ETV Bharat / international

କାନାଡା ଫ୍ଲାଟରେ ଗୁଳିକାଣ୍ଡ, 5 ମୃତ

author img

By

Published : Dec 20, 2022, 8:51 AM IST

କାନାଡ଼ାର ଏକ ଫ୍ଲାଟରେ ଆଖିବୁଜା ଗୁଳି ଚାଳନା । ଏଥିରେ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ । ଅଧିକ ପଢ଼ନ୍ତୁ

canadian condo shooting
କାନାଡ଼ାରେ ଗୁଳି ଚାଳନା

ଓଟାୱା: କାନାଡାର ଏକ ଫ୍ଲାଟରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ଚାଳନା । ଏଥିରେ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ଅଛନ୍ତି । ଟରଣ୍ଟୋ ଉପକଣ୍ଠ ଏକ କଣ୍ଡୋମିନିୟମ ବିଲ୍ଡିଂରେ ସଶସ୍ତ୍ର ଆକ୍ରମଣକାରୀମାନେ ଗୁଳିକାଣ୍ଡ ଘଟାଇଛନ୍ତି । ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ କରୁଛି ।

ୟର୍କର ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓଣ୍ଟାରିଓର ଭୁଆନ ସହର କଣ୍ଡୋ ସ୍ଥିତ ଏକ ଫ୍ଲାଟରେ ଏହି ଗୁଳିକାଣ୍ଡ ଘଟିଛି । ଆକ୍ରମଣକାରୀଙ୍କୁ କାବୁ କରିବାକୁ ଯାଇ ପୋଲିସ ମଧ୍ୟ ଗୁଳି ଚାଳନା କରିଥିଲା । ଏଥିରେ ଜଣେ 73 ବର୍ଷୀୟ ଦୁର୍ବୃତ୍ତଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ବୃତ୍ତଙ୍କ ପରିଚୟ ଜଣାପଡ଼ିନାହିଁ । ଗୁଳି ଚାଳନା ପରେ ବିଲ୍ଡିଂରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଘଟଣା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି।

ସୂଚନା ଥାଉକି, ନିକଟରେ ଜଣେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । କାନାଡାର ଆଲବର୍ଟରେ ଜଣେ ୨୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମୃତକଙ୍କ ନାମ ସନରାଜ ସିଂହ । ସେ ଦକ୍ଷିଣପୂର୍ବ ଏଡମୋନଟନ ସହରରେ ରହୁଥିଲେ । ଡିସେମ୍ବର ୩ ରାତିରେ କାର୍ ଭିତରେ ତାଙ୍କୁ ଗୁଳି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.