ETV Bharat / international

Sri Lanka cirsis: କାଲି ରାଷ୍ଟ୍ରପତି ଭାବେ ଶପଥ ନେବେ ବିକ୍ରମସିଙ୍ଘେ

author img

By

Published : Jul 20, 2022, 9:13 PM IST

ଅସ୍ଥିରତା ମଧ୍ୟରେ ଆସନ୍ତାକାଲି ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେବେ ରାନିଲ ବିକ୍ରମସିଙ୍ଘେ । ଆଜି ରାଷ୍ଟ୍ରପତି ଭାବେ ହୋଇଛନ୍ତି ନିର୍ବାଚିତ । ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

Sri Lanka cirsis: କାଲି ରାଷ୍ଟ୍ରପତି ଭାବେ ଶପଥ ନେବେ ବିକ୍ରମସିଙ୍ଘେ
Sri Lanka cirsis: କାଲି ରାଷ୍ଟ୍ରପତି ଭାବେ ଶପଥ ନେବେ ବିକ୍ରମସିଙ୍ଘେ

କଲମ୍ବୋ: ଜାରି ରହିଥିବା ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ରାନିଲ ବିକ୍ରମସିଙ୍ଘେ । ଆସନ୍ତାକାଲି (ଗୁରୁବାର) ଶପଥ ଗ୍ରହଣ କରିବେ । ପୂର୍ବତନ ରାଷ୍ଟ୍ରପତି ଗୋଟୋବାୟାଙ୍କ ବିଦେଶ ପଳାୟନ ପରେ କାମଚଳା ରାଷ୍ଟ୍ରପତି ଦାୟିତ୍ବରେ ଥିବା ବିକ୍ରମସିଙ୍ଘେ ଆଜି ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତ୍ରିକୋଣୀୟ ପ୍ରତିଦ୍ବନ୍ଦିତାରେ ବିକ୍ରମସିଙ୍ଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ପୂର୍ବାହ୍ନରେ, ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସିଙ୍ଘେ ପ୍ରଧାନମନ୍ତ୍ରୀ ମଧ୍ୟ ଚୟନ କରିବେ । ସେ ନିଜେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଦ ଖାଲି ପଡିଛି । ଗୋଟାବାୟା ରାଜପାକସେଙ୍କ ପଳାୟନ ପରେ ସେ କାମଚଳା ରାଷ୍ଟ୍ରପତି ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ ।

ଏହା ମଧ୍ୟ ପଢନ୍ତୁ:- ରାନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଆଜି ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ବିକ୍ରମସିଙ୍ଘେଙ୍କ ସପକ୍ଷରେ ୧୩୪ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଦୁଲାସ ଅହ୍ଲାପେରୁମାଙ୍କୁ ୮୨ ଖଣ୍ଡ ଭୋଟ ମିଳିଥିଲା । ଏହାସହିତ ବିକ୍ରମସିଙ୍ଘେ ଦେଶର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ସେ ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ପରେ କାମଚଳା ରାଷ୍ଟ୍ରପତି ଥିଲେ । ଜାରି ରହିଥିବା ଅସ୍ଥିରତା ଓ ହିଂସା ମଧ୍ୟରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇବା ଓ ସ୍ଥିତିକୁ ସ୍ବାଭାବିକ କରିବା ବିକ୍ରମସିଙ୍ଘେଙ୍କ ପାଇଁ ବଡ ଆହ୍ବାନ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.