ETV Bharat / international

Earthquake Hits Morocco: ମରକ୍କୋ ଶକ୍ତିଶାଳୀ ଭୂକମ୍ପରେ 632 ମୃତ, ଦୁଃଖ ପ୍ରକାଶ କଲେ ମୋଦି

ଭୂକମ୍ପରେ ଥରିଲା ଆଫ୍ରିକୀୟ ଦେଶ ମରକ୍କୋ । ଭୂମିକମ୍ପରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 9, 2023, 8:24 AM IST

Updated : Sep 9, 2023, 1:43 PM IST

earthquake hits Morocco
earthquake hits Morocco

ରାବତ: ଆଫ୍ରିକୀୟ ଦେଶ ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 6.8 ରେକର୍ଡ କରାଯାଇଛି । ଭୂମିକମ୍ପରେ 632 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 300ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମୟ ଗଡିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଭୂମିକମ୍ପରେ ବଡ଼ ବଡ଼ କୋଠା ଭୁଶୁଡ଼ି ପଡିଛି । ଅନେକ ଲୋକ ଏବେବି ଭଙ୍ଗା କୋଠା ତଳେ ଚାପି ହୋଇ ରହିଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ଆଶଙ୍କା ରହିଛି ।

ଭୂକମ୍ପର ଗଭୀରତା 18.5 କିଲୋମିଟର ରେକର୍ଡ କରାଯାଇଛି । ଭାରତୀୟ ସମୟ ଭୋର 3ଟା 41 ମିନିଟ ସମୟରେ ଭୂକମ୍ପ ଝଟକା ଅନୂଭୁତ ହୋଇଥିଲା । ଏହାପରେ ଭୟରେ ସମସ୍ତ ଘରୁ ବାହାରି ଦୌଡିବାକୁ ଲାଗିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ପଶ୍ଚିମ ମାର୍କେଶର 70 କିଲୋମିଟର ଦୂରରେ ଅବସ୍ଥିତ । ଭୂକମ୍ପର ଅକ୍ଷାଂଶ 31.110 ଏବଂ ଦ୍ରାଘିମା 8.440 ରହିଛି । ଏନେଇ ୟୁନାଇଟେଡ ଷ୍ଟେଟ୍ସ ଜେଗ୍ରୋଫିକାଲ ସର୍ଭେ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ତୁର୍କୀରେ ଭୂକମ୍ପ ତାଣ୍ଡବ: ପୁଣି ଥରିଲା 2 ପ୍ରଦେଶ, 5.5 ତୀବ୍ରତା

  • Extremely pained by the loss of lives due to an earthquake in Morocco. In this tragic hour, my thoughts are with the people of Morocco. Condolences to those who have lost their loved ones. May the injured recover at the earliest. India is ready to offer all possible assistance to…

    — Narendra Modi (@narendramodi) September 9, 2023 " class="align-text-top noRightClick twitterSection" data=" ">

ଦୁଃଖ ପ୍ରକାଶ କଲେ ମୋଦି: ମରକ୍କୋରେ ଭୂକମ୍ପ ଖବର ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ଟ୍ବିଟ କରି ମୋଦି କହିଛନ୍ତି ଯେ, ମରକ୍କୋରେ ଭୂକମ୍ପ ହେବା ପରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ଦୁଃଖଦ ସମୟରେ ମୁଁ ମରକ୍କୋ ଲୋକଙ୍କ ସହ ଅଛି । ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କୁ ମୋର ସମବେଦନା ଓ ଆହତଙ୍କ ଆଶୁଆରୋଗ୍ୟ ମୁଁ କାମନା କରୁଛି । ଏଦି ବିପଦ ସମୟରେ ଭାରତ ମରକ୍କୋକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି । ଭୂକମ୍ପର ଛାତିଥରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭୂକମ୍ପ ଝଟକା ପରେ ବଡ ବଡ କୋଠା ସବୁ ଭୁଶୁଡି ପଡିଛି । ଜୀବନ ବଞ୍ଚାଇବା ପାଇଁ ଲୋକ ମାନେ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳିଛି । ଆହତ ଲୋକଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।

ଗତ ଫେବୃଆରୀ ମାସରେ ତୁର୍କୀ ଓ ସିରିୟାରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ବଡବଡ ଅଟ୍ଟାଳିକା ମାନ ଭୁଶୁଡି ପଡିବାରୁ ହଜାର ହଜାର ଲୋକ ଚାପି ହୋଇଯାଇଥିଲେ। ପ୍ରାୟ 50 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ। ଫେବୃଆରୀ 6 ତାରିଖରେ ତୁର୍କୀର ଦକ୍ଷିଣ ପ୍ରଦେଶର କାହରାମନମାରସରେ 7.7 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ତୁର୍କୀର ମୋଟ 10ଟି ପ୍ରଦେଶ ଭୂକମ୍ପରେ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲା । ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ବାରମ୍ବାର ଭୂକମ୍ପ ଅନୁଭୂତ ହେବା ସ୍ଥିତିକୁ ସଙ୍ଗୀନ କରିଛି ।

Last Updated : Sep 9, 2023, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.