ୱେଲିଂଟନ: ନ୍ୟୁଜିଲାଣ୍ଡରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି । ଏନେଇ ଶନିବାର ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ । ମୃତ ୩ ଜଣ ନ୍ୟୁଜିଲାଣ୍ଡର ହିଁ ବାସିନ୍ଦା ରହିଥିବା ସୂଚନା ।
ଗତ କିଛି ଦିନ ହେବ ନ୍ୟୁଜିଲାଣ୍ଡର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ୩ ଜଣଙ୍କ ପ୍ରାଣ ନେଇଥିବା ବେଳେ ଅନେକ କ୍ଷତକ୍ଷତି ଘଟାଇଛି । ଅନେକ ଲୋକ ବାସହରା ହୋଇଥିବା ବେଳେ ହାହାକାର ସ୍ଥିତି ଉପୁଜିଛି । ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ କ୍ଷୟକ୍ଷତିର ଆକଳନ କରିବା ସହ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସୂଚନାଅନୁସାରେ, ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ ନିଜେ ମ ଉତ୍ତରରେ ଥିବା ହ୍ୱୁଆପାଇ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।
ଏହା ମଧ୍ୟ ପୁଢନ୍ତୁ: Pathaan box office: ତିନି ଦିନରେ ୩୦୦ କୋଟି ଆୟକଲା ପଠାନ
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ ସୋସିଆଲ ମିଡ଼ିଆରେ କହିଛନ୍ତି, "ମୋର ଚିନ୍ତାଧାରା ସମସ୍ତ ନାଗରୀକଙ୍କ ସହ ସମାନ । ପାଣିପାଗ ଅନୁକୁଳ ନଥିବା ଯୋଗୁଁ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଯିବା ପାଇଁ ବିଳମ୍ବ ହେଲା । ପରସ୍ପରକୁ ଦେଖ । ଆମେ ତୁମକୁ ଯଥାସମ୍ଭବ ସମର୍ଥନ ଜଣାଇବୁ । ଧୌର୍ଯ୍ୟର ସହ ଏକ ହୋଇ କାମ କର । ଆମେ ତୁମକୁ ଯଥା ସମ୍ଭବ ସାହାଯ୍ୟ ଜଣାଇବୁ । ଦୟାଳୁ ଏବଂ ଧୈର୍ଯ୍ୟବାନ ହୋଇ କାମ କରନ୍ତୁ ।" ସୂଚନାଅନୁସାରେ ନ୍ୟୁଜିଲାଣ୍ଡରେ ବର୍ଷାର କରାଳ ରୂପ ଯୋଗୁଁ କେତେକ ସହରରେ ଅନେକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏନେଇ ସ୍ଥାନୀୟ ଜଣେ ଗାୟିକା କହିଛନ୍ତି, "ଶୁକ୍ରବାର ହେବାକୁ ଥିବା ଶୋ ବାତିଲ ହୋଇଥିଲା । ଏହା ସତରେ ଦୁଃଖଦ ।"
ପ୍ରକାଶଥାଉ କି ଗତ ଅକ୍ଟୋବର ମାସରେ ଉତ୍ତର ପ୍ରଦେଶରେ ବର୍ଷା ତାଣ୍ଡବ ରଚିଥିଲା । ପ୍ରବଳ ବଜ୍ରପାତ ଓ ବିଜୁଳି ଯୋଗୁଁ 25 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଗତ କିଛି ଦିନ ପାଇଁ ସ୍କୁଲ ବନ୍ଦ ରଖାଯାଇଥିଲା । ବିଶେଷ କରି ଲକ୍ଷ୍ନୌ, ଆଲିଗଡ଼, ମେରଟ, ଗୌତମ ବୁଦ୍ଧ ନଗର ଓ ଗାଜିଆବାଦ ଅଧିକ ପ୍ରଭାବିତ ହୋଇଥିଲା ।