ETV Bharat / international

ଗର୍ବିତ ହିନ୍ଦୁ ଋଷି ସୁନକ: କହିଲେ ଭାରତ ସହ ସବୁବେଳେ ମୋର ଭଲ ସମ୍ପର୍କ ରହିବ - ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଦିନକ ପରେ ଜି-୨୦ ସମ୍ମିଳନୀ । ଭାରତ ଆସିବା ପୂର୍ବରୁ ନିଜକୁ ପୁଣିଥରେ ଗର୍ବିତ ହିନ୍ଦୁ ବୋଲି କହିଲେ ଋଷି ସୁନକ । ଅଧିକ ପଢନ୍ତୁ

ନିଜକୁ ଗର୍ବିତ ହିନ୍ଦୁ କହିଲେ ଋଷି ସୁନକ
ନିଜକୁ ଗର୍ବିତ ହିନ୍ଦୁ କହିଲେ ଋଷି ସୁନକ
author img

By ETV Bharat Odisha Team

Published : Sep 7, 2023, 11:17 AM IST

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଓ ହିନ୍ଦୁ ଧର୍ମ ଉପରେ ଅନେକ ଥର ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଜି-୨୦ ସମ୍ମିଳନୀ ନିମନ୍ତେ ଭାରତ ଆସିବା ପୂର୍ବରୁ ପୁଣିଥରେ ନିଜକୁ ଗର୍ବିତ ହିନ୍ଦୁ ବୋଲି କହିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନକ । ନ୍ୟୁଜ ଏଜେନ୍ସି PTI ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୋ ପତ୍ନୀ ଜଣେ ଭାରତୀୟ ଏବଂ ମୁଁ ମଧ୍ୟ ମୂଳ ଭାରତୀୟ ଭାବେ ଗର୍ବ କରେ । ଜଣେ ଗର୍ବିତ ହିନ୍ଦୁ ଭାବରେ ଭାରତ ଓ ଭାରତର ଲୋକଙ୍କ ସହ ମୋର ସବୁବେଳେ ଭଲ ସମ୍ପର୍କ ରହିବ ।

୨୦୨୩ ଭାରତ ପାଇଁ ବଡ଼ ବର୍ଷ: ପ୍ରଧାନମନ୍ତ୍ରୀ ଋଷି ସୁନକ ଆହୁରି କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଜି-୨୦ର ଅଧ୍ୟକ୍ଷତା ପାଇଁ ଭାରତ ହିଁ ଉପଯୁକ୍ତ ଦେଶ । ବିଶ୍ବ ସମ୍ମୁଖୀନ ହେଉଥିବା ବଡ ଆହ୍ବାନ ଗୁଡିକର ମୁକାବିଲା ପାଇଁ ଜି-୨୦ ଅଧ୍ୟକ୍ଷତା ମାଧ୍ୟମରେ ଆମେ ଭାରତ ସହ ମିଶି କାର୍ଯ୍ୟ କରିବୁ । ୨୦୨୩ ଭାରତ ପାଇଁ ଏକ ବଡ ବର୍ଷ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତକାର ବୈଶ୍ବିକ ଆହ୍ବାନ ଗୁଡିକ ଉପରେ ଆଲୋଚନା କରିବା ପାଇଁ ଏକ ସୁଯୋଗ ଏବଂ ଏହାର ସମାଧାନରେ ବ୍ରିଟେନ ଓ ଭାରତର ପ୍ରମୁଖ ଭୂମିକା ରହିଛି । ଜି-୨୦କୁ ସଫଳ କରିବା ପାଇଁ ଭାରତ ପକ୍ଷରୁ କରାଯାଉଥିବା ଚେଷ୍ଟାରେ ବ୍ରିଟେନ ପୂର୍ଣ୍ଣ ସହଯୋଗ କରିବ ବୋଲି ସେ କହିବା ସହ ବିଗତ ବର୍ଷ ଗୁଡିକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଦ୍ଭୁତପୂର୍ବ ନେତୃତ୍ବ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: 20th ASEAN summit: ବିକାଶର କେନ୍ଦ୍ରସ୍ଥଳ ଏସିଆନ, ବଢିଛି ଭାରତ-ଏସିଆନ ସହଯୋଗ କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସୁନକ ଏଫଟିଏ ସମ୍ପର୍କରେ କହିଛନ୍ତି, ଦେଶର ହିତ ପାଇଁ ବ୍ରିଟେନ ଭାରତ ସହ ମୁକ୍ତ ବାଣିଜ୍ୟ ବୁଝାମଣାରେ(FTA) ସହମତ ହେବ । ଭାରତ ସହ ଏଫଟିଏ ଉପରେ ଆଲୋଚନା ଅଗ୍ରଗତି କରୁଛି । ବିଶ୍ବ ସମ୍ମୁଖୀନ ହେଉଥିବା ଆହ୍ବାନ ଗୁଡିକର ମୁକାବିଲା କରିବା କରିବା କ୍ଷେତ୍ରରେ ଭାରତ ବ୍ରିଟେନର ଏକ ଅପରିହାର୍ଯ୍ୟ ଅଂଶୀଦାର । ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଦୁଇ ଦେଶର ସମ୍ପର୍କକୁ ଆହୁରି ସୁଦୃଢ କରିବ । ବ୍ରିଟେନରେ ବସବାସ କରୁଥିବା ୧.୬ ମିଲିୟନ ପ୍ରବାସୀ ଭାରତୀୟ ଦୁଇ ଦେଶ ମଧ୍ୟରେ ଜୀବନ୍ତ ସେତୁ ବୋଲି କହିଛନ୍ତି ସୁନକ ।

ପ୍ରକାଶ ଥାଉକି, ସେପ୍ଟେମ୍ବର ୯-୧୦ ତାରିଖରେ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସାମିଲ ହେବାକୁ ଋଷି ସୁନକ ବ୍ରିଟେନରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ପ୍ରଥମ ଥର ଭାରତ ଗସ୍ତ କରୁଛନ୍ତି । ସୁନକଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ତୁର୍କୀ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ସାଉଦି ଆରବ, ବାଲାଂଦେଶ, ଅଷ୍ଟ୍ରେଲିଆ ପ୍ରମୁଖ ରାଷ୍ଟ୍ରମୁଖ୍ୟ ମଧ୍ୟ ଦିଲ୍ଲୀ ଆସୁଛନ୍ତି । କେବଳ ଚୀନ ଓ ଋଷିଆ ରାଷ୍ଟ୍ରପତି ଏହି ସମ୍ମିଳନୀରେ ସାମିଲ ହୋଇପାରିବେନି । ଋଷିଆ ପକ୍ଷରୁ ଦେଶର ବୈଦେଶିକ ମନ୍ତ୍ରୀ ଓ ଚୀନର ପ୍ରଧାନମନ୍ତ୍ରୀ ଜି-୨୦ରେ ପ୍ରତିନିଧିତ୍ବ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.