ETV Bharat / international

ୟୁକ୍ରେନରେ ଋଷର ଯୁଦ୍ଧ ବିମାନ କ୍ରାସ, ପାଇଲଟ ମୃତ

author img

By

Published : Feb 24, 2023, 1:39 PM IST

ୟୁକ୍ରେନ ସୀମା ନିକଟ ବେଲଗୋରୋଡ ଅଞ୍ଚଳରେ ଋଷର ଯୁଦ୍ଧ ବିମାନ କ୍ରାସ । ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Jet Crashes Near Ukraine After Combat Mission

ମସ୍କୋ: ଋଷିଆରେ ବିମାନ ଦୁର୍ଘଟଣା । ସାମରିକ ଯୁଦ୍ଧ ବିମାନ ଏସୟୁ 25 ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ପାଇଲଟଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ସୀମା ନିକଟ ବେଲଗୋରୋଡ ଅଞ୍ଚଳରେ ଯୁଦ୍ଧ ବିମାନଟି କ୍ରାସ ହୋଇଥିବା ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ଅନୁଯାୟୀ, ଗତକାଲି ଯୁଦ୍ଧ ବିମାନ ଏସୟୁ 25 କୋମ୍ବାଟ ମିଶଷ ଶେଷ, କରିବା ପରେ ବେସକୁ ଫେରୁଥିଲା । କିନ୍ତୁ ଅବତରଣ ପୂର୍ବରୁ ବୈଷୟିତ ତୃଟି ଯୋଗୁଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଏହି ସମୟରେ ବିମାନର କକପିଟ ଦେଇ ପାଇଲଟ ଜଣଙ୍କ ବାହାରକୁ ପଳାଇ ଆସିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟ କେହି ଏହି ଦୁର୍ଘଟଣାରେ ଆହତ ହୋଇନାହାନ୍ତି ।

ଜାନୁଆରୀ 15 ତାରିଖରେ ନେପାଳରେ ଏକ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ରାଜଧାନୀ କାଠମାଣ୍ଡୁରେ ଅବତରଣ ସମୟରେ ରନଓ୍ବେରେ କ୍ରାସ ହୋଇଥିବା ଏକ ଯାତ୍ରୀବାହୀ ବିମାନ । ବିମାନରେ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ 72 ଜଣ ଥିଲେ । ସମସ୍ତଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାର ତିନିଦିନପରେ ବିମାନର ବ୍ଲାକ ବକ୍ସ ମିଳିଥିଲା ।

ସେହିପରି ଚଳିତ ମାସ 17 ତାରିଖରେ ଆମେରିକାରେ ସେନା ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରେନିଂ ସମୟରେ କ୍ରାସ ହୋଇଥିଲା ସେନା ବିମାନ । ଫଳରେ ଦୁଇ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଆମେରିକା ଅଲବାମାର ହଣ୍ଟସବିଲେ 53 ନମ୍ବର ଜାତୀୟ ରାଜପଥ ନିକଟରେ ବିମାନ ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-Russia-Ukraine War: ୟୁକ୍ରେନରେ ଯୁଦ୍ଧ ବନ୍ଦ ପାଇଁ ଜାତିସଂଘରେ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ

ଗତ ଜାନୁଆରୀ 28 ତାରିଖରେ ମଧ୍ୟପ୍ରଦେଶ ମୋରେନାରେ ବାୟୁସେନା ବିମାନ ସୁଖୋଇ 30 ଏବଂ ମିରାଜ 2000 ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସକୁ ଏହି ଦୁଇଟି ଯୁଦ୍ଧବିମାନ ଉଡାଣ ଭରିଥିବା ବେଳେ କିଛି ସମୟ ପରେ ଦୁର୍ଘଟଣାର ଶିକାର ହୋଇଥିଲା। ।

ଜାନୁଆରୀ 18 ତାରିଖରେ ୟୁକ୍ରେନ ରାଜଧାନୀ କିଭ୍‌ରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ 16ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ କହିଥିଲା । ମୃତକଙ୍କ ମଧ୍ୟରେ ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ସମେତ ଦୁଇ ଜଣ ଶିଶୁ ରହିଥିଲେ । ଏଥିରେ ଅନ୍ୟ 22ଜଣ ଆହତ ମଧ୍ୟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.