ETV Bharat / international

ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଋଷି ସୁନକ

ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । କିଙ୍ଗ ଚାର୍ଲସଙ୍କୁ ଭେଟି ଦାୟିତ୍ବ ଗ୍ରହଣ କରିବେ । ଅଧିକ ପଢନ୍ତୁ

ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଋଷି ସୁନକ
ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଋଷି ସୁନକ
author img

By

Published : Oct 25, 2022, 10:49 AM IST

Updated : Oct 25, 2022, 11:47 AM IST

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ବ ନେବେ ଋଷି ସୁନକ(Rishi Sunak to take charge as UK PM) । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନରେ ଶାସନ ମଙ୍ଗ ଧରିବେ । ୨୦୦ ବର୍ଷ ଧରି ଭାରତକୁ ଶାସନ କରିଥିବା ବ୍ରିଟିଶକୁ ଶାସନ କରିବେ ଭାରତୀୟ ବଂଶୋଦ୍ଭବ । ତେବେ ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ ପୂର୍ବରୁ ସୁନକ ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କୁ(King Charles III) ବଙ୍କିମହାମ ପ୍ୟାଲେସରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ଆଜି ସକାଳେ ୧୦ ଡାଉନିଂ ଷ୍ଟ୍ରିଟରେ( 10 Downing Street ) ନିଜର ଅନ୍ତିମ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ । ଏହାପରେ ସେ ବ୍ରିଟେନର ୭୩ ବର୍ଷୀୟ ରାଜା ଚାର୍ଲସ ତୃତୀୟଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ନିମନ୍ତେ ବଙ୍କିମହାମ ପ୍ୟାଲେସ ଯିବେ । ପରେ ୪୨ ବର୍ଷୀୟ ଋଷି ସୁନକ ବଙ୍କିମହାମ ପ୍ୟାଲେସ ଯାଇ ରାଜାଙ୍କୁ ସାକ୍ଷାତ କରିବେ । ଯିଏକି ସେଠାରେ ତାଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବେ ।

ଏହାପରେ ସୁନକ ପ୍ରଧାନମନ୍ତ୍ରୀ ଭାବେ ୧୦ ଡାଉନିଂ ଷ୍ଟ୍ରିଟରେ ଉଦବୋଧନ ଦେବେ । ଏହି ସମୟରେ ତାଙ୍କ ପତ୍ନୀ ଅକ୍ଷତା ଏବଂ ଦୁଇ ଝିଅ କ୍ରିଷ୍ଣା ଓ ଅନୋଷ୍କା ମଧ୍ୟ ଉପସ୍ଥିତ ରହିବା ନେଇ ଚର୍ଚ୍ଚା ହେଉଛି । ସୋମବାର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ସୁନକ ପ୍ରଥମ ସମ୍ବୋଧନରେ କହିଥିଲେ, ବ୍ରିଟେନ ଗୋଟିଏ ମହାନ ଦେଶ । କିନ୍ତୁ ଆମେମାନେ ଯେ ଆର୍ଥିକ ଚାଲେଞ୍ଜର ସମ୍ମୁଖୀନ ହେଉଛି ସେଥିରେ ସନ୍ଦେହ ନାହିଁ । ବର୍ତ୍ତମାନ ଆମକୁ ସ୍ଥିରତା ଏବଂ ଏକତା ଆବଶ୍ୟକ । ଦେଶକୁ ଓ ଦଳକୁ ଏକାଠି କରିବାକୁ ମୁଁ ପ୍ରାଥମିକତା ଦେବି । ବ୍ରିଟେନବାସୀଙ୍କ ପାଇଁ ଦିନ ରାତି କାମ କରିବି ।''

ନିଜକୁ ହିନ୍ଦୁ ଭାବେ ଗର୍ବ କରୁଥିବା ଋଷି ସୁନକ ବ୍ରିଟେନର ନୂତନ ତଥା ୫୭ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସୁନକ ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ (Rishi Sunak new UK PM)ର ରେକର୍ଡ କରିଛନ୍ତି । ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବାବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ହେଲେ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ପ୍ରତିଦ୍ବନ୍ଦିତା କରି ବ୍ରିଟେନର ଶାସନର ଶୀର୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି ।

ଋଷି ସୁନକଙ୍କ ପରିବାର ପଞ୍ଜାବର ମୂଳ ବାସିନ୍ଦା । ତିନି ପିଢି ଧରି ସେମାନେ ବ୍ରିଟେନରେ ରହିଆସୁଛନ୍ତି । ୧୯୮୦ ମସିହାରେ ସାଉଥମ୍ପଟନରେ (Southampton) ସୁନକଙ୍କ ଜନ୍ମ । ସେ ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସୋଫୋର୍ଡ ବିଶ୍ବବିଦ୍ୟାଳଯରୁ ଦର୍ଶନ ଓ ଅର୍ଥନୀତି ଶିକ୍ଷା ଓ ଷ୍ଟାଣ୍ଡଫର୍ଡ ବିଶ୍ବବିଦ୍ୟାଳୟରୁ MBA କରିଛନ୍ତି । ଭାରତୀୟ ବଂଶୋଦ୍ଭବ ସୁନକ ଇନଫୋସିସ୍ ପ୍ରତିଷ୍ଠାନ ଏନ ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ।

Last Updated : Oct 25, 2022, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.