ETV Bharat / international

G20 Summit: ଭାରତ ଆସିବେନି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ - କ୍ରେମଲିନ

ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ଦିଲ୍ଲୀରେ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ । ଯୋଗ ଦେବେନି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Aug 25, 2023, 5:46 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ ଜି-୨୦ ସମ୍ମିଳନୀ । ଏଥିରେ ଅନେକ ବିଶ୍ବନେତା ଯୋଗ ଦେବେ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ୟକ୍ତିଗତ ଭାବେ ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ । ଋଷ ରାଷ୍ଟ୍ରପତି ଭବନ କ୍ରେମ୍‌ଲିନ୍‌ ପକ୍ଷରୁ ଏହି ସୂଚନା ମିଳିଛି । ପୁଟିନ ଅନ୍ୟ ଏକ ବିଶେଷ ସୈନ୍ୟ ଅଭିଯାନରେ ବ୍ୟସ୍ତ ଥିବାରୁ ଏହି ସମ୍ମିଳନୀରେ ସେ ଯୋଗ ଦେଇପାରିବେନି ବୋଲି ଜଣାପଡ଼ିଛି ।

ତେବେ ଏ ନେଇ ଋଷ ରାଷ୍ଟ୍ରପତିଙ୍କ ପ୍ରବକ୍ତା ଦିମିତ୍ରି ପେସକୋବ କହିଛନ୍ତି, "ଆସନ୍ତା ସେପ୍ଟେମ୍ବରରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୌଣସି ଯୋଜନା କରୁନାହାନ୍ତି । କାରଣ ସେ ଏକ ବିଶେଷ ସୈନ୍ୟ ଅଭିଯାନରେ ବ୍ୟସ୍ତ ରହିଛନ୍ତି ।" ସେପଟେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ICC) ୟୁକ୍ରେନ ଯୁଦ୍ଧ ଲାଗି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି । ବିଦେଶ ଗସ୍ତ ସମୟରେ ପୁଟିନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି । ଏଣୁ ସେ ଭାରତ ଗସ୍ତ କରିବେ ନାହିଁ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- G-20 Summit: ଦିଲ୍ଲୀରେ ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ: ପଶି ପାରିବନି ପ୍ରାଇଭେଟ୍‌ ଗାଡ଼ି, ରହିବ ହେଲ୍ପ ଡେସ୍କର ବ୍ୟବସ୍ଥା

ସେପଟେ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଟ ଚାଲିଥିବା ବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ବୁଧବାର ବ୍ୟକ୍ତିଗତ ଭାବେ ଯୋଗଦେଇନଥିଲେ । ଏହି ସମ୍ମିଳନୀରେ ମଧ୍ୟ ସେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଏହି ସମ୍ମିଳନୀରେ ପଶ୍ଚିମ ଦେଶଗୁଡ଼ିକ ବିରୋଧରେ ଅଭିଯୋଗ କରି ପୁଟିନ କହିଥିଲେ ଯେ ୟୁକ୍ରେନ ପଶ୍ଚିମ ଦେଶଗୁଡ଼ିକର ଇଚ୍ଛାକୁ ପୂରଣ କରିବାରୁ ରାଷ୍ଟ୍ର ଉପରେ ଏପରି ସଙ୍କଟ ଆସିଛି । ତେବେ ଋଷ କେବଳ ସେହି ଦେଶଗୁଡ଼ିକୁ ସମର୍ଥନ କରିବ ଯିଏକି ନିଜର ସଂସ୍କୃତି, ପରମ୍ପରା, ଭାଷା ଓ ଭବିଷ୍ୟତ ଲାଗି ସଂଘର୍ଷ କରୁଛି ।

ସୂଚନା ଥାଉ କି ଜାତୀୟ ରାଜଧାନୀ ଦିଲ୍ଲୀରେ ଭାରତର ଅଧ୍ୟକ୍ଷତାରେ ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଅନେକ ବିଶ୍ବ ନେତା ଯୋଗ ଦେବେ । ଏଥିଲାଗି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଯବାନଙ୍କୁ ରାସାୟନିକ ବିସ୍ଫୋରକ ଓ ଅନ୍ୟାନ୍ୟ ଜୈବିକ ବିସ୍ଫୋରକର ବ୍ୟବହାର, ନିଷ୍କ୍ରିୟ କରିବା ପ୍ରକ୍ରିୟା ଆଦି ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଛି । ସୁରକ୍ଷା ସମେତ ଯାତାୟାତ ଓ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ଦିଗରେ ମଧ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.