ଓ୍ବାଶିଂଟନ: ଆମେରିକାରେ କାର୍ଲିଫର୍ଣ୍ଣିଆରେ ବଡ ଅଘଟଣ । ସମୁଦ୍ରରେ ୨ଟି ମତ୍ସ୍ୟଜୀବୀ ଜାହାଜ ବୁଡି ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ଏହି ଅଘଟଣ ଘଟିଥିବା ନେଇ ଗତକାଲି(ରବିବାର) ସୂଚନା ଦିଆଯାଇଛି ।
-
At least eight people died after two fishing boats capsized off the coast of San Diego, California, in an apparent migrant smuggling operation, emergency officials said: Reuters
— ANI (@ANI) March 12, 2023 " class="align-text-top noRightClick twitterSection" data="
">At least eight people died after two fishing boats capsized off the coast of San Diego, California, in an apparent migrant smuggling operation, emergency officials said: Reuters
— ANI (@ANI) March 12, 2023At least eight people died after two fishing boats capsized off the coast of San Diego, California, in an apparent migrant smuggling operation, emergency officials said: Reuters
— ANI (@ANI) March 12, 2023
ରବିବାର ଦିନ ସାନ ଡିଏଗୋ ସହରର ଲାଇଫଗାର୍ଡ ମୁଖ୍ୟ ଜେମ୍ସ ଗାର୍ଟଲ୍ୟାଣ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, "ଆମେ ୮ଜଣ ଆତ୍ମୀୟଙ୍କୁ ହରାଇଛୁ । ଆମେରିକାର କାର୍ଲିଫର୍ଣ୍ଣିଆରେ ଏହା ସବୁଠାରୁ ଭୟଙ୍କର ଅଘଟଣ । ବିଳମ୍ବିତ ରାତ୍ରୀରେ ଦୁର୍ଘଟଣା ହୋଇ ପ୍ରାଣ ହରାଇବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତଦନ୍ତ ଜାରି ରହିଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଶନିବାର ମଧ୍ୟରାତ୍ରୀ ପୂର୍ବରୁ ୯୧୧ଏମରଜେନ୍ସି ନମ୍ବରରୁ ଫୋନ ଆସିଥିଲା । ଡଙ୍ଗା ଓଲଟି ପଡିଥିବା ନେଇ ଖବର ମିଳିଥିଲା । ଗୋଟିଏ ଡଙ୍ଗାରେ ୮ ଏବଂ ଅନ୍ୟ ଡଙ୍ଗାରେ ୧୫ ଜଣ ରହିଥିଲେ । ମେକ୍ସିକୋ ସୀମା ନିକଟ ସହରର ସାନ ଡିଏଗୋର ଟୋରି ପାଇନ୍ସ ବେଳାଭୂମିରେ ଦୁଇଟି ଡଙ୍ଗା ଓଲଟି ଯାଇଥିଲା । ୨୩ ଜଣ ଯାତ୍ରୀ ପାଣିରେ ବୁଡିଯାଇଥିଲେ । ଖବରପାଇ ଆମ ଟିମ ସମୁଦ୍ର ଭିତରକୁ ଯାଇ ସମସ୍ତ ପ୍ରବାସୀଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ସେତେବେଳକୁ ୮ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ଏବଂ ୧୫ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଯୋଗୁଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇଟି ଯାକ ଡଙ୍ଗାରେ ରହିଥିବା ମୋଟ ୨୩ ଜଣ ଯାତ୍ରୀ ପ୍ରବାସୀ ଥିଲେ । ସେଥିମଧ୍ୟରୁ ଅଧିକାଂଶ ଦକ୍ଷିଣ ଏବଂ ସେଣ୍ଟ୍ରାଲ ଆମେରିକାର ପ୍ରବାସୀ ରହିଥିଲେ ।"
ପ୍ରକାଶଥାଉକି, ଗତ ଫେବୃଆରୀ ୨୬ ତାରିଖରେ ଦକ୍ଷିଣ ଇଟାଲିରେ ଜାହାଜ ବୁଡ଼ି 40 ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିଲା । କାଲବେରିଆ ଉପକୂଳବର୍ତ୍ତୀ ସହର କ୍ରୋଟୋନର ସମୁଦ୍ର କୂଳରେ ଲାଗୁଥିବା ସମୟରେ ହଠାତ୍ ଜାହାଜଟି ଭାଙ୍ଗି ଯାଇଥିଲା । ସେହି ସମୟରେ ଡଙ୍ଗାରେ 100ରୁ ଅଧିକ ଲୋକ ରହିଥିଲେ । ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜାହାଜରେ ଥିବା ଲୋକେମାନେ ଇରାନ, ଇରାକ, ସିରିଆ, ଆଫଗାନିସ୍ତାନ, ପାକିସ୍ତାନ ଏବଂ ସୋମାଲିଆରୁ ଆସିଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ।