ETV Bharat / international

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ପ୍ରଥମ ରାଉଣ୍ଡରେ ବିଜୟ ହାସଲ କଲେ ଋଷି ସୁନକ - Rishi Sunak to be UK Prime Minister

ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନେତା ଋଷି ସୁନକଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଥ ଏକ ପ୍ରକାର ସଫା ହୋଇଛି ! କଞ୍ଜରଭେଟିବ୍‌ ପାର୍ଟିରେ ପ୍ରଥମ ରାଉଣ୍ଡ ଭୋଟିଂରେ ସେ ବିଜୟ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରି ଋଷ ସୁନାକ
ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରି ଋଷ ସୁନାକ
author img

By

Published : Jul 13, 2022, 10:59 PM IST

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନେତା ଋଷି ସୁନକଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଥ ଏକ ପ୍ରକାର ସଫା ହୋଇଛି ! କଞ୍ଜରଭେଟିବ୍‌ ପାର୍ଟିରେ ପ୍ରଥମ ରାଉଣ୍ଡ ଭୋଟିଂରେ ସେ ବିଜୟ ହାସଲ କରିଛନ୍ତି । ଏଲିମିନେସନ ରାଉଣ୍ଡ ଭୋଟିଂରେ ଋଷିଙ୍କୁ ୨୫ ପ୍ରତିଶତ ଭୋଟ ମିଳିଛି ।

ଏହି ବିଜୟ ପରେ ଋଷି ସୁନକଙ୍କୁ ଆଗାମୀ ଦିନରେ ଗ୍ରେଟ୍‌ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ମିଳିବ ବୋଲି ରାଜନୈତିକ ବିଶାରଦ ମତ ରଖିଲେଣି । ତେବେ ବ୍ରିଟିଶ ସାଂସଦଙ୍କ ସମର୍ଥନ ପାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଋଷି ସୁନକଙ୍କ ପାଇଁ ସବୁଠାରୁ ଚ୍ୟାଲେଞ୍ଜ ହେଉଛି କଞ୍ଜରଭେଟିବ ପାର୍ଟିରେ ନିଜ ନେତୃତ୍ବ ସ୍ଥାପିତ କରିବା ।

କଞ୍ଜରଭେଟିବ୍‌ ପାର୍ଟିରେ ନେତା ଚୟନ ପାଇଁ ଗୋଟିଏ କମିଟି ସାମିଲ ରହିଥାଏ । ଏହି କମିଟିରେ ପାର୍ଟିର ସାଂସଦ ସାମିଲ ରହିଥାନ୍ତି । ନେତା ଚୟନ ପାଇଁ ତିନୋଟି ସ୍ତରରେ ପ୍ରକ୍ରିୟା ହେବ । ଏଥିରେ ନୋମିନେସନ, ଏଲିମିନେସନ ଓ ଶେଷରେ ସିଲେକ୍ସନ ପ୍ରକ୍ରିୟା ରହିଥାଏ । ନୋମିନେସନ ପରେ ଏଲିମିନେସନ ରାଉଣ୍ଡରେ ବାଜିମାତ୍‌ କରିଛନ୍ତି ଋଷି ସୁନାକ । ଯେଉଁମାନେ ୩୦ରୁ କମ୍‌ ଭୋଟ ପାଆନ୍ତି ସେମାନେ ଏଲିମିନେଟ୍‌ ହୋଇଥାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.