ETV Bharat / international

ରେସ୍ତୋରାଁରେ ଅଜବ ବ୍ୟବସ୍ଥା, ଷ୍ଟାର୍ଟରରେ ଚାପୁଡ଼ା ପରେ ମିଳୁଛି ମେନ୍‌ କୋର୍ସ୍‌ ଆଇଟମ୍‌ - ଗ୍ରାହକଙ୍କୁ ରେସ୍ତୋରାଁରେ ଚାପୁଡା

ରେସ୍ତୋରାଁକୁ ଏଣ୍ଟ୍ରି କଲେ ପ୍ରଥମେ ପ୍ରହାର ଓ ପରେ ମିଳିବ ଆହାର । କଥାଟି ଅଜବ ଲାଗୁଥିଲେ ବି ଜାପାନରେ ଏହିପରି ରେସ୍ତୋରାଁ ରହିଛି । ଅଧିକ ପଢନ୍ତୁ

ରେସ୍ତୋରାଁରେ ଗ୍ରାହକଙ୍କୁ ଚାପୁଡା
Restaurant where customer get slapped
author img

By ETV Bharat Odisha Team

Published : Dec 8, 2023, 12:01 PM IST

ହାଇଦ୍ରାବାଦ: ରେସ୍ତୋରାଁରେ ଖାଇବାକୁ ପ୍ରାୟ ସମସ୍ତଙ୍କ ଖୁବ ପସନ୍ଦ । ରେସ୍ତୋରାଁର ରଙ୍ଗୀନ ଆଲୋକ ସହ ସାଜସଜ୍ଜା ଗ୍ରାହକଙ୍କୁ ଆକର୍ଷିତ କରିଥାଏ । ବଡ ବଡ଼ ରେସ୍ତୋରାଁରେ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇ ଦିଆଯାଇଥାଏ । ସ୍ବାଗତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ହେଲେ ଆମେ ଆପଣଙ୍କୁ ଏମିତି ଏକ ରେସ୍ତୋରାଁ ବିଷୟରେ କହିବୁ ଯେଉଁଠି ଗ୍ରାହକଙ୍କୁ ଚାପୁଡ଼ା ମାରି ସ୍ବାଗତ କରାଯାଏ । ଅର୍ଥାତ ଆଗ ଚାପୁଡା ଖାଇବା ପରେ ଗ୍ରାହକ ଖାଦ୍ୟ ଖାଇଥାଆନ୍ତି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚିନ୍ତ । ଏପରି ଏକ ଅଜବ ରେସ୍ତୋରାଁ ରହିଛି ଜାପାନରେ । ଜାଣନ୍ତୁ ଏହି ରେସ୍ତୋରାଁ ବିଷୟରେ...

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ରେସ୍ତୋରାଁକୁ ଜଣେ ଜଣେ ଗ୍ରାହକ ଏଣ୍ଟ୍ରି କରୁଛନ୍ତି । ଆଉ ୱେଟର୍‌ ତାଙ୍କୁ ପ୍ରଥମେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି । ଅନେକ ରେସ୍ତୋରାଁରେ ଗ୍ରାହକଙ୍କୁ ଫୁଲ ଦେଇ ସ୍ବାଗତ କରାଯାଉଥିବା ଜାଣିଥିବେ ହେଲେ ଏହା ଏପରି ଏକ ରେସ୍ତୋରା ଯେଉଁଠି ଗ୍ରାହକଙ୍କୁ ଚାପୁଡା ମାରି ସ୍ବାଗତ କରାଯାଉଛି । ଏ ନେଇ ରୋସ୍ତୋରାଁଟି ଲୋକପ୍ରିୟ ମଧ୍ୟ ହୋଇଛି । ଜାପାନର ନାଗୋୟାରେ ଅବସ୍ଥିତ 'ସଚିହୋକୋ ୟା' ନାମକ ରେସ୍ତୋରାଁରେ କିଛି ଏପରି ଅଜବ ବ୍ୟବସ୍ଥା ରହିଛି ।

ଏହା ବି ପଢନ୍ତୁ...ଏଇଠି ଅଛି ଛାଡପତ୍ର ମନ୍ଦିର, ଜାଣନ୍ତୁ ମନ୍ଦିର ପଛର କାହାଣୀ

ଏହି ରେସ୍ତୋରାଁକୁ ଆସୁଥିବା ଗ୍ରାହକଙ୍କୁ ପ୍ରଥମେ ଚାପୁଡ଼ା ମାରି ସ୍ବାଗତ କରାଯାଏ । ମହିଳା ୱେଟରମାନେ ଚାପୁଡ଼ା ମାରିଥାଆନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଗ୍ରାହକମାନେ ଏହି ଚାପୁଡା ମାଗଣା ନୁହେଁ ବରଂ ଟଙ୍କା ଦେଇଥାନ୍ତି । ଗ୍ରାହକଙ୍କୁ ଚାପୁଡା ଖାଇବାକୁ ହେଲେ 170 ଟଙ୍କା ଓ ନିଜ ମନ ପସନ୍ଦର ୱେଟରଙ୍କଠାରୁ ଚାପୁଡା ଖାଇବାକୁ ହେଲେ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ । ପସନ୍ଦର ୱେଟରଙ୍କଠୁ ଚାପୁଡା ଖାଇବାକୁ ହେଲେ 500ଟଙ୍କା ଦେବାକୁ ପଡ଼ିଥାଏ । ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ ହେବା ପରେ ନଭେମ୍ବର ମାସଠୁ ଏହି ରେସ୍ତୋରାଁରେ ଏହି ସେବା ବନ୍ଦ ହୋଇଯାଇଛି ।

ପ୍ରଥମରୁ ଏହି ରେସ୍ତୋରାଁରେ ଏପରି ବ୍ୟବସ୍ଥା ନଥିଲା । 2012ରେ ରେସ୍ତୋରାଁଟି ବନ୍ଦ ହେବା ସ୍ଥିତିକୁ ଆସିଥିଲା । ସେବେଠୁ ଗ୍ରାହକଙ୍କୁ ସ୍ବାଗତ ପାଇଁ ଏପରି ତରିକା ଆପଣା ଯାଇଥିଲା । ଧୀରେ ଧୀରେ ରେସ୍ତୋରାଁ ଲୋକପ୍ରିୟ ହୋଇଥିଲା । ଗ୍ରାହକଙ୍କ ଭିଡ଼ ଲାଗିଥିଲା । ତେବେ ଏହି ବ୍ୟବସ୍ଥା ଆଗକୁ ରହିବ କି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ସେ ନେଇ କିଛି ସୂଟନା ମିଳିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.