ETV Bharat / international

Russia-Ukraine War: ପୁଟିନ ମୋତେ ମିସାଇଲରେ ଉଡାଇବାକୁ ଧମକ ଦେଇଥିଲେ, କହିଲେ ଜନସନ

author img

By

Published : Jan 30, 2023, 4:23 PM IST

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ମିସାଇଲରେ ଉଡାଇ ଦେବାକୁ ଧମକ ଦେଇଥିଲେ ଭ୍ଲାଦିମିର ପୁଟିନ । ଅଧିକ ପଢନ୍ତୁ

Russia Ukraine War
Russia Ukraine War

କିଭ: ଋଷିଆ ୟୁକ୍ରେନ ଯୁଦ୍ଧକୁ ୧ ବର୍ଷ ବିତିବା ପାଇଁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ରୋଚକ ଘଟଣା । ବ୍ରିଟେନକୁ ମିସାଇଲ ମାଡରେ ଉଡାଉଦେବାକୁ ଧମକ ଦେଇଥିଲେ ଭ୍ଲାଦିମିର ପୁଟିନ । ଆଜି ଏହା ଖୁଲାସା କରିଛନ୍ତି ପୂର୍ବତନ ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବୋରିସଙ୍କ କହିବା ଅନୁସାରେ, "୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ମୋତେ ଫୋନ କରିଥିଲେ ପୁଟିନ । ବ୍ରିଟେନକୁ ମିସାଇଲ ମାଡ ଦ୍ବାରା ଉଡାଇଦେବା ପାଇଁ ଧମକ ଦେଇଥିଲେ ।"

ଆଜି ପ୍ରସାରଣ ହେବାକୁ ଥିବା ବିବିସି ଡକ୍ୟୁମେଣ୍ଟାରୀରେ ଏଭଳି କହିଛନ୍ତି ବୋରିସ ଜନସନ । ସେ ଆହୁରି ମଧ୍ୟ କହିଛନ୍ତି, "ବୋରିସ ମୁଁ ତୁମର କୌଣସି କ୍ଷତି ଚାହୁଁନାହିଁ । ଗୋଟିଏ ମିସାଇଲ ମାଡ କରି ଗୋଟିଏ ମିନିଟରେ ବ୍ରିଟେନକୁ ଉଡାଇଦେବି ।" ତେବେ ସେ ୟୁକ୍ରେନ ଉପରେ ଆକ୍ରମଣ ନକରିବା ପାଇଁ ପୁଟିନକୁ କହିଥିବା କହିଛନ୍ତି ଜନସନ । ତେବେ କହିରଖୁଛୁ କି, ବୋରିସ ଜନସନ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସିଙ୍କର ଏକ ଦୃଢ ସମର୍ଥକ ଥିଲେ । ତେବେ ପୁଟିନଙ୍କ ଧମକକୁ ଖାତିରି ନକରି ଜେଲେନକ୍ସିଙ୍କୁ ସାହାଯ୍ୟ କରିଥିଲେ । ଆଜି ବୋରିସ ଜନସନ ଏହାର ଖୁଲାସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନବଙ୍କଠୁ ନେଇ ଜଗବନ୍ଧୁ ଯାଏଁ ପ୍ରାଣାନ୍ତକ ଆକ୍ରମଣର ଶିକାର, କିଏ ବର୍ତ୍ତିଗଲା କିଏ ଚାଲିଗଲା

ବୋରିସ ଜନସନ ଏହା ମଧ୍ୟ କହିଛନ୍ତି, "ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପୁଟିନ ମୋତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମୁଁ ଭୟଭୀତ ହୋଇନଥିଲି । ଓଲଟା ପୁଟିନଙ୍କୁ ଜବାବ ଦେଇଥିଲି । ଯଦି ସେ ୟୁକ୍ରେନ ଉପରେ ଆକ୍ରମଣ କରନ୍ତି ତେବେ ପଶ୍ଚିମ ଦେଶ ଗୁଡିକ ଋଷ ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ମୁଁ କହିଥିଲି । ୟୁକ୍ରେନ ନାଟୋରେ ଯୋଗ ଦେବା ପାଇଁ ଆମର ସମର୍ଥନ ବଢିବ ବୋଲି ମୁଁ ଓଲଟା ଚେତାବନୀ ଦେଇଥିଲି । ଏହାପରେ ପୁଟିନ କହିଥିଲେ ଏତେ ଶୀଘ୍ର ନାଟୋରେ ଯୋଗ ଦେବ ନାହିଁ ୟୁକ୍ରେନ । ଏହାପରେ ମୁଁ କହିଥିଲି ହଁ ମୁଁ ଆପଣଙ୍କ କଥାରେ ଏକମତ ଯେ, ୟୁକ୍ରେନ ଭବିଷ୍ୟତରେ ନାଟୋରେ ଯୋଗ ଦେବ ନାହିଁ । ଆପଣ ବି ଏ କଥା ଭଲରେ ଜାଣିଛନ୍ତି ।" ତେବେ ଜେଲେନକ୍ସିଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ ବୋରିସ ଜନସନ । ସେ ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖିବାକୁ କହିଥିଲେ । କିନ୍ତୁ ବୋରିସଙ୍କ କଥାରେ ରାଜି ହୋଇନଥିଲେ ଜେଲେନକ୍ସି । ଏହି କଥା ମଧ୍ୟ ଆଜି ସ୍ପଷ୍ଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.