୁଲ ସୁପରିଟେଣ୍ଡଣ୍ଟ କେଲଭିନ ଆଦାମ କହିଛନ୍ତି, "ଏହି ଗୁଳିକାଣ୍ଡ ସମୟରେ ସ୍କୁଲରେ ୭ ଜଣ ଗାର୍ଡ ଥିଲେ । ସମସ୍ତେ ବିଲ୍ଡିଂର ପ୍ରବେଶ ପଥରେ ମୁତୟନ ହୋଇଥିଲେ । ସକାଳ ୯ଟା ସମୟରେ ଜଣେ ବନ୍ଧୁକଧାରୀ ବନ୍ଦ ଦ୍ବାର ଦେଇ ସ୍କୁଲ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବାର ଜଣେ ଗାର୍ଡ ଦେଖିଥିଲେ । ଏହାପରେ ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।

ତେବେ ସ୍କୁଲ ଦ୍ବାର ବନ୍ଦ ଥିବାବେଳେ ବନ୍ଧୁକଧାରୀ କିପରି ଭିତରକୁ ପ୍ରବେଶ କଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଗୁଳିମାଡ ବେଳେ ସ୍କୁଲରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ସୂଚନା ମିଳିଛି । ତେବେ ଆମେରିକାରେ ଅନେକ ସମୟରେ ଏପରି ଗୁଳିମାଡ ହେଉଛି । ଏହାକୁ ମିଶାଇ ଚଳିତ ବର୍ଷ ଏଠାରେ ୪୦ଟି ଗୁଳିକାଣ୍ଡ ଘଟଣା ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.