ETV Bharat / state

ଚାଷୀ ଫେରିପାଇବେ ବେଦାନ୍ତ ଅଧିଗ୍ରହଣ ଜମି: ରାଜସ୍ୱ ମନ୍ତ୍ରୀ

ପୁରୀରେ ବିଶ୍ବବିଦ୍ୟାଳୟ ପାଇଁ ବେଦାନ୍ତ ନେଇଥିବା ଜମି ଚାଷୀ ଫେରିପାଇବେ । ଦିନେ ଦୁଇ ଦିନ ଭିତରେ ବିଜ୍ଞପ୍ତି । କହିଲେ ମନ୍ତ୍ରୀ ସୁରେଶ ପୂଜାରୀ ।

Minister Suresh Pujari
Minister Suresh Pujari (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 5:28 PM IST

ଭୁବନେଶ୍ବର: ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅଧିଗ୍ରହଣ ହୋଇଥିବା ଜମି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ରେକର୍ଡ ପରିବର୍ତ୍ତନ ସହ ଲୋକଙ୍କୁ ଫେରାଯିବ ଜମି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୨୦୦୬ ମସିହାରେ ବେଦାନ୍ତ ଫାଉଣ୍ଡେସନ ସାଙ୍ଗରେ ଚୁକ୍ତିନାମା କରିଥିଲେ ବିଗତ ରାଜ୍ୟ ସରକାର ।

'ବିଗତ ସରକାର ବେଦାନ୍ତ ସହ ଏମ୍‌ଓୟୁ କରିଥିଲେ':

Minister Suresh Pujari (ETV Bharat Odisha)

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡିଶାରେ ବିଗତ ସରକାର ୨୦୦୬ ମସିହା ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ । ପୁରୀରେ ବେଦାନ୍ତ ଦ୍ୱାରା ଏକ ବିଶ୍ୱସ୍ତରୀୟ ବହୁମୁଖୀ ଆଧୁନିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଚୁକ୍ତି ହୋଇଥିଲା । ବିଶ୍ୱବିଦ୍ୟାଳୟର ନାଁ ଓ କେଉଁ ନାଁ'ରେ ଜମି ଅଧିଗ୍ରହଣ ହେବା ନେଇ ୩ ଥର ବଦଳିଥିଲା । ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ତତ୍କାଳୀନ ସରକାର ୨୨ଟି ଗାଁ'ର ଜମି ଅଧିଗ୍ରହଣ ସହ ସରକାରୀ ଜମି ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ୪୧୭୮.୮୪ ଏକର ଘରୋଇ ଜମିରେ ବିଶ୍ୱବିଦ୍ୟାଳୟ ପାଇଁ ନିଷ୍ପତ୍ତି ହେଲା । ଏଥିରୁ ୩୩୪୨.୫୩ ଏକର ଘରୋଇ ଜମିର ଦଖଲ କମ୍ପାନୀକୁ ଦିଆଯାଇଥିଲା । ସେହିପରି ୬୯୨.୦୨ ଏକର ସରକାରୀ ଜମି ଲିଜ ଲାଗି ଆବେଦନ ହୋଇଥିଲା । ସେଥିରୁ ୫୦୯.୨୭ ଏକର ଜମି ତତ୍କାଳୀନ ସରକାରଙ୍କ ଦ୍ଵାରା ଅନୁମୋଦନ ହୋଇଥିଲା । ୪୯୪.୯୮ ଏକର ଜମି ପୋଜେସନ ଦିଆଯାଇଥିଲା । ଲିଜ ଡିଡ଼ ୫୭.୨୧ ଏକ ସ୍ବାକ୍ଷର ହୋଇଥିଲା ।"

୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ:

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବାସଚ୍ୟୁତ ହୋଇଥିବା ଲୋକଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାରମ୍ବାର ନାଁ ପରିବର୍ତ୍ତନ ଓ କମ୍ପାନୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ହାଇକୋର୍ଟରେ ପ୍ରଶ୍ନବାଚୀ ଉଠିଥିଲା । ସାମଗ୍ରିକ ଭାବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ । ଏଭଳି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ନାପସନ୍ଦ କରିଥିଲେ । ଭିନ୍ନଭିନ୍ନ ରିଟ-ପିଟିସନର ହାଇକୋର୍ଟ ଶୁଣାଣି କରିଥିଲେ । ଜମି ଅଧିଗ୍ରହଣର ଅବ୍ୟବସ୍ଥାକୁ ନେଇ ୨୦୦୯ରେ ହାଇକୋର୍ଟ ପ୍ରଥମ ଆଦେଶ ଦେଇଥିଲେ । ଜମି ଅଧିଗ୍ରହଣର ସମସ୍ତ ପ୍ରକ୍ରିୟାକୁ ହାଇକୋର୍ଟ ଖାରଜ କରିଥିଲେ । ବିଜେଡି ସରକାରର ଏହି ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଓ ଅପରିପକ୍ଵତାକୁ ଯୋଗୁଁ ହୋଇଥିଲା ।"

