ETV Bharat / international

ଆମେରିକାର ଫ୍ଲୋରିଡାରେ ଆଖିବୁଜା ଗୁଳିମାଡ, ୩ କୃଷ୍ଣକାୟଙ୍କ ମୃତ୍ୟୁ - ସାମୁହିକ ଗୁଳିକାଣ୍ଡ

ଆମେରିକାର ଫ୍ଲୋରିଡାରେ କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ । ବନ୍ଧୁକଧାରୀରେ ଆଖିବୁଜା ଗୁଳିମାଡରେ ୩ ମୃତ । ଅଧିକ ପଢନ୍ତୁ

ଫ୍ଲୋରିଡାରେ ଆଖିବୁଜା ଗୁଳିମାଡ
ଫ୍ଲୋରିଡାରେ ଆଖିବୁଜା ଗୁଳିମାଡ
author img

By ETV Bharat Odisha Team

Published : Aug 27, 2023, 8:08 AM IST

ୱାଶିଂଟନ: ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଏବେ ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ବନ୍ଧୁକଧାରୀ କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରି ଗୋଟିଏ ଡଲାର ଜେନେରାଲ ଷ୍ଟୋରରେ ପଶି ଏହି ଗୁଳିମାଡ କରିଛି । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଛି । ଫଳରେ ଏଥିରେ ଅଭିଯୁକ୍ତ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତ ବନ୍ଧୁକଧାରୀ ଶ୍ବେତବର୍ଣ୍ଣ ବ୍ୟକ୍ତି ଥିଲା ଏବଂ ସେ କୃଷ୍ଣକାୟ ଲୋକଙ୍କୁ ଘୃଣା କରୁଥିଲା । ତେଣୁ କୃଷ୍ଣକାୟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେ ଏଭଳି ନାରକୀୟ କାଣ୍ଡ ଭିଆଇଥିଲା । ତା'ର ଗୁଳିମାଡରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସମସ୍ତେ କୃଷ୍ଣକାୟ ବ୍ୟକ୍ତି ଥିଲେ । ବନ୍ଧୁକଧାରୀ ଏକାକୀ ହିଁ ଗୁଳିମାଡ କରିଥିଲା । ଗୁଳିମାଡ ପୂର୍ବରୁ ସେ ନିଜ ବାପାମାଆ, ଗଣମାଧ୍ୟମ ଓ ପୋଲିସ ପାଇଁ କିଛି ମାନିଫେଷ୍ଟୋ ଲେଖିଥିଲା । ଯେଉଁଥିରୁ କୃଷ୍ଣକାୟ ସମୁଦାୟଙ୍କ ପ୍ରତି ତା'ର ଘୃଣା ସମ୍ପର୍କରେ ସୂଚନା ମିଳିଛି । ଅଭିଯୁକ୍ତ ଗୋଟିଏ ଜ୍ୟାକେଟ ପିନ୍ଧି ଜ୍ୟାକ୍ସନବିଲେ ସ୍ଥିତ ଡଲାର ଜେନେରାଲ ଷ୍ଟୋରରେ ପଶିଥିଲା । AR-15 ଷ୍ଟାଇଲ ରାଇଫଲ ବାହାର କରି ଅତର୍କିତ ଭାବେ ଗୁଳି ଚଳାଇଥିଲା ।

ଏହାମଧ୍ୟ ପଢନ୍ତୁ: କାର୍ଲିଫର୍ଣ୍ଣିଆ ବାର୍‌ରେ ଗୁଳିମାଡ; ୫ ମୃତ, ୬ ଆହତ

ଜ୍ୟାକ୍ସନବିଲେ FBI ଅଫିସ ସ୍ପେଶାଲ ଏଜେଣ୍ଟ ଶେରି ଓଙ୍କସ୍‌ କହିଛନ୍ତି, ଫେଡେରାଲ ଅଧିକାରୀମାନେ ଗୁଳିମାଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ମାମଲାକୁ ଘୃଣା ଅପରାଧ ଭାବେ ଦେଖାଯାଉଛି । ଘୃଣା ଅପରାଧ ରୋକିବା ଦିଗରେ FBI ସବୁବେଳେ ଗୁରୁତ୍ବ ଦେଇଆସିଛି କାରଣ ଏହା କେବଳ କୌଣସି ପୀଡିତ ଉପରେ ଆକ୍ରମଣ ନୁହେଁ ବରଂ ଏହାର ଉଦ୍ଦେଶ୍ୟ ପୁରା ସମୁଦାୟକୁ ଡରାଇବା ଧମକାଇବା ଅଟେ ।

ଆମେରିକାରେ ବନ୍ଧୁକ ରଖିବା ପ୍ରତି ସରକାରଙ୍କ କୋହଳ ମନୋଭାବ ଓ ଆତ୍ମରକ୍ଷା ପାଇଁ ଏହା ଉପରେ ଅଧିକ ନିର୍ଭରଶୀଳତା ଯୋଗୁଁ ଗଣ ଗୁଳିକାଣ୍ଡ ଘଟଣା ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି । ସାମାନ୍ୟ ଘଟଣା ପାଇଁ ଫୁଟୁଛି ଗୁଳି । ତିନି ଦିନ ତଳେ କାର୍ଲିଫର୍ଣ୍ଣିଆର ଗୋଟିଏ ବାରରେ ଗୁଳିକାଣ୍ଡ ଘଟିଥିଲା । ସ୍ତ୍ରୀ ସହ ପାରିବାରିକ ବିବାଦକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲା । ଫଳରେ ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଅପରାଧ ବୃଦ୍ଧିରେ ବନ୍ଧୁକ ମୁଖ୍ୟ ମାଧ୍ୟମ ପାଲଟିଥିବାରୁ ଏହା ଉପରେ ନିୟନ୍ତ୍ରଣ ରଖିବା ଆମେରିକା ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.