ETV Bharat / international

Air strikes on Damascus: ସିରିଆରେ ଇସ୍ରାଇଲର ଏୟାରଷ୍ଟ୍ରାଇକ, ୫ମୃତ

author img

By

Published : Feb 20, 2023, 8:42 AM IST

ସିରିଆ ଉପରେ ଇସ୍ରାଇଲର ଏୟାରଷ୍ଟ୍ରାଇକ । ରବିବାର ହୋଇଥିବା ମିସାଇଲ ମାଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିହା ବେଳ ୧୫ଜଣ ଆହତ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

israeli air strikes on syria
israeli air strikes on syria

ଡାମାସକସ: ସିରିଆରେ ହୋଇଥିବା ଧ୍ବସଂକାରୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହୋଇନଥିବା ବେଳେ ପୁଣି ସିରିଆ ଉପରେ ଆକ୍ରମଣ ହୋଇଛି । ରବିବାର ସକାଳୁ ସିରିଆ ଉପରେ ମିସାଇଲ ମାଡ କରିଛି ଇସ୍ରାଇଲ । ଏଥରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ନେଇ ସୂଚନା ଦିଆଯାଇଛି ।

ସୂଚନାଅନୁସାରେ, ରବିବାର ସକାଳେ ସିରିଆର ରାଜଧାନୀ ଡାମାସକସ ଉପରେ ମିଶାଇଲ ଆଟାକ କରିଥିଲା ଇସ୍ରାଇଲ । ଆବାସିକ ଅଞ୍ଚଳରୁ ଲକ୍ଷ କରି ଏହି ଆକ୍ରମଣ କରାଯାଇଥିଲା । ଅଧିକାଂସ ସ୍ଥାନରେ ମିଶାଇଲ ମାଡ ଯୋଗୁଁ କିଛି କୋଠା ଧ୍ବସଂ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଦିଆଯାଇଥିବା ତଥ୍ୟ ଅନୁସାରେ, ଏକ କୋଠା ଉପରେ ମିସାଇଲ ମାଡ ଯୋଗୁଁ ୫ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ଏହି ଆକ୍ରମଣକୁ ନେଇ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ନିନ୍ଦା କରିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ତଦନ୍ତ କରାଯାଇ ଇସ୍ରାଇଲ ଉପରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଆଶାବାଦୀ ରହିଥିବା ନେଇ ମଧ୍ୟ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Operation Dost: ଭୂକମ୍ପ ପ୍ରଭାବିତ ତୁର୍କୀରୁ ଫେରିଲା ଅନ୍ତିମ NDRF ଟିମ

ପ୍ରକାଶଥାଉକି, ଗତ ଫେବୃଆରୀ ୬ ତାରିଖରେ ତୁର୍କୀ ସିରିଆରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଗୋଟିଏ ସପ୍ତାହରେ ସମୁଦାୟ ୫ଥର ଭୂକମ୍ପରେ ଥରିଥିଲା ତୁର୍କୀ ଏବଂ ସିରିଆ । ଏଥିରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଲୋକ ମୃତ୍ୟୁ ବରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ କୋଠାତଳେ ଚାପି ହୋଇ ରହିଖିବା ନେଇ ଅନୁମାନ କରାଯାଉଛି । ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ଦେଶ ହାତ ବଢାଇଥିବା ବେଳେ ଅନ୍ୟପଟୋ ବାରବାର ହେଉଥିବା ଭୂକମ୍ପ ବାଧା ସୃଷ୍ଟି କରୁଥିଲା । ଭାରତ ସମେତ ବିଭିନ୍ନ ଦେଶ ସହଯୋଗର ହାତ ବଢାଇଥିଲେ ।

ତୁର୍କୀର ପ୍ରାୟ 10ଟି ପ୍ରଦେଶ ଭୂକମ୍ପରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ସମଗ୍ର ତୁର୍କୀ ଏବେ ଯେମିତି ମାଟିରେ ମିଶିଯାଇଛି । ଏହାରି ଭିତରେ ରବିବାର ସିରିଆ ଉପରେ ମିଶାଇଲ ମାଡ କରିଛି ଇସ୍ରାଇଲ । ଆବାଶିକ ଘର, ଏୟାରପୋର୍ଟ, ସେବା ସଂସ୍ଥାରୁ ଟାର୍ଗେଟ କରି ଇସ୍ରାଇଲ ମିସାଇଲ ମାଡ କରିଥିବା ନେଇ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.