ଆରମ୍ଭ ଜମି ଫେରାଇବା ପ୍ରକ୍ରିୟା:

ସେ ଆହୁରି ମଧ୍ୟ କହିଛନ୍ତି, "୨୦୨୩ ମସିହାରେ ହାଇକୋର୍ଟ ଏ ସମସ୍ତ ପ୍ରକ୍ରିୟାକୁ ଖାରଜ କରିଥିଲେ । ସମସ୍ତଙ୍କ ଜମି ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଲିଜ ଆକାରରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଯାଇଥିବା ସରକାରୀ ଜମି ମଧ୍ୟ ସରକାର ଫେରସ୍ତ ନେବେ । କ୍ଷତିପୂରଣ ଗ୍ରହଣ କରିଥିବା ଲୋକ ଟଙ୍କା ଫେରାଇବେ । ପରିବର୍ତ୍ତିତ ହୋଇଥିବା ଜମି ପଟ୍ଟା ସତ୍ତ୍ୱ ହିତାଧିକାରୀ ଫେରି ପାଇବେ । ଜମି ଦଖଲ ମଧ୍ୟ ଫେରି ପାଇବେ । ସମସ୍ତ ରେକର୍ଡ ରାଜସ୍ୱ ବିଭାଗ ସଂଶୋଧନ କରିବ । ଏହା ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି । ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ତେଣୁ ଲୋକଙ୍କୁ ଜମି ଫେରାଇବା ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାକୁ ଦୁଇ ଦିନ ମଧ୍ୟରେ ଶେଷ ହେବ । ଏହା ପରେ ଲୋକଙ୍କୁ ଜମି ଫେରାଇବା ପ୍ରକ୍ରିୟା ମଧ୍ୟ ପୁରୀରେ ଆରମ୍ଭ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜସ୍ୱ ବିଭାଗର ବିଭିନ୍ନ ଆଇନରେ ହେବ ସରଳୀକରଣ ଓ ସଂସ୍କାର: ମନ୍ତ୍ରୀ ସୁରେଶ ପୂଜାରୀ

ଏହା ମଧ୍ୟ ପଢ଼ନ୍ତୁ...ଜବର ଦଖଲ ଜମିରେ ଚାଲିବ ବୁଲଡୋଜର: ରାଜସ୍ବ ମନ୍ତ୍ରୀ

ବେଦାନ୍ତ ଜମି ଫେରିପାଇବେ ଚାଷୀ:

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "କାଗଜପତ୍ରରେ ଆଦେଶ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଦିନେ ଦୁଇ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ହିତାଧିକାରୀଙ୍କୁ ଜିମି ଫେରାଇବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ । ହିତାଧିକାରୀଙ୍କୁ ଜମି ଦଖଲ ଦିଆଯିବ । କାଗଜପତ୍ରରେ ସେମାନଙ୍କର ନାଁ ପୁନର୍ବାର ପଞ୍ଜିକୃତ ହେବ । ଲୋକଙ୍କ ସରକାରରେ ଏହି ପ୍ରକ୍ରିୟା ପାଇଁ ହିତାଧିକାରୀଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏ ବିଷୟରେ ଯଦି କିଛି ଅଭିଯୋଗ ଥାଏ, ତେବେ ଜିଲ୍ଲାପାଳ ଏନେଇ ସ୍ୱତନ୍ତ୍ର ଶୁଣାଣୀ କରିବେ । ବିଗତ ସରକାର ହଡ଼ବଡ଼ରେ ଏ କାର୍ଯ୍ୟରେ ବାଃ ବାଃ ନେବା ପାଇଁ ଯେଉଁ ପ୍ରକରଣ ଆରମ୍ଭ କରିଥିଲେ, ତାହା ଆଇନ ଅଦାଲତରେ ଛିଡା ହୋଇପାରିଲା ନାହିଁ । ବିଗତ ସରକାରର ଉଦ୍ଦେଶ୍ୟ ଠିକ ନଥିଲା ବୋଲି ହାଇକୋର୍ଟ ଓ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ବିଜେପି ସରକାର ଅକ୍ଷରେ ଅକ୍ଷରେ ପାଳନ କରିବ । ସମସ୍ତ ପ୍ରକରଣକୁ ଅନୁଧ୍ୟାନ କରିବା ପରେ ଯଦି ଦୁର୍ନୀତିର ଗନ୍ଧ ବାରି ହେଲେ ବିଭାଗ ତଦନ୍ତ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.