ହାଇଦ୍ରାବାଦ: ମେକ୍ସିକୋରେ ଅଭାବନୀୟ ଘଟଣା । ଚାହୁଁଚାହୁଁ ଭୁଶୁଡି ପଡ଼ିଲା ସାଣ୍ଟା କ୍ରୁଜ ଚର୍ଚ୍ଚର ଛାତ । ଆଖି ପିଛୁଳାକେ ଚାଲିଗଲା ଜୀବନ । 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୁଶୁଡି ପଡ଼ିଥିବା ଚର୍ଚ୍ଚ ତଳେ ବର୍ତ୍ତମାନ ସୁଦ୍ଧା 30ରୁ ଉର୍ଦ୍ଧ୍ବ ଲୋକ ଫସି ରହିଥିବା ସୂଚନା ମିଳିଛି । ମେକ୍ସିକୋର ଟାମାଉଲିପାସ୍ ରାଜ୍ୟରେ ଏହି ଘଟଣା ଘଟିଛି । ଛାତ ଭୁଶୁଡ଼ିବା ସମୟରେ ଚର୍ଚ୍ଚରେ ପ୍ରାୟ 100ରୁ ଊର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ। ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ-ପ୍ରାର୍ଥନା ବେଳେ ଭୁଶୁଡିଲା ମସଜିଦ କୋଠା: ୭ ଜଣଙ୍କ ମୃତ୍ୟୁ
ପୋଲିସର ସୂଚନା ଅନୁଯାୟୀ, ସାଣ୍ଟା କ୍ରୁଜ୍ ଚର୍ଚ୍ଚରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ହଠାତ କୌଣସି କାରଣରୁ ଛାତ ଭୁଶୁଡି ପଡିଥିଲା। ଏହି ସୟରେ ପାଖାପାଖି 100ରୁ ଊର୍ଦ୍ଧ୍ବ ଲୋକ ଏଠାରେ ଉପସ୍ଥିତ ଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନେକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 30ରୁ ଅଧିକ ଲୋକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ କିଛି ଶିଶୁ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏହି ଘଟଣାରେ କେତେ ଜଣ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତ ଅଗଷ୍ଟ ମାସରେ ଉତ୍ତର-ପଶ୍ଚିମ ନାଇଜେରିଆର କଦୁନା ରାଜ୍ୟରେ ପ୍ରାର୍ଥନା ସମୟରେ ଏକ ମସଜିଦର ଛାତ ଭୁଶୁଡ଼ି ପଡିଥିଲା। ଫଳରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ20ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଅଗ୍ନିଶମ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉକ୍ତ ମସଜିଦଟି 200 ବର୍ଷରୁ ଅଧିକ ପୁରୁଣା ଥିଲା । ଅଘଟଣ ସମୟରେ 100ରୁ ଅଧିକ ଲୋକେ ମସଜିଦ ଭିତରେ ପ୍ରାର୍ଥନା କରୁଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳର ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଥିଲା ।
ଏହା ମଧ୍ୟ ପଢନ୍ତୁ-School gym roof collapse: ଚୀନରେ ଭୁଶୁଡିଲା ସ୍କୁଲ ଜିମ ଛାତ, 10 ମୃତ
ଜୁଲାଇ 24 ତାରିଖରେ ଚୀନର ଏକ ସ୍କୁଲର ଜିମ ଛାତ ଭୁଶୁଡିବାରୁ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଉତ୍ତର-ପୂର୍ବ ଚୀନ୍ର ହିଲୋଙ୍ଗଜିଆଙ୍ଗ ପ୍ରଦେଶର କ୍ୟୁକିହର ସହର ଲୋଙ୍ଗଶା ଜିଲ୍ଲାରେ ଥିବା 34 ନମ୍ବର ମିଡିଲ ସ୍କୁଲରେ ଏହି ଘଟଣା ଘଟିଥିଲା । ସ୍କୁଲ ଜିମର ଛାତ ଭୁଶୁଡିବା ସମୟରେ ଘଟଣାସ୍ଥଳରେ 19 ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ 10 ଜଣଙ୍କର ମୃତ୍ୟୁ ହୋଇଥିଲା ।