ETV Bharat / international

ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର, ଗାଜା ସ୍ଥିତି ନେଇ ଚିନ୍ତାପ୍ରକଟ

author img

By ETV Bharat Odisha Team

Published : Dec 10, 2023, 7:33 AM IST

Jaishankar Speaks to Palestinian PM: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଗାଜା ଓ ଓ୍ବେଷ୍ଟ ବ୍ୟାଙ୍କ ସ୍ଥିତି ନେଇ 2 ନେତା କଲେ ଚିନ୍ତା ପ୍ରକଟ । ଅଧିକ ପଢନ୍ତୁ

ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଶନିବାର ଦିନ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ଶତୟେହଙ୍କ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଟେଲିଫୋନ ଯୋଗେ ଦୁହିଁଙ୍କ ମଧ୍ୟରେ ଗାଜା ଓ ଓ୍ୱେଷ୍ଟ ବ୍ୟାଙ୍କର ସ୍ଥିତି ନେଇ ବାର୍ତ୍ତାଳାପ ହୋଇଛି । ତେବେ ଇସ୍ରାଏଲ- ହମାସ ମଧ୍ୟରେ ଯୁଦ୍ଧରେ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଏନେଇ ଚିନ୍ତାପ୍ରକଟ କରିବା ସହ ପାଲେଷ୍ଟାଇନ ସହିତ ଭାରତର ସମ୍ପର୍କକୁ ପୁଣିଥରେ ଦୋହରାଇଛନ୍ତି ଏସ୍. ଜୟଶଙ୍କର । ଦୁଇ ନେତା ଯୋଗାଯୋଗରେ ରହିବା ପାଇଁ ସହମତି ପ୍ରକାଶ କରିଛନ୍ତି ।

  • Spoke to Palestinian Prime Minister Mohammad Shtayyeh this evening.

    He expressed deep concern on the situation in both Gaza and the West Bank. Reiterated India’s long-standing position on Palestine. Agreed to remain in touch.

    — Dr. S. Jaishankar (@DrSJaishankar) December 9, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ.. ଗାଜାରେ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ; ଭିଟୋ ପ୍ରୟୋଗ କଲା ଆମେରିକା

ଇସ୍ରାଏଲ ଓ ହମାସ ମଧ୍ୟରେ ଗତ 2 ମାସ ହେଲା ଭୟଙ୍କର ଯୁଦ୍ଧ ଜାରି ରହିଛି । ଯୁଦ୍ଧରେ ଏବେ ସୁଦ୍ଧା 16 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି । ତେବେ ଅକ୍ଟୋବର 7 ତାରିଖରେ ସକାଳ ସମୟରେ ହମାସ ଗାଜା ଷ୍ଟ୍ରିପରୁ ଇସ୍ରାଇଲ ଉପରକୁ ପାଖାପାଖି 5 ହଜାର ରକେଟ ମାଡ କରିଥିଲା । ଏହାର ପ୍ରତିଜବାବରେ ରକ୍ତମୁଖା ହୋଇପଡିଛି ଇସ୍ରାଏଲ । ଯାହାଫଳରେ 2 ମାସ ହେଲା 2 ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀଙ୍କ ସହ ଏ ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

ତେବେ ଏନେଇ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ଜୟଶଙ୍କର । ସେ ଲେଖିଛନ୍ତି, "ଶନିବାର ସନ୍ଧ୍ୟାରେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛି । ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ଗାଜା ଓ ଓ୍ବେଷ୍ଟ ବ୍ୟାଙ୍କର ସ୍ଥିତି ନେଇ ଆଲୋଚନା କରିବା ସହ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ପାଲେଷ୍ଟାଇନ ସହ ଭାରତର ସମ୍ପର୍କ ବିଷୟରେ ଦୋହରାଯାଇଛି । ଦୁଇ ଦେଶ ଯୋଗାଯୋଗରେ ରହିବା ନେଇ ସହମତି ପ୍ରକାଶ ପାଇଛି ।"

ପ୍ରକାଶଯୋଗ୍ୟ, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅକ୍ଟୋବର ମାସରେ ପାଲେଷ୍ଟାଇନର ରାଷ୍ଟ୍ରପତି ମହମ୍ମଦ ଅବ୍ବାସଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଗାଜାର ଅହଲି ହସ୍ପିଟାଲରେ ହୋଇଥିବା ସାଧାରଣ ଲୋକଙ୍କ ମୃତ୍ୟୁକୁ ନେଇ ସମ୍ବେଦନା ବ୍ୟକ୍ତ କରିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଓ ପାଲେଷ୍ଟାଇନ ସହ ଭାରତର ସମ୍ପର୍କ ବିଷୟରେ ଦୋହରାଇବା ସହ ଗାଜାରେ ମାନବୀୟ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.