ETV Bharat / international

ରେସ୍ତୋରାଁରେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ; ୩୧ ମୃୃତ - ଚୀନ ରେସ୍ତୋରାଁରେ ବିସ୍ଫୋରଣ

ଚୀନର ବାରବିକ୍ୟୁ ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ । ୩୧ ଜଣ ମୃୃତ ୭ ଜଣ ଗୁରୁତର । ଅଧିକ ପଢନ୍ତୁ

ଚୀନ ରେସ୍ତୋରାଁରେ ବିସ୍ଫୋରଣ
ଚୀନ ରେସ୍ତୋରାଁରେ ବିସ୍ଫୋରଣ
author img

By

Published : Jun 22, 2023, 10:43 AM IST

ବେଜିଂ: ବୁଧବାର ରାତିରେ ଚୀନର ଏକ ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ ହୋଇଛି । ଉତ୍ତର-ପଶ୍ଚିମ ଚୀନର ନିଙ୍ଗସିଆରେ ଥିବା ବାରବିକ୍ୟୁ ରେସ୍ତୋରାଁରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ବିସ୍ଫୋରଣ ଘଟିଛି । ଏଥିରେ ଏବେ ସୁଦ୍ଧା ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଙ୍ଗସିଆର ରାଜଧାନୀ ୟିନଚୁଆନ ସହରରେ ଡ୍ରାଗନ ବୋଟ୍ ଫେଷ୍ଟିଭାଲ ପାଳନର ଠିକ୍ ପୂର୍ବରୁ ରାତି ପ୍ରାୟ ୮ଟା ୪୦ ମିନିଟ୍ ସମୟରେ ବିସ୍ଫୋରଣ ହୋଇଛି ।

ଏହାମଧ୍ୟ ପଢନ୍ତୁ: Earthquake hits in Myanmar: ମିଆଁମାରରେ ତିନି ଥର ଭୂକମ୍ପ, ଭୟଭୀତ ଲୋକେ

ଯାହା ସୂଚନା ମିଳିଛି, ଚୀନର ପ୍ରସିଦ୍ଧ ପର୍ବ ଡ୍ରାଗନ ବୋଟ୍ ଫେଷ୍ଟିଭାଲର ପ୍ରସ୍ତୁତି ପାଇଁ ଲୋକମାନେ ୟିନଚୁଆନର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଏକତ୍ରିତ ହୋଇଥିଲେ । ଏତିକି ବେଳେ ସେଠାରେ ଥିବା ବାରବିକ୍ୟୁ ରେସ୍ତୋରାଁରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ପ୍ରାଥମିକ ଯାଞ୍ଚରୁ ରେସ୍ତୋରାଁରେ ଥିବା ରନ୍ଧନ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍ ହେବା ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଶେଷକରି ବିସ୍ଫୋରଣ ଯୋଗୁଁ କାଚ ଛିଟିକି ହୋଇ ଦେହରେ ବାଜିବା ଯୋଗୁଁ ଆହତ ହୋଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ପ୍ରଶିକ୍ଷଣ ସମୟରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, 2 ମୃତ

ବିସ୍ଫୋରଣ ସମୟରେ ରେସ୍ତୋରାଁ ଠାରୁ ୫୦ ମିଟର ଦୂରରେ ଥିବା ଜଣେ ମହିଳା କହିଛନ୍ତି,"ରେସ୍ତୋରାଁରୁ ପ୍ରବଳ ଧୂଆଁ ବାହାରିଥିଲା । ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ଏହି ସମୟରେ ଦୁଇ ଜଣ ୱେଟର ରେସ୍ତୋରାଁ ଭିତରୁ ବାହାରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସେହିଠାରେ ହିଁ ଅଚେତ୍ ହୋଇଯାଇଥିଲେ ।"

ଏନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଆହତମାନଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚୀନରେ ଗ୍ୟାସ ଓ କେମିକାଲ ବିସ୍ଫୋରଣ ଅତି ସାଧାରଣ ଘଟଣା ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ସତ୍ତ୍ବେ LPG ଜନିତ ଦୁର୍ଘଟଣାକୁ ହ୍ରାସ କରାଯାଇ ପାରୁନାହିଁ । ୨୦୧୫ରେ ଚୀନ ଟିଆନଜିନର ଉତ୍ତର ବନ୍ଦର ସହରରେ ଏକ କେମିକାଲ ୱେୟାରହାଉସରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୧୭୩ ଜଣଙ୍କ ଜୀବନ ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.