ETV Bharat / international

ଦରିଆ ପାରିରେ ଘୋଷଯାତ୍ରା: ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଆମେରିକାରେ ଗଡିଲା କାଳିଆ ରଥ - ରଥଯାତ୍ରା 2022

ତିନି ରଥ ନୁହେଁ ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । କୀର୍ତ୍ତନ, ଗିନି, ଝାଞ୍ଜ ତାଳେ ତାଳେ ଭକ୍ତ ଟାଣିଲେ ମହାପ୍ରଭୁଙ୍କ ରଥ । ଦରିଆ ପାରିରେ ହେଲା ଘୋଷଯାତ୍ରା । ଅଧିକ ପଢନ୍ତୁ

ଆମେରିକାରେ ଗଡିଲା କାଳିଆ ରଥ:ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jul 4, 2022, 9:19 PM IST

Updated : Jul 4, 2022, 10:32 PM IST

ବୋଥେଲ୍ (ଓ୍ବାଶିଂଟନ): ବଡଦାଣ୍ଡ ନୁହେଁ ଆମେରିକାର ଓ୍ବାଶିଂଟନ ଷ୍ଟେଟ୍ ବୋଥେଲରେ ଗଡିଲା ଜଗାରଥ । ତିନି ରଥ ନୁହେଁ ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । କୀର୍ତ୍ତନ, ଗିନି, ଝାଞ୍ଜ ତାଳେ ତାଳେ ଭକ୍ତ ଟାଣିଛନ୍ତି ମହାପ୍ରଭୁଙ୍କ ରଥ । ମହାବାହୁଙ୍କ ଲୀଳା, ନାମ, ମହିମା ବିଚତ୍ର ବିଶ୍ବ ବିସ୍ତୃତ । ସେଇଥିପାଇଁ ତ ସୂଦୁର ଆମେରିକାରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ରଥଯାତ୍ରା ।

ଦରିଆ ପାରିରେ ଘୋଷଯାତ୍ରା: ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଆମେରିକାରେ ଗଡିଲା କାଳିଆ ରଥ

ରଥଯାତ୍ରା ଅବସରରେ ପ୍ରବାସୀ ଓଡିଆ ସୁଦୂର ଆମେରିକାରେ ରହି ଜାଗାର ରଥଯାତ୍ରା ପାଳନ କରିଛନ୍ତି । ଆମେରିକା ଓ୍ବାଶିଂଟନ ବଟହେଲରେ କିଛି ପ୍ରବାସୀ ଓଡିଆ ଘଣ୍ଟି, ଢୋଲ ଆଦି ବଜାଇ ରଥ ଟାଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ତିନି ରଥ ନ ଥିଲେ ମଧ୍ୟ ଗୋଟିଏ ରଥରେ ତିନିଠାକୁରଙ୍କୁ ରଥାରୁଢ କରି ଅତି ଆନନ୍ଦର ସହିତ ରଥ ଟାଣୁଛନ୍ତି କିଛି ଓଡିଆ । ଏହି ରଥଟଣା ସମୟରେ ଅନ୍ୟ କିଛି ବିଦେଶୀ ଭକ୍ତ ମଧ୍ୟ ସାମିଲ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2022, 10:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.