ETV Bharat / international

Sudan Clashes: ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ, ୫୬ ମୃତ ୧୮୩ ଆହତ - ସୁଦାନ ଖବର

ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଘଟଣାରେ ୫୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୩ ଜଣ ଆହତ ହୋଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

Sudan clashes
Sudan clashes
author img

By

Published : Apr 16, 2023, 12:20 PM IST

Updated : Apr 16, 2023, 1:36 PM IST

ଖୋର୍ତ୍ତୋମ: ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଦୀର୍ଘ ବର୍ଷରୁ ଲାଗି ରହିଖିବା ବିବାଦ ଗତକାଲି(ଶନିବାର) ଉଗ୍ରରୂପ ନେଇଥିଲା । ସାମରିକ ବଳ ପରସ୍ପରକୁ ଆକ୍ରମଣ କରିବା ସହ ରାଜଧାନୀର ଖୋର୍ତ୍ତୋମରେ ଆକ୍ରମଣ ହୋଇଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ୫୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୩ଜଣ ଆହତ ହୋଇଛନ୍ତି । ଏନେଇ ସୁଦାନ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି । ତେବେ ଆଗକୁ ମୃତକ ଏବଂ ଆହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ତେବେ ପୂର୍ବରୁ ସୁଦାନର ଡକ୍ଟର ଟ୍ରେଡ ୟୁନିୟନ ୩ଜଣ ସାଧାରଣଙ୍କ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସଚନା ଦେଇଥିଲା । ବିମାନବନ୍ଦର ପ୍ରାଣ ହରାଇଥିବା ନେଇ କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି ହୋଇ ୫୬ରେ ପହଞ୍ଚିଛି । ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ପରସ୍ପର ଘାଟିକୁ ଟାର୍ଗେଟ କରିଛନ୍ତି । ସହର ମଧ୍ୟରେ ଥିବା ସେନା ମୁଖ୍ୟାଳୟ ନିକଟରେ ଗୁଳିମାଡ କରାଯାଇଛି । ବିଦ୍ରୋହୀ ଅର୍ଦ୍ଧସାମରିକ ବାହିନୀ ବିମାନବନ୍ଦର ଏବଂ ରାଷ୍ଟ୍ରପତି ଭବନକୁ ଟାର୍ଗେଟ କରିଥିବା ନେଇ ଦାବି କରିଛି । ଏନେଇ ସେନା ପକ୍ଷରୁ କୁହାଯାଇଛି, "ଆରଏସଏଫ ସେନା ମୁଖ୍ୟାଳୟକୁ କବଜା କରିବାକୁ ପ୍ରୟାସ କରିଥିଲେ । ଏହାପରେ ଲଢେଇ ଆରମ୍ଭ ହୋଇଥିଲା । "

ଏହା ମଧ୍ୟ ପଢନ୍ତୁ: ସୁଦାନରେ ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ, ବଢିଲା ପ୍ରବାସୀ ଭାରତୀୟଙ୍କ ଚିନ୍ତା

ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି ଭାରତୀୟ ଦୂତାବାସ । ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ରହିବା ସହ ବାହାରକୁ ନବାହାରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ଗାଇଡଲାଇନ ଜାରି ହୋଇଛି । ସେହିପରି ଆମେରିକା, ବ୍ରିଟେନ ମଧ୍ୟ ନିଜ ନାଗରିକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ତୁରନ୍ତ ଅସ୍ତ୍ରବିରତି ପାଇଁ ଋଷ ପକ୍ଷରୁ ଅପିଲ କରାଯାଇଛି । ସେହିପରି ସଂଘର୍ଷ ବନ୍ଦ କରିବା ନିମନ୍ତେ ଆମେରିକା ମଧ୍ୟ ସୁଦାନକୁ ନିବେଦନ କରିଛି ।

ତେବେ ଅନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁଦାନ ସେନା ଏବଂ ଅର୍ଦ୍ଧ ସାମରିକ ବାହିନୀକୁ ମିଶାଇ ଗୋଟିଏ ସେନା ପ୍ରସ୍ତୁତ କରିବା ପାଇଁ ଯୋଜନା ହେଉଥିଲା । ତେବେ ପୂର୍ବରୁ ମଧ୍ୟ ଦୁହିଁଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା । ଏହାକୁ ସେନା ମୁଖ୍ୟ ଅବଦେଲ ଫତାହ- ଅଲ ବୁରହାନ ଏବଂ ଆରଏସଏଫ ମୁଖ୍ୟ ମହମ୍ମଗ ହମଦାମ ଡାଗଲୋଙ୍କ ମଧ୍ୟରେ ଲଢେଇ ଭାବେ ଦେଖାଦେଇଛି । ୧୦ ବର୍ଷ ପାଇଁ ଦେଶରେ ସିଭିଲିଆନ ରୁଲ ଲାଗୁ କରିବା ପାଇଁ ଆରଏସଏଫ ଚାହୁଁଥିବା ବେଳେ ସେନା ପକ୍ଷରୁ ଏହାକୁ ୨ ବର୍ଷ ଲାଗୁ କରାଯାଉ ବୋଲି କୁହାଯାଇଥିଲା । ଏହାକୁ ନେଇ ଆରଏଫଏସ ଏବଂ ସେନା ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ଶନିବାର ଏହା ଉଗ୍ରରୂପ ଧାରଣ କରିଥିଲା ।

ଏନେଇ ସେନା ବ୍ରିଗେଡିୟର ନାବିଲ ଅବଦ୍ଦୁହ୍ଲା କହିଛନ୍ତି, "ଆରଏଫଏସ ଲଢୁଆମାନେ ଦେଶବ୍ୟାପୀ ସେନା କ୍ୟାମ୍ପରେ ଆକ୍ରମଣ କରିଥିଲେ । ସେନା ଦେଶକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛି ।"

Last Updated : Apr 16, 2023, 1:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.