ETV Bharat / international

ଆମେରିକାର ଇଣ୍ଡିଆନାରେ ପୁଣି ଗୁଳିକାଣ୍ଡ: ୧୦ ଆହତ

ଆମେରିକାରେ ପୁଣି ଗୁଳିମାଡ । ଇଣ୍ଡିଆନା ସହରର ଗାରି (Gary)ରେ ଗୁଳିମାଡ ହୋଇ ୧୦ ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଆମେରିକାର ଇଣ୍ଡିଆନାରେ ଗୁଳିକାଣ୍ଡ: ୧୦ ଆହତ
ଆମେରିକାର ଇଣ୍ଡିଆନାରେ ଗୁଳିକାଣ୍ଡ: ୧୦ ଆହତ
author img

By

Published : Jul 5, 2022, 10:02 PM IST

ୱାଶିଂଟନ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ । ସ୍ବାଧୀନତା ଦିବସ ଅବସରରେ ଚିକାଗୋ ସହରରେ ପରେଡ ଚାଲିଥିବା ବେଳେ ଗୁଳିମାଡ ହୋଇଥିଲା । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୧୬ରୁ ଅଧିକ ଲୋକ ଆହତ ହୋଇଥିଲେ । ଆଜି (ମଙ୍ଗଳବାର) ପୁଣି ଆମେରିକା ଇଣ୍ଡିଆନା ସହରର ଗାରି(Gary)ରେ ଏକ ବ୍ଲକ ପାର୍ଟି(block party)ରେ ଗୁଳିମାଡ ହୋଇଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଚିକାଗୋ ଗୁଳିକାଣ୍ଡର ଅଭିଯୁକ୍ତ 22 ବର୍ଷୀୟ ସ୍ଥାନୀୟ ଯୁବକ, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ସୋମବାର ସ୍ବାଧୀନତା ଦିବସ ଅବସରରେ ଚିକୋଗୋରେ ଏକ ପରେଡ ଚାଲିଥିବା ବେଳେ ଗୁଳିକାଣ୍ଡ ଘଟିଥିଲା । ଲୋକେ କିଛି ବୁଝିବା ପୂର୍ବରୁ ଅତର୍କିତ ଗୁଳିମାଡ ହୋଇଥିଲା । ପ୍ରଥମେ ଏପରି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରାଯାଉଥିଲା । ପରେ ସ୍ଥାନୀୟ ଜଣ ଯୁବକ ଏହି ଗୁଳିମାଡ କରିଥିବା ଜଣାପଡିଥିଲା । ତେବେ ଆମେରିକାରେ ଗୁଳିକାଣ୍ଡ ମଧ୍ୟ କିଛି ନୂଆ ଘଟଣା ନୁହେଁ । ନିକଟ ଅତୀତରେ ମଧ୍ୟ ଏପରି ଅତର୍କିତ ଆକ୍ରମଣରେ ବହୁ ଆମେରିକୀୟ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.