ETV Bharat / international

ଭେନଜୁଏଲାରେ ପ୍ରକୃତିର କରାଳ ରୂପ, ଭୂସ୍ଖଳରେ ୨୨ ମୃତ ଓ ଅନେକ ନିଖୋଜ

ପ୍ରବଳ ବର୍ଷା ଯୋଗୁଁ ଭେନଜୁଏଲାର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି । ଭୂସ୍ଖଳନ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୨ ଜଣ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

author img

By

Published : Oct 10, 2022, 5:00 PM IST

several killed due to rain triggered landslides in venezuela
ଭେନଜୁଏଲାରେ ପ୍ରକୃତିର କରାଳ ରୂପ, ଭୂସ୍ଖଳରେ 22 ମୃତ ଓ 52 ନିଖୋଜ

ଲାସ ତେଜାରିଆସ: ଦଷିଣ ଆମେରିକାର ଭେନଜୁଏଲାରେ କରାଳ ରୂପ ଦେଖାଇଛି ପ୍ରକୃତି । ଲଗାଣ ବର୍ଷା ଯୋଗୁଁ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଏଯାବତ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଥିବା ସୂଚନା ମିଳିଛି । ବାଦଲ ଫଟା ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ଆସିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଭେନଜୁଏଲା ଉପରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

ଉପରାଷ୍ଟ୍ରପତି କହିଛନ୍ତି, "୨୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଲଗାଣ ବର୍ଷା ଯୋଗୁଁ ଜେନଜୁଏଲାର ୫ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ କେନ୍ଦ୍ରୀୟ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଏହା ଦ୍ବାରା ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୫୨ରୁ ଅଧିକ ନିଖୋଜ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।"

ବନ୍ୟାରେ ବାସ ହରାଇଥିବା ଲୋକଙ୍କୁ ଆଶ୍ରୟସ୍ଥଳ ଯୋଗାଇ ଦିଆଯିବା ବୋଲି ଉପରାଷ୍ଟ୍ରପତି କହିଛନ୍ତି । ଭୂସ୍ଖଳ ସମୟରେ ପାହଡ଼ ନିକଟବର୍ତ୍ତୀ ଉଚ୍ଚ କୋଠାଗୁଡ଼ିକ ଭାସି ଯାଇଥିଲା । ମାଟି ଅତଡା ଖସିବା ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି । ବର୍ଷା ଓ ବନ୍ୟାରେ ଅନେକ ଘର ଧୋଇଯାଇଛି । ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: 25 ମୃତ, ଆଜି 12 ଜିଲ୍ଲାରେ ସ୍କୁଲ ବନ୍ଦ

ଭୂସ୍ଖଳ ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛନ୍ତି । ଉଦ୍ଧାରକାରୀ ଟିମ ସନ୍ଧାନୀ କୁକୁର ଏବଂ ଡ୍ରୋନ ସାହାଯ୍ୟରେ ଅପରେସନ ଜାରି ରଖିଛନ୍ତି । ଲାସ ତେଜାରିଆସର ୨୧ଟି ସେକ୍ଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ପ୍ରାୟ ୫୪ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ଭେନଜୁଏଲାର ୨୩ଟି ରାଜ୍ୟରୁ ୧୧ଟି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୦ ହଜାରରୁ ଉର୍ଦ୍ଧ୍ବ ଉଦ୍ଧାରକାରୀ ଟିମ ତଥା ସୁରକ୍ଷା ବାହିନୀଙ୍କ ସମେତ ଅନ୍ୟ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.