ETV Bharat / international

Grammy Award: ପୁଣି ଭାରତର ଗୌରବ ବଢାଇଲେ ରିକି କେଜ, 3ୟ ଥର ପାଇଁ ଜିତିଲେ ଗ୍ରାମୀ ପୁରସ୍କାର

author img

By

Published : Feb 6, 2023, 10:49 AM IST

ତୃତୀୟ ଗ୍ରାମୀ ଆଓ୍ବାର୍ଡ ହାତେଇଲେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ରିକି କେଜ । ଆଲବମ ଡିଭାଇନ ଟାଇଡକୁ ପାଇଁ ତାଙ୍କୁ ଗ୍ରାମୀ ଆଓ୍ବାର୍ଡ ମିଳିଛି । ଅଧିକ ପଢନ୍ତୁ

Grammy Award
Grammy Award

ଲସ ଆଞ୍ଜେଲସ: ଭାରତୀୟ ସିନେମା ସହ ସଙ୍ଗୀତ ଦେଶ ବିଦେଶରେ ଅନେକ ପୁରସ୍କାରରେ ସମ୍ମାନିତ ହେଇଛି । ଗତ କିଛି ଦିନ ତଳେ ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତକୁ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ମିଳିଥିବା ବେଳେ ଏବେ ଆଲବମ ଗୀତକୁ ପୁଣି ମିଳିଛି ଗ୍ରାମୀ ଆଓ୍ବାର୍ଡ । ବେଙ୍ଗାଲୁରୁର ସଙ୍ଗୀତ ନିର୍ଦ୍ଦେଶକ ରିକି କେଜଙ୍କ ଆଲବମ ଡିଭାଇନ ଟାଇଡ ପାଇଁ ପୁଣି ଗ୍ରାମୀ ଆଓ୍ବାର୍ଡ ମିଳିଛି । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଗ୍ରାମୀ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।

ଏହି ଗ୍ରାମୀ ଆଓ୍ବାର୍ଡକୁ ବ୍ରିଟିସ ଡ୍ରମ ବାଦକ ଷ୍ଟେଓ୍ବାର୍ଟ କପଲାଣ୍ଡ ସହ ସେୟାର କରିଛନ୍ତି । ୬୫ତମ ଗ୍ରାମୀ ଆଓ୍ବାର୍ଡରେ ବେଷ୍ଟ ଇମର୍ସିଭ୍ ଅଡିଓ ଆଲବମ କ୍ୟାଟେଗୋରୀରେ ଏହି ଆଲବମକୁ ଗ୍ରାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହା ପୂର୍ବରୁ ୨୦୨୨ରେ ସମାନ ଆଲବମ ପାଇଁ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ରିକି କେଜ ଦ୍ବିତୀୟ ଗ୍ରାମୀ ଆଓ୍ବାର୍ଡ ପାଇଥିଲେ । ଏନେଇ ରିକି କେଜ ଟ୍ବିଟର ମାଧ୍ୟମରେ ସୂଚନା ଦେଇ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ସେ ଇନଷ୍ଟାଗ୍ରାମରେ ମଧ୍ୟ ଟ୍ରଫି ଧରି ଫଟୋ ସେୟାର କରିଛନ୍ତି ।

ସେ ଟ୍ବିଟ କରି କହିଛନ୍ତି, "ମୁଁ ତୃତୀୟ ଜର୍ମାନ ଆଓ୍ବାର୍ଡ ପାଇଛି । ମୁଁ ଆପଣଙ୍କ ନିକଟରେ କୃତଜ୍ଞ । ଏହି ଖୁସିକୁ ମୁଁ ବର୍ଣ୍ଣନା କରିପାରୁ ନାହିଁ । ମିଳିଥିବା ଏହି ଆଓ୍ବାର୍ଡକୁ ମୁଁ ଦେଶବାସୀଙ୍କୁ ଅର୍ପଣ କରୁଛି ।"

ଏହା ମଧ୍ୟ ପଢନ୍ତୁ: Lata Mangeshkar Death Anniversary: କୋକିଳକଣ୍ଠୀଙ୍କୁ ଝୁରୁଛି ଦେଶ, ମାରିବାକୁ ହୋଇଥିଲା ଷଡଯନ୍ତ୍ର

ଖ୍ରୀଷ୍ଟିନା ଆଗୌଲେରା, ଦ ଚେଇନ ସ୍ମୋକର, ଜାନେ ଇରାବ୍ଲୁମ ଏବଂ ନିଡାରୋସୋଡେନ୍ସ ଜେଣ୍ଟେକୋର ଏବଂ ଟ୍ରେନ୍ଡିହିମସୋଲନ ମଧ୍ୟ ଏହି ଆଓ୍ବାର୍ଡ ପାଇଁ ଚୟନ ହୋଇଥିବା ସୂଚନା ରହିଛି । ସମାନତା ବଜାୟ ରଖିବାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏହି ବାର୍ତ୍ତା ଦେଉଛି ଡିଭାଇନ୍ ଟାଇଡସ ଆଲବମ୍‌ ।

ରିକିଙ୍କର ୧୭ରୁ ଅଧିକା ଷ୍ଟୁଡିଓ ଆଲ୍‌ବମ୍ ମୁକ୍ତି ଲାଭ କରିଛି । ୨୦୧୫ ମସିହାରେ ବେଷ୍ଟ ନ୍ୟୁ ଏଇଜ ଆଲବମ ବର୍ଗରେ ଓ୍ବିଣ୍ଡୋ ଅଫ ସମସାରା ପାଇଁ 57 ତମ ବାର୍ଷିକ ଗ୍ରାମୀ ପୁରସ୍କାର ଲାଭ କରିଥିଲେ । ଏଥରେ ପ୍ରଥମ ଗ୍ରାମୀ ଆଓ୍ବାର୍ଡ ହାତେଇଥିଲେ ରିକି କେଜ । ଏହା ପୂର୍ବରୁ ୨୦୨୨ରେ ସମାନ ଆଲବମ ପାଇଁ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ରିକି କେଜ ଦ୍ବିତୀୟ ଗ୍ରାମୀ ଆଓ୍ବାର୍ଡ ପାଇଥିଲେ ।

ନ୍ୟୁୟର୍କ ଏବଂ ଜେନେଭାସ୍ଥିତ ମିଳିତ ଜାତିସଙ୍ଘର ମୁଖ୍ୟ କାର୍ଯ୍ୟାଳୟ ସମେତ 30 ରୁ ଅଧିକ ଦେଶରେ ରିକି ସଙ୍ଗୀତ ପରିବେଷଣ କରିଛନ୍ତି । 20ରୁ ଉର୍ଦ୍ଧ୍ବ ଦେଶ ମାନଙ୍କରେ ସେ 100ରୁ ଅଧିକ ପୁରସ୍କାର ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.