ETV Bharat / international

ଦକ୍ଷିଣ ମେକ୍ସିକୋରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, 10 ମୃତ

author img

By ETV Bharat Odisha Team

Published : Oct 2, 2023, 9:43 AM IST

ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେଲା ଟ୍ରକ । 10 ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

truck crash in southern Mexico
truck crash in southern Mexico

ହାଇଦ୍ରାବାଦ: ଦକ୍ଷିଣ ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେଲା ଟ୍ରକ । 10 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 25 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁଆଟେମାଲା ସୀମା ନିକଟ ମେକ୍ସିକୋର ଚିଆପାସ୍ ରାଜ୍ୟରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଟ୍ରକଟି ଦକ୍ଷିଣ ଚିଆପାସର ପିଜିଜିଆପାନ-ଟୋନାଲା ରାଜପଥରେ 27 ଜଣ କ୍ୟୁବା ନାଗରିକଙ୍କୁ ନେଇ ଯାଉଥବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଡ୍ରାଇଭର ଦ୍ରୁତ ଗତିରେ ଟ୍ରକ ଚଲାଉଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା, ବସରେ ନିଆଁ ଲାଗି 16 ଜୀବନ୍ତ ଦଗ୍ଧ

15 ଜଣ ଆହତଙ୍କ ମଧ୍ୟରେ 10 ଜଣ ମହିଳା ଓ ଶିଶୁ ରହିଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡ଼ିକୁ ନିଜ ଦେଶକୁ ଫେରାଇବା ପାଇଁ ପ୍ରାଶାସନିକ ସ୍ଥରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ମୃତକଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇଛି । ଘଟଣାରେ ଗୁରୁତର ଥିବା ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହାପୂର୍ବରୁ ଗୁରୁବାର ଦିନ ଚିଆପାସ୍ ରାଜ୍ୟର ମେଜକାଲାପା ମ୍ୟୁନିସିପାଲିଟିରେ ଏକ ଟ୍ରକ୍ ଓଲଟି ପଡ଼ିବାରୁ ଦୁଇ ପ୍ରବାସୀଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଚକା ଫାଟିବାରୁ ଭାରସାମ୍ୟ ହରାଇ ଓଲଟିଲା ବସ, 14 ମୃତ 46 ଆହତ

ଅଗଷ୍ଟ 20 ତାରିଖରେ ପାକିସ୍ତାନରେ ଡିଜେଲ ଡ୍ରମ ଲୋଡ୍‌ ହୋଇଥିବା ଏକ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ପରେ ବସରେ ନିଆଁ ଲାଗିଥିଲା । 16 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ 11 ଜଣ ଆହତ ହୋଇଥିଲେ । ଏଭଳି ଘଟଣା ଘଟିଛି ପାକିସ୍ତାନ ପଞ୍ଜାବର ପିଣ୍ଡି ଭାଟିଆନ ଅଞ୍ଚଳରେ ଘଟିଥିଲା । ବସଟି କରାଚିରୁ ଇସଲାମାବାଦ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା । ଫେବୃଆରୀ 20 ତାରିଖରେ ପାକିସ୍ତାନରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ବାହାଘରରେ ଯୋଗ ଦେଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଥିଲା ବସ । ମହିଳା ଓ ଶିଶୁଙ୍କ ସମେତ ମୋଟ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 46 ଜଣ ଆହତ ହୋଇଥିଲେ । କାଲାର କାହାର ନିକଟ ଲାହୋର-ଇସଲାମବାଦ ମୋଟରୱେରେ ଏହି ଦୁର୍ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ- ଭୁଶୁଡିଲା ସାଣ୍ଟା କ୍ରୁଜ ଚର୍ଚ୍ଚ, ଚାହୁଁ ଚାହୁଁ ଚାଲିଗଲା 7 ଜୀବନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.