ETV Bharat / international

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: 4 ମୃତ, 10 ଆହତ

author img

By

Published : Feb 26, 2023, 8:33 PM IST

ପାକିସ୍ତାନର ବାଲୋଚିସ୍ତାନରେ ଭୟଙ୍କର ବିସ୍ଫୋରଣ । ଆଇଇଡି ବିସ୍ଫୋରଣ ଘଟି ଅତି କମରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ied blast in pakistan
ied blast in pakistan

ଇସଲାମାବାଦ: ପାକିସ୍ତାନରେ ପୁଣି ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ବାଲୋଚିସ୍ତାନ ସ୍ଥିତ ବରଖାନର ଏକ ବଜାର ଭିତରେ ବୋମା ବିସ୍ଫୋରଣ ଘଟି 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି । ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଅଛନ୍ତି । ଏହି ବିସ୍ଫୋରଣ ପାଇଁ କେହି ବିଦ୍ରୋହୀ ବା ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି (ରବିବାର)ରୁଖନୀ ବଜାର ଅଞ୍ଚଳରେ ଏକ ମୋଟରସାଇକଲରେ ଲଗାଯାଇଥିବା ଆଇଇଡି ବିସ୍ଫୋରଣ ଘଟି ବଜାରରେ ନିଆଁ ଲାଗିଯାଇଥିଲା । ଫଳରେ ସେଠାରେ ଥିବା ଅନେକ ଲୋକ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Italy Shipwreck: ଦକ୍ଷିଣ ଇଟାଲିରେ ବୁଡିଲା ଜାହାଜ, 40 ପ୍ରବାସୀ ମୃତ

ଏହି ଘଟଣାରେ ବାଲୋଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ଅବଦୁଲ କୁଦୋସ ବିଜନେଞ୍ଜୋ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାକୁ ନିନ୍ଦା କରିବା ସହ ବିସ୍ଫୋରଣ ଘଟାଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି । କିନ୍ତୁ ଆମେ ଏହାକୁ ସଫଳ ହେବାକୁ ଦେବୁନାହିଁ । ସୂଚନା ଥାଉକି, ଶନିବାର ସନ୍ଧ୍ୟାରେ ବାଲୋଚିସ୍ତାନର ଖୁଜଦାର ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ, ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ

ପାକିସ୍ତାନ ବର୍ତ୍ତମାନ ଆର୍ଥିକ ସଂକଟ ଏବଂ ଆତଙ୍କବାଦ ସହ ଜୁଝି ହେଉଛି । କ୍ରମାଗତ ଭାବେ ପାକିସ୍ତାନରେ ବୋମା ବିସ୍ଫୋରଣ ଘଟଣା ସାମ୍ନାକୁ ଆସୁଛି । ନିକଟରେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ 3 ସେନାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ଗୁରୁତର ଆହତ ହୋଇଥିଲେ । ଉତ୍ତର ପାକିସ୍ଥାନର ୱାଜିରିସ୍ତାନର ଆଦିବାସୀ ଜିଲ୍ଲାରେ ପେଟ୍ରୋଲିୟମ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଏକ ବିସ୍ଫୋରକ ଭର୍ତ୍ତି ତିନି ଚକିଆ ଗାଡି ଧକ୍କା ଦେଇଥିଲା । ଫଳରେ ବିସ୍ଫୋରଣ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.