ETV Bharat / international

କଙ୍ଗୋରେ ପ୍ରଳୟଙ୍କାରୀ ବନ୍ୟା, ୨୦୦ରୁ ଅଧିକ ମୃତ

author img

By

Published : May 7, 2023, 7:17 AM IST

କଙ୍ଗୋରେ ପ୍ରକୃତିର କରାଳ ରୂପ । ପ୍ରଳୟଙ୍କାରୀ ବନ୍ୟା ସାଙ୍ଗକୁ ଭୂସ୍ଖଳନରେ ଗଲାଣି ୨୦୦ରୁ ଅଧିକ ଜୀବନ । ଅଧିକ ପଢନ୍ତୁ

Congo floods
Congo floods

କିନଶାସା: ଆଫ୍ରିକୀୟ ଦେଶ କଙ୍ଗୋରେ କରାଳ ରୂପ ଦେଖାଇଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ କଙ୍ଗୋରେ ବଡ଼ ଧରଣର ଭୂସ୍ଖଳନ ଓ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ପ୍ରାୟ ୨୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ତେବେ ୧୦୦ରୁ ଅଧିକ ନିଖୋଜ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଅନୁସାରେ, କଙ୍ଗୋରୋ ଲଗାତାର ଦୁଇଦିନ ଧରି ପ୍ରବଳ ବର୍ଷା ହୋଇଥିଲା । ଫଳରେ ପ୍ରଳୟଙ୍କାରୀ ବନ୍ୟା ହୋଇଥିଲା । ବନ୍ୟା ଆସିବା ସହ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିଲା । ଫଳରେ ଅନେକ ଲୋକ ପ୍ରାଣ ହରାଇଥିବା ହେଳେ ୧୦୦ରୁ ଅଧିକ ନିଖୋଜ ରହିଥିବା ନେଇ ଜଣାପଡିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ସରକାରୀ ସ୍ତରରେ କମ ମୃତ୍ୟୁ ସଂଖ୍ୟା ଘୋଷଣା କରାଯାଇଛି । ୧୭୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଦକ୍ଷିଣ କିଭୁ ଗଭର୍ଣ୍ଣର ଘୋଷଣା କରିଛନ୍ତି । ଶୁକ୍ରବାର ଏନେଇ ସେ କହିଛନ୍ତି, "ପ୍ରଳୟଙ୍କାରୀ ବନ୍ୟାରେ ୧୦୦ରୁ ଅଧିକ ଘର ପ୍ରଭାବିତ ହୋଇଛି । ମୁଁ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲି । ପ୍ରକୃତିର ଏହି କରାଳ ରୂପରେ ୧୭୬ଜଣ ପ୍ରାଣ ହରାଇଛନ୍ତି । ତେବେ ଦେଖିବାକୁ ଗଲେ ୧୦୦ରୁ ଅଧିକ ଲୋକ ନିଖୋଜ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।"

ମିଳିଥିବା ସୂଚନା ଅନୁସାରେ, କେବଳ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ବନ୍ୟାରେ ଦକ୍ଷିଣ କିବୁ ଦେଶ ଅଧିକ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁସାରେ, ଦକ୍ଷିଣ କିବୁ ପ୍ରଦେଶର କାଲେହ ଅଞ୍ଚଳରେ ଏକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ପାଣି ଜନବସତି ଆଡକୁ ମାଡି ଆସିଥିଲା । ଫଳରେ ପ୍ରକୃତିର କରାଳ ରୂପରେ ଗୋଟିଏ ପରିବାରର ୧୧ ଶିଶୁ ଭାସି ଯାଇ ପ୍ରାଣ ହରାଇଥିବା ଜଣାପଡିଛି । ଅନେକ ସ୍କୁଲ ଏବଂ ହସ୍ପିଟାଲ ଭୁଶୁଡିପଡିଥିବା ବେଳେ ଶହଶହ ଗାଡି ପାଣି ଘେରରେ ରହିଛି ।

ପାଣି ଏକ ବିଦ୍ୟୁତ ଯୋଗାଣ ଠପ ହୋଇଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଟି ଧସୁଥିବାରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଗଭର୍ଣ୍ଣର କହିଛନ୍ତି । ତେବେ ପ୍ରକାଶଥାଉକି, କଙ୍ଗୋର ପଡୋଶୀ ଦେଶ ରୁଆଣ୍ଡାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ସୃଷ୍ଟି ହୋଇଛି । ସେଠାରେ ମଧ୍ୟ ୧୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.